ଓଡିଶା

odisha

ETV Bharat / state

ଫାଷ୍ଟଫୁଡକୁ ଛାଡ଼ି ମିଲେଟ ମୁହାଁ ଲୋକେ, ଗୁଣବତ୍ତା ସଂରକ୍ଷଣ ପାଇଁ ପ୍ରୟାସ ଜାରି

ମିଲେଟ୍ କହିଲେ ଘାସ ଜାତୀୟ ଶସ୍ୟକୁ ବୁଝାଏ ଯାହା ମୁଖ୍ୟତଃ ଶୁଖିଲା ଓ ପାହାଡିଆ ଅଞ୍ଚଳରେ ବଢ଼ିଥାଏ। ଚଳିତ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରାଯାଉଥିବା ବେଳେ ଓଡ଼ିଶା ମିଲେଟ୍ ମିଶନ ମାଧ୍ୟମରେ ଆଦିବାସୀଙ୍କ ଦ୍ବାରା ଉତ୍ପାଦିତ ହେଉଥିବା ମିଲେଟ୍ ଶସ୍ୟର ପ୍ରସାର କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।ଅଧିକ ପଢନ୍ତୁ

By

Published : Jan 8, 2023, 9:50 PM IST

health benefits of millets
health benefits of millets

health benefits of millets

କୋରାପୁଟ:ଆଜିକାଲି ଶରୀରକୁ ସୁସ୍ଥ ରଖିବା ପାଇଁ ମିଲେଟ ଖାଇବାକୁ ଲୋକେ ପସନ୍ଦ କରୁଛନ୍ତି। । ମିଲେଟ୍ କହିଲେ ଘାସ ଜାତୀୟ ଶସ୍ୟକୁ ବୁଝାଏ ଯାହା ମୁଖ୍ୟତଃ ଶୁଖିଲା ଓ ପାହାଡିଆ ଅଞ୍ଚଳରେ ବଢ଼ିଥାଏ । ସାଧାରଣ ଲୋକେ ଭାବନ୍ତି ମିଲେଟ କହିଲେ ମାଣ୍ଡିଆକୁ ବୁଝାଏ। କିନ୍ତୁ ମିଲେଟ ଅନେକ ପ୍ରକାରର ରହିଛି।ଯେପରି କି ମାଣ୍ଡିଆ, ବାଜରା, ସୁଆଁ ଚାଉଳ, କୁଟ୍ଟୁ ମିଲେଟ୍, କୁଡୋ ମିଲେଟ୍, କାଙ୍ଗୁ ଚାଉଳ ଇତ୍ୟାଦି । କୋରାପୁଟର ବଣପାହାଡରେ ଉତ୍ପାଦିତ ହେଉଥିବା ଏହି ଖାଦ୍ୟଶସ୍ୟରେ ଭରି ରହିଛି ପୌଷ୍ଟିକତା । ଚଳିତ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରାଯାଉଥିବା ବେଳେ ଓଡ଼ିଶା ମିଲେଟ୍ ମିଶନ ମାଧ୍ୟମରେ ଆଦିବାସୀଙ୍କ ଦ୍ବାରା ଉତ୍ପାଦିତ ହେଉଥିବା ମିଲେଟ୍ ଶସ୍ୟର ପ୍ରସାର କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ଅପର ପକ୍ଷରେ ଏ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଚାଉମିନ୍ ଭଳି ଖାଦ୍ୟ ଖାଉଥିବା ପିଲା ମାନେ ମଧ୍ୟ ଆଜି ମାଣ୍ଡିଆ ଓ ସୁଆଁ ରେ ପ୍ରସ୍ତୁତ ହୋଇଥିବା ଏପରି ସ୍ଵାଦିଷ୍ଟ ଓ ସ୍ୱାସ୍ଥ୍ୟକର ଖାଦ୍ୟ ବିଷୟରେ ଜାଣିବାକୁ ପାଇବା ପରେ ସେମାନଙ୍କ ମଧ୍ୟରେ ମଧ୍ୟ ଖାଇବାକୁ ଆଗ୍ରହ ସୃଷ୍ଟି କରୁଛି। ଅନ୍ୟପଟେ ମିଲେଟ୍‌ରେ ସାଧାରଣ ଶସ୍ୟ ଭଳି ଶ୍ବେତସାର ରହିଥିବା ବେଳେ ଏଥିରେ ଅଧିକ ପରିମାଣରେ ପ୍ରୋଟିନ୍, ଆଇରନ୍‌, କ୍ୟାଲ୍‌ସିୟମ୍ ମଧ୍ୟ ରହିଥାଏ । ଏଣୁ ଆମେ ଭାତ ଓ ରୁଟି ବଦଳରେ ନିୟମିତ ଖାଦ୍ୟ ଭାବେ ଏହାକୁ ଖାଇ ପାରିବା । ମିଲେଟ୍ ଜାତୀୟ ଖାଦ୍ୟର ପୋଷକ ତତ୍ତ୍ବ ଅଧିକ ରହିଛି । ମିଲେଟରୁ ପ୍ରସ୍ତୁତ ଖାଦ୍ୟର ଉପକାରିତା ସମ୍ପର୍କରେ ଲୋକେ ଜାଣିବା ପରେ ବଜାରରେ ମଧ୍ୟ ଏହାର ଚାହିଦା ଧୀରେଧୀରେ ବୃଦ୍ଧି ପାଉଛି । କୋରାପୁଟ ଜିଲ୍ଲାରେ ମିଲେଟ୍ ଜାତୀୟ ଖାଦ୍ୟଶସ୍ୟକୁ ନେଇ ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ତାସହିତ ଏହାର ଗୁଣବତ୍ତା ସଂରକ୍ଷଣ କରିବା ପାଇଁ ସମ୍ମିଳିତ ପ୍ରୟାସ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-ROAD ACCIDENT: ଦମ୍ପତିଙ୍କୁ ଧକ୍କା ଦେବା ପରେ ୩୦୦ମି ଘୋଷାଡ଼ିଲା କାର

