ଓଡିଶା

odisha

ETV Bharat / state

Millet Mission: 25 ବର୍ଷ ପରେ ଚାଷୀ କ୍ଷେତକୁ ଫେରିଲା ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ଖେଡ଼ଜନା - ମିଲେଟ ମିଶନ

ଆଦିବାସୀ ଖାଦ୍ୟ ପରମ୍ପରାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଥିବା ଖେଡ଼ ଜନା ପ୍ରାୟ 25 ବର୍ଷ ପରେ ପୁଣିଥରେ ଚାଷୀଙ୍କ କ୍ଷେତକୁ ପ୍ରତ୍ୟାବର୍ତ୍ତନ କରିଛି । ସରକାରଙ୍କ ଦ୍ବାରା ମିଲେଟ୍‌ ଜାତୀୟ ଖାଦ୍ୟ ପଦାର୍ଥକୁ ଗୁରୁତ୍ୱ ଦିଆଯିବା ପରେ ବିଲୁପ୍ତପ୍ରାୟ ଏହି ଖାଦ୍ୟ ଶସ୍ୟ ପୁଣି କ୍ଷେତରେ ଲହରୀ ମାରୁଛି । ଅଧିକ ପଢନ୍ତୁ

Millet Mission: 25 ବର୍ଷ ପରେ ଚାଷୀ କ୍ଷେତକୁ ଫେରିଲା ଖେଡ଼ ଜନା
Millet Mission: 25 ବର୍ଷ ପରେ ଚାଷୀ କ୍ଷେତକୁ ଫେରିଲା ଖେଡ଼ ଜନା

By ETV Bharat Odisha Team

Published : Oct 11, 2023, 9:11 AM IST

Updated : Oct 11, 2023, 12:22 PM IST

Millet Mission: 25 ବର୍ଷ ପରେ ଚାଷୀ କ୍ଷେତକୁ ଫେରିଲା ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ଖେଡ଼ଜନା

କୋରାପୁଟ:ଆଦିବାସୀ ଖାଦ୍ୟ ପରମ୍ପରାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଥିବା ଖେଡ଼ ଜନା ପ୍ରାୟ 25 ବର୍ଷ ପରେ ପୁଣିଥରେ ଚାଷୀଙ୍କ କ୍ଷେତକୁ ପ୍ରତ୍ୟାବର୍ତ୍ତନ କରିଛି । ସରକାରଙ୍କ ଦ୍ବାରା ମିଲେଟ ଜାତୀୟ ଖାଦ୍ୟ ପଦାର୍ଥକୁ ଗୁରୁତ୍ୱ ଦିଆଯିବା ପରେ ବିଲୁପ୍ତପ୍ରାୟ ଏହି ଖାଦ୍ୟ ଶସ୍ୟ ପୁଣି କ୍ଷେତରେ ଲହରୀ ମାରୁଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିିଳିଛି ।

କୋରାପୁଟ ବ୍ଲକ ଅନ୍ତର୍ଗତ ମୋହନପଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଖେଡ଼ଜନା ଚାଷ । ଆଦିବାସୀ ଖାଦ୍ୟ ପରମ୍ପରାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଥିବା ଖେଡ଼ ଜନା ପ୍ରାୟ 25 ବର୍ଷ ପରେ ପୁଣିଥରେ ଚାଷୀଙ୍କ କ୍ଷେତକୁ ପ୍ରତ୍ୟାବର୍ତ୍ତନ କରିଛି । ତେବେ ଆଦିବାସୀ ବଜାରରେ ଏହାର ଚାହିଦା ଥିଲେ ମଧ୍ୟ ସାଧାରଣ ବଜାରରେ ଏହାର ସେତେଟା ଆଦର ନଥିବାରୁ ବିଲୁପ୍ତ ହେବାକୁ ବସିଥିଲା ଏହି ଚାଷ । ବର୍ତ୍ତମାନ ମିଲେଟ୍‌ ଜାତୀୟ ଖାଦ୍ୟ ଶସ୍ୟକୁ ଗୁରୁତ୍ବ ଦିଆଯିବା ପରେ ପୁଣି ଚାଷରେ ଖେଡ଼ଜନା ଫସଲ ଲହରୀ ଭାଙ୍ଗୁଥିବା ଦେଖିବାକୁ ମିଳିଛି । ତେବେ ଏନେଇ ଖୁସି ପ୍ରକାଶ କରିଛନ୍ତି ମୋହନପଡ଼ା ଗ୍ରାମର ଆଦିବାସୀ ଚାଷୀ ଗୁରୁନାଥ ସାଗର ।

