କୋରାପୁଟ: ଜୟପୁର ସହରରେ ବୁଧବାର ଜଣେ ଯୁବକଙ୍କୁ ରାସ୍ତା ଉପରେ ଯୁବତୀ ମାଡ ମାରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ସହରର ଜୟନଗର ନିକଟସ୍ଥ ରାସ୍ତାରେ ଚାଲିଚାଲି ଯାଉଥିବା ଝିଅଟିଏ ହଠାତ୍ ମୋଟରସାଇକେଲ ଉପରେ ବସିଥିବା ଏକ ଯୁବକକୁ ମାଡ ମାରିଥିଲେ । ପରେ ଯୁବକ ଜଣକ ମୋଟର ସାଇକେଲ ନେଇ ଚାଲିଯିବା ପାଇଁ ଚେଷ୍ଟା କରୁଥିଲେ ।
ବିଚରାସ୍ତାରେ ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ ଯୁବତୀ, ଭିଡିଓ ଭାଇରାଲ୍... - ଭାଇରାଲ୍ ଭିଡିଓ
ରାସ୍ତା ଉପରେ ଯୁବକଙ୍କୁ ଛେଚିଲେ ଯୁବତୀ । ଏ ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି ।
ରାସ୍ତା ଉପରେ ଯୁବକ-ଯୁବତୀଙ୍କ ପିଟାପିଟି
ମାତ୍ର ଝିଅଟି ଧାଇଁ ଯାଇ ପୁଣି ମାଡ ମାରୁଥିବା ଦୃଶ୍ୟକୁ କେହି ଜଣେ ସାମାଜିକ ଗଣମାଧ୍ୟମରେ ଛାଡି ଦେବା ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଝିଅଟି ଯୁବକକୁ କାହିଁକି ମାରିଲା ସେ ସମ୍ପର୍କରେ କାରଣ ଅସ୍ପଷ୍ଟ ରହିଯାଇଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।
କୋରାପୁଟରୁ ସି ଏଚ ସାନ୍ତାକାର, ଇଟିଭି ଭାରତ