ତେବେ ଏନେଇ କୋରାପୁଟ ମିଲେଟ ବିଶେଷଜ୍ଞ ତାପସ ଚନ୍ଦ୍ର ରାଏ କହିଛନ୍ତି ,"ଆମେ ଭାବୁଥିଲେ କି ମିଲେଟ କହିଲେ ମାଣ୍ଡିଆକୁ କେବଳ ବୁଝାଏ । ତାହା ନୁହେଁ ଆମର 9 ପ୍ରକାରର ମିଲେଟ ରହିଛି । ସେଥିମଧ୍ରୁ ବାଜରା ଓ ମାଣ୍ଡିଆ ଅଧିକ ଦେଖିବାକୁ ମିଳିଛି । ଯଦି ଆମେ ଆଗକୁ ଏହା ଉପରେ ଧ୍ୟାନ ଦେବା ତାହାଲେ ଆହୁରି ଭଲ ଚାଷ ହୋଇପାରିବ ।"

ସେହିପରି ଅନ୍ୟପଟେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଗବେଷକ ଦେବବ୍ରତ ପଣ୍ଡା କହିଛନ୍ତି, "ଆଜି ବିଶ୍ବ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ପାଳନ କରୁଛି। ଏଥିସହ ମିଲେଟକୁ ନେଇ ଓଡ଼ିଶା ମିଲେଟ ମିଶନ ତରଫରୁ 5ବର୍ଷ ହେଲାଣି ବିଭିନ୍ନ ଜିଲ୍ଲାରେ ପ୍ରଚାରପ୍ରସାର ହେଉଛି । ତେବେ କୋରାପୁଟର ବିଶେଷତ୍ବ ହେଉଛି ଜଳବାୟୁ ଓ ଆଦିବାସୀମାନେ ବିଭିନ୍ନ ପ୍ରକାରର ମିଲେଟ ଚାଷ କରିଥାନ୍ତି ।"

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details