ଓଡିଶା

odisha

ETV Bharat / state

ଶହୀଦ ସପ୍ତାହ ପାଳିଲେ ମାଓବାଦୀ: 17 ରୁଟ୍‌ରେ ସରକାରୀ ବସ ସେବା ବନ୍ଦ - ଶହୀଦ ସପ୍ତାହ

ଆରମ୍ଭ ହୋଇଛି ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନ । ରବିବାର ପ୍ରଥମ ଦିନରେ ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳକୁ ଓଏସ୍‌ଆରଟିସି ତରଫରୁ ଜୟପୁରଠାରୁ 17ଟି ରୁଟ୍‌ରେ 25ଟି ବସ୍‌ ସେବାକୁ ବନ୍ଦ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Jul 28, 2019, 7:47 PM IST

କୋରାପୁଟ: ଆରମ୍ଭ ହୋଇଛି ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନ । ଏହି ସପ୍ତାହରେ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ରବିବାର ପ୍ରଥମ ଦିନରେ ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳକୁ ଓଏସ୍‌ଆରଟିସି ତରଫରୁ ଜୟପୁରଠାରୁ 17ଟି ରୁଟ୍‌ରେ 25ଟି ବସ୍‌ ସେବାକୁ ବନ୍ଦ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ ଆରକ୍ଷୀ ଅଧିକ୍ଷକ କନୱର ଭିଶାଲ ସିଂଙ୍କ କହିବା ଅନୁଯାୟୀ ଜିଲ୍ଲାରେ ପୋଲିସ ସଜାଗ ରହିଛି । ଏଥିସହ ରବିବାର ଅପରାହ୍ନ ପର୍ଯ୍ୟନ୍ତ କୌଣସି ଅଘଟଣ ଘଟିଥିବାର ମଧ୍ୟ ସୂଚନା ନଥିବା ସେ କହିଛନ୍ତି । ତେବେ ମାଓବାଦୀଙ୍କ ଏହି ଶହୀଦ ସପ୍ତାହ ପାଳନ ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବ । ତେଣୁ ପୋଲିସ ଜିଲ୍ଲାର ସମସ୍ତ ପରିସ୍ଥିତ ଉପରେ ତୀକ୍ଷ୍ଣ ନଜର ରଖିଥିବା ପ୍ରକାଶ କରିଛନ୍ତି ଭିଶାଲ ସିଂ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details