ପରିତ୍ୟକ୍ତ ସିଟି ବସରେ ଲାଗିଲା ନିଆଁ ,ଆଗ୍ନିକାଣ୍ଡ କାରଣ ଅସ୍ପଷ୍ଟ କୋରାପୁଟ: ସିଟି ବସ୍ରେ ଲାଗିଲା ନିଆଁ । କୋରାପୁଟ ଜିଲ୍ଲାରେ ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସିଟି ବସ୍ର ବ୍ୟବସ୍ଥା କରାଯାଇଛି । ହେଲେ ସିଟି ବସ୍ଗୁଡିକ ଦୀର୍ଘଦିନ ଧରି ଚାଲିବା ପରେ ଯାନ୍ତ୍ରିକ ତୃଟି ଯୋଗୁଁ ପଡ଼ି ରହିଥିଲା ସିଟି ବସଗୁଡିକରେ ନିଆଁ ଲାଗି ଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । କେଉଁ କାରଣରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବାରେ ନିଆଁ ଲାଗିଲା ତାହା ଏବେ ସନ୍ଦେହ ଘେରରେ ରହିଛି । ଯାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି ।
ସୂଟନା ଯୋଗ୍ୟ ଜୟପୁର ଉପକଣ୍ଠରେ ନବରଙ୍ଗପୁର ଯିବା ରାସ୍ତାରେ ପରିତ୍ୟକ୍ତ ଅବସ୍ଥାରେ 20ଟି ସିଟି ବସ୍ ପଡ଼ି ରହିଛି । ଏହାର ଯାନ୍ତ୍ରିକ ତୃଟି ଯୋଗୁଁ ରାସ୍ତା କଡ଼ରେ ପଡି ରହିଛି । ଶୁକ୍ରବାର ସନ୍ଧ୍ୟାରେ ଏହି ବସ୍ଗୁଡ଼ିକରେ ହଠାତ୍ ନିଆଁ ଲାଗି ଯାଇଥିଲା । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିିଥିଲା ।ଜିଲ୍ଲାର ସହରବାସୀ ରେଳଷ୍ଟେସନ, ହସ୍ପିଟାଲ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଅଟୋରିକ୍ସାରେ ଖର୍ଚ୍ଚ ନକରି ସିଟି ବସ୍ରେ ସୁଲଭ ମୂଲ୍ୟରେ ଯାତାୟତ କରିବା ସାଙ୍ଗକୁ ସରକାରୀ ଓ ବେସରକାରୀ ବସ୍ ସେବା ପହଞ୍ଚୁନଥିବା ପାଖଆଖ ଅଞ୍ଚଳକୁ ଯାତାୟତ କରିବା ପାଇଁ ୨୦୧୬ ମସିହାରେ ରାଜ୍ୟ ସରକାର କୋରାପୁଟ ଜିଲ୍ଲାକୁ ୨୦ଟି ଆଧୁନିକ ସିଟି ବସ୍ ସେବା ଆରମ୍ଭ କରିଥିଲେ ।
ଏହା ମଧ୍ୟ ପଢନ୍ତୁ....Watch Video: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର
ଏହି ସେବାର ସୁପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନର ଅଧ୍ୟକ୍ଷତାରେ 'ଜୟପୁର କୋରାପୁଟ ସୁନାବେଡ଼ା ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟ' (ଜେକେଏସୟୁଟିଟି) ଗଠନ କରାଯାଇଥିଲା । ଟେଣ୍ଡର ପ୍ରକ୍ରିୟାରେ ଜୟପୁରର ଜନୈକ ବ୍ୟକ୍ତି ଏହି ବ୍ୟବସାୟର ଦାୟିତ୍ୱ ନେଲେ । ଏହାପରେ ଆରମ୍ଭ ହୋଇଯାଇଥିଲା ଦ୍ଵନ୍ଦ୍ୱ ଏବଂ ଯେଉଁ ଉଦ୍ଦେଶ୍ୟରେ ଏହି ସେବା ଆରମ୍ଭ ହୋଇଥିଲା, ତାହା ନକରି ଅନ୍ୟାନ୍ୟ ସାଧାରଣ ବସ୍ ସେବା ଭଳି ଗୋଟାଏ ସହରରୁ ଆଉ ଏକ ସହରକୁ କେବଳ ଜାତୀୟ ରାଜପଥ ଚଳାଚଳ କରିଥିଲା । ଯାହାଫଳରେ ପ୍ରତିବାଦର ସ୍ୱର ଉଠିଥିଲା । ପରେ ଏହି ସେବାକୁ ବନ୍ଦ କରିବାକୁ ପଡ଼ିଥିଲା । କିଛି ଦିନର ଅନ୍ତରାଳ ପରେ ପୁନଃ ଏହି ସେବା ଆରମ୍ଭ କରାଯାଇଥିଲା ।
ହେଳେ ଟେଣ୍ଡର ନେଇଥିବା ବ୍ୟକ୍ତିଙ୍କ ଚରମ ଅବହେଳା ଏବଂ ବସ୍କୁ ଲୋକଙ୍କ ସେବାରେ ନିୟୋଜିତ କରାଇବା ଦିଗରେ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ସବୁ ବସ୍ଗୁଡିକ ଖରାପ ହୋଇ ଜୟପୁର ସହର ଉପକଣ୍ଠରେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା । ଏହି ପ୍ରକାରର ବସ୍ କୋରାପୁଟ ଅଞ୍ଚଳରେ କମ୍ ଦୂରତାରେ ମଧ୍ୟରେ ବୁଲିବା ପାଇଁ ହୋଇଥିବା ବେଳେ ଠିକାଦାରଙ୍କ ମନ ମୁଖି କାର୍ଯ୍ୟ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି କୋରାପୁଟ ଘରୋଇ ବସ ମାଲିକ ସଂଘ ଅଭିଯୋଗ ଆଣିଥିଲା । ବର୍ତ୍ତମାନ ଲକ୍ଷ୍ମୀ ଯୋଜନାରେ ମଧ୍ୟ ସରକାର ଜିଲ୍ଲାରେ ବସ୍ସେବା ଆରମ୍ଭ କରିବା ପାଇଁ ଯାଉଛନ୍ତି । ଯଦି ସେଗୁଡିକର ସଠିକ ରକ୍ଷଣାବେକ୍ଷଣ କରାନଯାଏ ତାହାଲେ ସେଗୁଡ଼ିକର ଅବସ୍ଥା ଆଜି ଜଳିଥିବା ବସ୍ ଭଳି ହେବାର ସମ୍ଭାବନା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି ।
ଇଟିଭି ଭାରତ, କୋରାପୁଟ