ଏହାମଧ୍ୟ ପଢନ୍ତୁ.. Millet Mission: ଲୋକଙ୍କ ଖାଦ୍ୟାଭ୍ୟାସ ବଦଳାଇଛି ମାଣ୍ଡିଆ

ଗୁରୁନାଥଙ୍କ କହିବାନୁଯାୟୀ, ଆଦିବାସୀମାନେ ମାଣ୍ଡିଆ ଜାଉରେ ସ୍ୱାଦ ଓ ପୌଷ୍ଟିକତା ବୃଦ୍ଧି କରିବା ପାଇଁ ଖେଡ଼ଜନାକୁ ସେଥିରେ ପକାଇ ଦିଅନ୍ତି । ଏଥି ସହିତ ଖେଡ଼ଜନାର ଲିଆ, ଅଟା ଓ ସୁଜି ପ୍ରସ୍ତୁତ କରି ଦୈନନ୍ଦିନ ଖାଦ୍ୟ ଭାବେ ସେବନ କାହିଁ କେଉଁ ଅନାଦି କାଳରୁ ବ୍ୟବହାର ହୋଇଚାଲିଛି ବୋଲି ସେ ମତ ରଖିଛନ୍ତି ।ଏପରିକି ଖେଡ଼ଜନା ଚାଷ କରି ସେଥିରୁ ଲିଆ ପ୍ରସ୍ତୁତ କରି ଯେଉଁମାନେ ବନ୍ଧୁବାନ୍ଧବଙ୍କ ଘରକୁ ନେଇ ଯାଉଥିଲେ ସେମାନଙ୍କୁ ଆଦିବାସୀ ସମାଜରେ ସମ୍ଭ୍ରାନ୍ତ ପରିବାର ଭାବେ ସମ୍ମାନ ଥିଲା ବୋଲି ଗୁରୁନାଥ ଜଣାଇଛନ୍ତି ।

କିନ୍ତୁ ସମୟକ୍ରମେ ବଣ ଜଙ୍ଗଲରେ ରହୁଥିବା ଆଦିବାସୀଙ୍କ ପାଇଁ ନିଜେ ଖାଇବା ପାଇଁ ଶସ୍ୟ ସହିତ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ନିମନ୍ତେ ଅର୍ଥର ଆବଶ୍ୟକତା ବଢ଼ିବାରେ ଲାଗିଥିବା ସ୍ଥଳେ ସାଧାରଣ ବଜାରରେ ଖେଡ଼ ଜନାର ଚାହିଦା ନଥିବା ଯୋଗୁଁ ଏହାକୁ ଆର୍ଥିକ ଫସଲ ଭାବେ ଚାଷୀ ଆପଣାଇବା ସମ୍ଭବପର ହୋଇନଥିଲା । ତେଣୁ ବଜାର ଅଭାବ ଯୋଗୁଁ ଧୀରେ ଧୀରେ ଏହି ଅଞ୍ଚଳରେ ଆଦିବାସୀ ଚାଷୀଙ୍କ କ୍ଷେତରୁ ଖେଡ଼ ଜନା ଉଭେଇଯିବା ଆରମ୍ଭ ହୋଇଥିଲା । ବିଶେଷ କରି ଗତ 25 ବର୍ଷ ମଧ୍ୟରେ ଏହି ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଗୁରୁନାଥ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ..ମିଲେଟ ମ୍ୟାଜିକ, ଲୋକଙ୍କୁ ଟାଣୁଛି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ଖାଦ୍ୟ

ଅନ୍ୟପଟେ କୋରାପୁଟ କୃଷଖ ସଂଘର ସମ୍ପାଦକ ଶରତ ପଟ୍ଟନାୟକଙ୍କ କହିବାନୁଯାୟୀ, ବର୍ତ୍ତମାନ ସରକାରଙ୍କ ଦ୍ୱାରା ମିଲେଟ ଜାତୀୟ ଶସ୍ୟକୁ ପ୍ରାଧାନ୍ୟତା ଦିଆଯିବା ପରେ ଖେଡ଼ଜନାର ପ୍ରୟୋଗ କିଛି କିଛି ମାତ୍ରାରେ ଆରମ୍ଭ କରାଯାଇଛି । ସଂସ୍ଥା ତରଫରୁ ଖେଡ଼ଜନା ବିହନ ଉପଲବ୍ଧ କରାଇ ଦିଆଯାଇଥିଲେ ହେଁ ଚାଷୀ ପ୍ରାଥମିକ ପର୍ଯ୍ୟାୟରେ ନିଜ ଅବ୍ୟବହୃତ ଜମିରେ ପ୍ରୟୋଗ କରିଥିବା ବେଳେ ବର୍ତମାନ ଫସଲର ସଫଳତାକୁ ଦେଖି ଚାଷୀ ବିଶେଷ ଆଗ୍ରହ ପ୍ରଦର୍ଶନ କରିଛନ୍ତି । ବର୍ତମାନ କରାଯାଇଥିବା ଫସଲରୁ ବିହନ ସଂଗ୍ରହ କରାଯାଇ ଆସନ୍ତା ବର୍ଷରେ ଅଧିକ ଚାଷୀଙ୍କୁ ଦିଆଯିବ ବୋଲି ଶରତ ପଟ୍ଟନାୟକ କହିଛନ୍ତି । ଖେଡ଼ଜନା ସବୁ ପ୍ରକାର ମାଟିରେ କରାଯାଇପାରିବ । ଏଥିସହ ପୋଷକ ତତ୍ତ୍ୱରେ ଭରି ରହିଥିବା ଯୋଗୁଁ ଏହି ଶସ୍ୟ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ସହ୍ୟ କରିପାରେ । ତେବେ ମିଲେଟ ମିଶନ ମାଧ୍ୟମରେ ଏହି ଚାଷକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଥିବା କୃଷି ଅଧିକାରୀ ତାପସ ଚନ୍ଦ୍ର ରଏ ଜଣାଇଛନ୍ତି ।


ଇଟିଭି ଭାରତ, କୋରାପୁଟ

Last Updated : Oct 11, 2023, 12:22 PM IST

ABOUT THE AUTHOR

...view details