ଓଡିଶା

odisha

ETV Bharat / state

ମାଓବାଦୀଙ୍କ ମରଶରୀରକୁ ନେଲାନି ପରିବାର, କବର ଦେଲା ପୋଲିସ - କୋରାପୁଟ

ନିହତ ମାଓବାଦୀଙ୍କୁ ନେବାକୁ ଆସିଲେନି ପରିବାରବର୍ଗ । ଯାହାଫଳରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ କବର ଦେଇ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : May 14, 2019, 2:40 PM IST

କୋରାପୁଟ: ପୋଲିସ ଗୁଳିରେ ନିହତ ହୋଇଥିବା ଦୁଇ ମାଓବାଦୀଙ୍କୁ ନେବାକୁ ଆସିଲେନି ପରିବାରବର୍ଗ । ଫଳରେ ମରଶରୀର ଦୁଇଟିକୁ କବର ଦେଲା ପୋଲିସ ।

ସୂଚନା ଅନୁଯାୟୀ, ଗତ ବୁଧବାର ଦିନ ନନ୍ଦପୁର ବ୍ଲକର ପାଡୁଆ ଥାନା ଅନ୍ତର୍ଗତ କିତୁଆ କାନ୍ତି ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିମାଡ ହୋଇଥିଲା । ସେଥିରେ 5 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା । ତେବେ ଖବର ପାଇ ତିନି ଜଣ ମାଓବାଦୀଙ୍କ ମରଶରୀର ନେବାକୁ ପରିବାର ବର୍ଗ ଆସିଥିବାବେଳ ଦୁଇ ଜଣଙ୍କର କେହି ଆସିନଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସାଥି ବାବୁ ଓରଫ ଦାସୁ ଏବଂ ତାର ଦ୍ଵିତୀୟ ପତ୍ନୀ ଲକ୍ଷ୍ମୀ ବିଡିକାଙ୍କ ମୃତଦେହକୁ କେହି ନ ନେବାରୁ ଆଜି (ବୁଧବାର) ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କୋରାପୁଟ ଶ୍ମଶାନରେ କବର ଦିଆଯାଇଛି । ଉଭୟଙ୍କ ପରିବାର ବର୍ଗଙ୍କ ସହ ବାରମ୍ବାର ସମ୍ପର୍କ ସ୍ଥାପନା କରିବା ପରେ ଲକ୍ଷ୍ମୀର ପରିବାର ଲୋକେ ଆସିବାର ସୂଚନା ଦେଇଥିଲେ ମଧ୍ୟ ନ ଆସିବା ଯୋଗୁଁ ନିୟମ ଅନୁଯାୟୀ କିଛିଦିନ ଅପେକ୍ଷା କରି ଆଜି ସେମାନଙ୍କ ମୃତଦେହର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା କୋରାପୁଟ ଏସଡିପିଓ ଜଣାଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details