କୋରାପୁଟ:ଋତୁରାଜ ବସନ୍ତର ଆଗମନରେ ଜିଲ୍ଲାର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତାକଡଠାରୁ ଆରମ୍ଭ କରି ବାଡ଼ି ବଗିଚା ପର୍ଯ୍ୟନ୍ତ ବସନ୍ତ ଭରିଦେଇଛି ଆମ୍ବ ବଉଳ । ଏହି ଆମ୍ବ ବଉଳର ମହକରେ ପରିବେଶ ମହକିଯାଉଥିବା ବେଳେ ପବନରେ ଦୋଳିତ ହେଉଥିବା ବଉଳକୁ ଦେଖି ପ୍ରକୃତି ପ୍ରେମୀଙ୍କ ସମେତ ପଥଚାରୀ ଆତ୍ମବିଭୋର ହେଉଥିବା ଦେଖିବାକୁ ମିଳିଛି ।
ଚଳିତ ବର୍ଷ ଆମ୍ବ ଗଛରେ ଏତେ ପରିମାଣରେ ବଉଳ ଆସିଛି ଯେ ଗଛରେ ପତ୍ରଟିଏ ମଧ୍ୟ ଦେଖାଯାଉନାହିଁ । ଏତେ ପରିମାଣରେ ବଉଳ ଆସିବା ଦେଖି ଚାଷୀ ବେଶ ଉତ୍ସାହିତ ହୋଇଉଠିଥିବା ବେଳେ ଏ ସମୟରେ ଅସରାଏ ବର୍ଷା ପ୍ରକୃତିର କୋଳରେ ଗୁଞ୍ଜରିତ ହେଉଛି । ବିଶେଷଜ୍ଞଙ୍କ ମତରେ ପ୍ରତି ୧୦୦୦ ବଉଳ ଫୁଲରୁ ମାତ୍ର ୪-୫ ଟି ଆମ୍ବକଷି ହୁଏ ଓ ପ୍ରତି ୧୦୦ ଆମ୍ବକଷିରୁ ୪-୫ ଟି ଆମ୍ବ ବଞ୍ଚିରୁହେ ।