କୋରାପୁଟ: ରୋଗବ୍ୟାଧିରୁ ରକ୍ଷା କରିବାକୁ ବହୁ ବୃକ୍ଷରେ ରହିଛି ଔଷଧୀୟ ଗୁଣବତ୍ତା । ଯାହାର ସଦୁପଯୋଗ କରି ମନୁଷ୍ୟ ବହୁ ରୋଗରୁ ନିଜକୁ ରକ୍ଷା କରିପାରିବ । ମାତ୍ର ଏବେ ସେସବୁ ବୃକ୍ଷ ବିରଳ ପ୍ରାୟ । ଏହାକୁ ହୃଦୟଙ୍ଗମ କରି କୋରାପୁଟ ବନବିଭାଗ ଓଏସଏପି କଲୋନୀଠାରେ ସୃଷ୍ଟି କରିଛି ସଂକଳ୍ପ ବନ। ଏଥିରେ ଶତାଧିକ ଔଷଧୀୟ ବୃକ୍ଷ ଓ ଗୁଳ୍ମକୁ ସଂରକ୍ଷଣ କରିବାର ପ୍ରୟାସ କରାଯାଇଛି।
ସରକାରୀ ଓ ବେସରକାରୀ ସଙ୍ଗଠନ ଗୁଡିକର ଅକ୍ଲାନ୍ତ ଉଦ୍ୟମ ଓ ଜନସଚେତନତାର ଫଳସ୍ବରୂପ କୋରାପୁଟ ଜିଲ୍ଲାର ପାହାଡ଼ ପର୍ବତରେ ବଢ଼ିବାରେ ଲାଗିଛି ଜଙ୍ଗଲ । କିନ୍ତୁ ଏହି ଜଙ୍ଗଲ ମଧ୍ୟରେ ବିଷଲ୍ୟକରଣୀ , ଗଙ୍ଗଶିଉଳି, କୋଚିଲା , ଗୁଡମାରି ଭଳି ଏହି ଅଞ୍ଚଳର ପାରମ୍ପରିକ ଔଷଧୀୟ ଗୁଳ୍ମ ଓ ଅଶୋକ ଭଳି ଔଷଧୀୟ ବୃକ୍ଷ ରହିଛି । ଯାହାର ଅଭାବ ଦେଖାଯିବା କାରଣରୁ ଗାଁଗଣ୍ଡାରେ ଚିକିତ୍ସା କରୁଥିବା ବୈଦ୍ୟ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।