ଓଡିଶା

odisha

ETV Bharat / state

ସାପ୍ତାହିକ ହାଟ ଖୋଲିବା ପାଇଁ ବ୍ୟବସାୟୀଙ୍କ ଦାବି ପତ୍ର - କୋରାପୁଟ ସାପ୍ତାହିକ ହାଟ

କୋରୋନା ଯୋଗୁଁ ଚାରି ମାସ ଧରି କୋରାପୁଟ ଜିଲ୍ଲାର ସାପ୍ତାହିକ ହାଟ ଗୁଡିକ ବହୁମାତ୍ରାରେ ପ୍ରଭାବିତ ହୋଇଛି । କ୍ଷୁଦ୍ର ବ୍ୟବସାୟୀ ହାଟ ଗୁଡିକୁ ଖୋଲିବା ପାଇଁ ଅନୁରୋଧ କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସାପ୍ତାହିକ ହାଟ ଖୋଲିବା ପାଇଁ ବ୍ୟବସାୟୀଙ୍କ ଦାବି ପତ୍ର
ସାପ୍ତାହିକ ହାଟ ଖୋଲିବା ପାଇଁ ବ୍ୟବସାୟୀଙ୍କ ଦାବି ପତ୍ର

By

Published : Aug 25, 2020, 6:27 PM IST

କୋରାପୁଟ: କୋରୋନା ସଂକ୍ରମଣ ଓ ତତ୍ ସଂଲଗ୍ନ ପ୍ରତିବନ୍ଧକର ପ୍ରଭାବରେ ଗତ ଚାରି ମାସ ଧରି କୋରାପୁଟ ଜିଲ୍ଲାର ସାପ୍ତାହିକ ହାଟ ଗୁଡିକ ବହୁମାତ୍ରାରେ ପ୍ରଭାବିତ ହୋଇଛି । ଗତ ଦୁଇମାସ ଧରି ସମସ୍ତ ହାଟ ବନ୍ଦ ପଡିଛି । କିନ୍ତୁ ହାଟ ବିବିଧ ବ୍ୟବସାୟର କେନ୍ଦ୍ରସ୍ଥଳୀ ହୋଇଥିବାବେଳେ ଆଦିବାସୀଙ୍କ ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନାର ଏକ ଉତ୍ତମସ୍ଥଳୀ ହୋଇଥିବା ଯୋଗୁଁ ଗାଁ ଗଣ୍ଡାରେ ଜୀବନ ଅସ୍ତବ୍ୟସ୍ତ ହୋଇଉଠିଲାଣି ।

ସାପ୍ତାହିକ ହାଟ ଖୋଲିବା ପାଇଁ ବ୍ୟବସାୟୀଙ୍କ ଦାବି ପତ୍ର

ହାଟ ଉପରେ ନିର୍ଭର କରୁଥିବା କ୍ଷୁଦ୍ର ଚାଷୀ ଓ ବ୍ୟବସାୟୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏପରି ଏକ ଅସହାୟ ଅବସ୍ଥାକୁ ସହ୍ୟ କରିନପାରି ମଙ୍ଗଳବାର ଜିଲ୍ଲାର ବିଭିନ୍ନ ସାପ୍ତାହିକ ହାଟରେ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା କ୍ଷୁଦ୍ର ବ୍ୟବସାୟୀ ହାଟଗୁଡିକୁ ଖୋଲିବା ପାଇଁ ଅନୁରୋଧ କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ଆବେଦନ ପତ୍ରକୁ ତାଙ୍କ ଅନୁପସ୍ଥିତିରେ ତାଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details