ଓଡିଶା

odisha

ETV Bharat / state

ସାମ୍ନାକୁ ଆସିଲା ସତ, ପ୍ରଶ୍ନପତ୍ର ଭାଇରାଲ କରୁଥିଲେ ଅଭିଭାବକ - koraput

ପ୍ରଶ୍ନପତ୍ର ଭାଇରାଲ ପାଇଁ ଦାୟୀ କିଏ ? ସାମ୍ନାକୁ ଆସିଛି ଘଟଣାର ସତ୍ୟାସତ୍ୟ। ଅଭିଭାବକ ହିଁ ଭାଇରାଲ କରୁଥିଲେ ମ୍ୟାଟ୍ରିକ ପ୍ରଶ୍ନପତ୍ର। 4 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Mar 2, 2019, 12:27 PM IST

କୋରାପୁଟ: ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ କରିବା ପଡିଲା ମହଙ୍ଗା। ଗିରଫ ହେଲେ 4 ଅଭିଯୁକ୍ତ। ବନ୍ଧୁଗାଁ ପୋଲିସ ଏମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ 3 ଜଣ ଅଭିଭାବକ ଏବଂ ଜଣେ କମ୍ପ୍ୟୁଟର ଦୋକାନୀ ବୋଲି ଜଣାପଡିଛି। ମୋବାଇଲ ଓ କମ୍ପ୍ୟୁଟରକୁ ଜବତ କରିଛି ପୋଲିସ।

କୋରାପୁଟରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ହିଁ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିଲା ପ୍ରଶ୍ନପତ୍ର। ପ୍ରଥମେ ଅଭିଯୋଗକୁ ଅସ୍ୱୀକାର କରିଥିଲା ଶିକ୍ଷା ବିଭାଗ। କିନ୍ତୁ ପରେ ସତ ମାନିବାକୁ ବାଧ୍ୟ ହୋଇଥିଲା। କିଏ ଓ କେମିତି ପ୍ରଶ୍ନପତ୍ର ଭାଇରାଲ କରିଛି, ସେନେଇ ଛାନଭିନ୍ ଆରମ୍ଭ ହୋଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଶେଷରେ ପୋଲିସ ହାତରେ ଧରିପଡିଛନ୍ତି 4 ଅଭିଯୁକ୍ତ। ସୁନାବେଡା ଏସଡିପିଓ ନିରଞ୍ଜନ ବେହେରାଙ୍କ ଉପସ୍ଥିତିରେ ପୋଲିସ ଏମାନଙ୍କୁ ଗିରଫ କରିଛି। ଭାଇରାଲ ପାଇଁ ବ୍ୟବହାର ହୋଇଥିବା ମୋବାଇଲ ଓ କମ୍ପ୍ୟୁଟର ମଧ୍ୟ ଜବତ କରାଯାଇଛି।

କୋରାପୁଟରୁ ସି.ଏଚ. ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details