ଓଡିଶା

odisha

ETV Bharat / state

କୋରାପୁଟରେ ଆମ୍ବଚାଷ କ୍ଷତିଗ୍ରସ୍ତ, ଅଭାବୀ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ - କୋରାପୁଟରେ ଆମ୍ବଚାଷ କ୍ଷତିଗ୍ରସ୍ତ

ଅଦିନିଆ କୁଆପଥର ବର୍ଷା ଓ ଜଳବାୟୁରେ ଆସିଥିବା ପରିବର୍ତ୍ତନ ଯୋଗୁଁ ଚଳିତ ବର୍ଷ ଆମ୍ବ ଚାଷ କ୍ଷତିଗ୍ରସ୍ତ ହୋଇଛି । ଅପରପକ୍ଷରେ କିଛିମାତ୍ରାରେ ଆମ୍ବ ଫଳିଥିଲେ ମଧ୍ୟ ଲକଡାଉନ କାରଣରୁ ତାହାର ବିକ୍ତରିକୁ ନେଇ ଚିନ୍ତାରେ କୋରାପୁଟର ଚାଷୀ। ଅଧିକ ପଢନ୍ତୁ...

Mango farmer of koraput  in tension
କୋରାପୁଟରେ ଆମ୍ବଚାଷ କ୍ଷତିଗ୍ରସ୍ତ, ଅଭାବୀ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ

By

Published : May 2, 2020, 6:09 PM IST

Updated : May 2, 2020, 6:28 PM IST

କୋରାପୁଟ: ଅଦିନିଆ କୁଆପଥର ବର୍ଷା ଓ ଜଳବାୟୁରେ ଆସିଥିବା ପରିବର୍ତ୍ତନ ଯୋଗୁଁ ଚଳିତ ବର୍ଷ ଆମ୍ବ ଚାଷ କ୍ଷତିଗ୍ରସ୍ତ ହୋଇଛି । ଅପରପକ୍ଷରେ କିଛିମାତ୍ରାରେ ଆମ୍ବ ଫଳିଥିଲେ ମଧ୍ୟ ଲକଡାଉନ କାରଣରୁ ତାହାର ବିକ୍ରିକୁ ନେଇ ଚିନ୍ତାରେ କୋରାପୁଟ ଚାଷୀ ।

କୋରାପୁଟରେ ଆମ୍ବଚାଷ କ୍ଷତିଗ୍ରସ୍ତ, ଅଭାବୀ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ

ଚଳିତବର୍ଷ ଅଦିନିଆ କୁଆପଥର ବର୍ଷା ଓ ଜଳବାୟୁରେ ଆସିଥିବା ପରିବର୍ତ୍ତନ ଯୋଗୁଁ ଅଧିକାଂଶ ବଉଳ ଆମ୍ବରେ ପରିଣତ ହୋଇପାରିଲା ନାହିଁ ବୋଲି କୋରାପୁଟ ବ୍ଲକ ଅନ୍ତର୍ଗତ ଗୋପାଳପୁଟ ର ଆମ୍ବ ଚାଷୀ ଜଗନ୍ନାଥ ମାଝୀ ଜଣାଇଛନ୍ତି । ଅପରପକ୍ଷରେ ଅନ୍ୟମାନଙ୍କ ଅପେକ୍ଷା କିଛିମାତ୍ରାରେ ଭଲ ଆମ୍ବ ଫଳିଥିବା ବଗିଚାକୁ ଦେଖି ଏହି ଗାଁର ଆଉ ଏକ ଅଗ୍ରଣୀ ଚାଷୀ ଅରଜୁ ହନ୍ତାଳ ମଧ୍ୟ କୋରୋନା ଲକଡାଉନ ସମୟରେ ଗ୍ରାହକଙ୍କ ଅଭାବକୁ ନେଇ ଚିନ୍ତାରେ ପଡିଛନ୍ତି । ଗୋପାଳପୁଟ ସମେତ ପଦ୍ମପୁର ପଂଚାୟତର ଅନେକ ଗ୍ରାମ ଉତ୍ପାଦିତ ଆମ୍ବ ଏକାଠି କରି ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ବଜାରକୁ ପଠାଇଥାନ୍ତି ।

ଆମ୍ବ ବ୍ୟବସାୟୀ ମଦନଙ୍କ କହିବାନୁଯାୟୀ ଓଡିଶା ସହିତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ମଧ୍ୟରେ ଯାନବାହନ ଚଳାଚଳ ସମସ୍ୟା ନ ସୁଧୁରିଲେ ଯାହାବି ଆମ୍ବ ଫଳିଛି ତାକୁ କେବଳ ସ୍ଥାନୀୟ ବଜାରରେ କମଦାମରେ ବିକ୍ରି କରିବାକୁ ବାଧ୍ୟ ହେବେ । ତେବେ ଅରମାସର ଜିଲ୍ଲା ଅଧିକାରୀ ରୋଶନ କାର୍ତ୍ତିକ ଚାଷୀଙ୍କୁ ଏହି ସମସ୍ୟାରୁ ମୁକୁଳାଇବା ପାଇଁ ଅରମାସ ତରଫରୁ କୋରାପୁଟ ଜିଲ୍ଲାର ଦାମନଯୋଡି, ସୁନାବେଡା, କୋରାପୁଟ ଓ ଜୟପୁର ବଜାରରେ ବିକ୍ରି କରିବାର ସୁବିଧା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : May 2, 2020, 6:28 PM IST

ABOUT THE AUTHOR

...view details