କୋରାପୁଟ:କୋଭିଡ କଟକଣା ମଧ୍ୟରେ ବଜାରରେ ଡିଜେଲ ପେଟ୍ରୋଲ ଦର ଆକାଶ ଛୁଆଁ ହେବା ସହିତ ପନିପରିବା, ମାଛ ମାଂସ, ଡାଲି ଚାଉଳ କିଣିବା ମଧ୍ୟ ସାଧାରଣ ଲୋକଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଉଠିଥିବା ଅଭିଯୋଗ ହୋଇଛି ।
ଲୋକଙ୍କ ଆୟ କମି ଯିବା କିମ୍ବା ଅତି ବେଶୀରେ କିଛି ବ୍ୟକ୍ତିଙ୍କ ପାଇଁ ପୂର୍ବଭଳି ରହିଥିବାବେଳେ ସମସ୍ତ ଖାଉଟି ଜିନିଷର ଦରଦାମ ଅତି ମାତ୍ରାରେ ବୃଦ୍ଧି ପାଇଥିବା ଯୋଗୁଁ ବିଶେଷ କରି ମଧ୍ୟବିତ୍ତ ପରିବାର ହନ୍ତସନ୍ତ ହେଉଥିବା ଗୃହିଣୀମାନେ ମତ ରଖିଛନ୍ତି ।
କୋଭିଡ ସମୟରେ ମଧ୍ୟବିତ୍ତ ପରିବାର ପାଖରେ ବିଭିନ୍ନ ଜିନିଷ କିଣିବାର ସକ୍ଷମତା ବହୁପରିମାଣରେ କମିଯାଇଥିବା ବ୍ୟବସାୟୀମାନେ ଜଣାଇଛନ୍ତି । ଯେଉଁମାନେ କିଲେ ଜିନିଷ କିଣୁଥିଲେ ସେମାନେ ବର୍ତ୍ତମାନ ଅଧ କିଲୋରେ ପହଞ୍ଚି ଯାଇଥିବା ସେମାନେ ଜଣାଇଛନ୍ତି ।