କୋରାପୁଟ: ଶୋଇଥିବା ସମୟରେ ବାଳକକୁ କାମୁଡିଲା ବିଶାକ୍ତ ସାପ । ପରିବାର ଲୋକେ ବାଳକକୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସିତ ଅବସ୍ଥାରେ ବାଳକର ମୃତ୍ୟ ହୋଇଥିବା ସୂଚନା ଦେଇଛନ୍ତି ଡାକ୍ତର ।
ଘରେ ଶୋଇଥିବା ସମୟରେ ସାତ ବର୍ଷର ବାଳକକୁ କାମୁଡିଲା ବିଶାକ୍ତ ସାପ । ଫଳରେ ବାଳକ ଚିତ୍କାର କରି ଉଠି କାନ୍ଦିବାକୁ ଲାଗିଥିଲା । ପରିବାର ଲୋକ ଉଠି ଲାଇଟ ଲଗାଇ ଦେଖିବାରୁ ବାଳକର ଗୋଡରେ କ୍ଷତ ଥିବା ସହ ରକ୍ତସ୍ରାବ ହେଉଥିଲା । ତେବେ କେଉଁ କାରଣରୁ ରକ୍ତସ୍ରାବ ହେଲା ଚାରିଆଡେ ଦେଖିବାରୁ ଗୋଟିଏ କୋଣରେ ବିଶାକ୍ତ ସାପଟି ଥିବା ଦେଖାଯାଇଥିଲା ।