କୋରାପୁଟ:ଜିଲ୍ଲାର ସଫଳତା କାହାକୁ ବା ଅଛପା ।ଶିଶୁଙ୍କ ମଧ୍ୟରେ ଅପପୁଷ୍ଟି ନିୟନ୍ତ୍ରଣ ହେଉ ବା ଜନସାଧାରଣଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ହେଉ କୋରାପୁଟ ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍ତରରେ ବହୁବିଧ ପ୍ରଚେଷ୍ଟା ଚାଲିଛି । କିଛି କ୍ଷେତ୍ରରେ ବ୍ୟକ୍ତିଗତ ପ୍ରୟାସ ମଧ୍ୟ ସୁସ୍ଥ ସମାଜ ଗଠନ ଦିଗରେ ନୂତନ ଆଶା ସଂଚରିତ କରିଛି । ସେ ବିଦ୍ୟାଳୟ ହେଉ ବା ଅଙ୍ଗନବାଡି କେନ୍ଦ୍ର, ସବୁଠାରେ ଅପପୃଷ୍ଟି ଶିଶୁଙ୍କୁ ଅଙ୍ଗନବାଡି କର୍ମୀ ଓ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସେମାନଙ୍କ ଉପଯୋଗୀ ଖାଦ୍ୟ ତଥା ଔଷଧ ଦିଆଯାଇ ଅନେକ ଶିଶୁଙ୍କୁ ଅପପୃଷ୍ଟିର ସ୍ଥିତିରୁ ସାଧାରଣ ସ୍ଥିତିକୁ ଅଣାଯାଇପାରିଛି । ରାଜ୍ୟରେ ଅପମିଶ୍ରଣର ହାର ବଢିଚାଲିଥିବା ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ତାହା ବିପଦ ସୃଷ୍ଟି କରିଛି । ଶୁଦ୍ଧ ଖାଦ୍ୟ ଯୋଗାଇବା ପାଇଁ ଏକ ନିଆରା ପ୍ରୟାସ କରିଛନ୍ତି କୋରାପୁଟ ଜିଲ୍ଲା ସତ୍ୟନାରାୟଣ ଚୌଧୁରୀ ।
ତେଲ , ଅଟା , ହଳଦୀ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସମାଗ୍ରୀରେ ଆନ୍ୟାନ ମିଶ୍ରିତ ଦ୍ରବ୍ୟ ମିଶୁଛି । ଦୀର୍ଘ 30 ବର୍ଷ ଧରି କୋରାପୁଟ ଜିଲ୍ଲାରେ ଚାଷୀ କିପରି ଉନ୍ନତ ମାନର ଚାଷ ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି କରିପାରିବେ ସେ କ୍ଷେତ୍ରରେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟକରି ଆସୁଛନ୍ତି କୋରାପୁଟ ନିବାସୀ ସତ୍ୟନାରାୟଣ ଚୌଧୁରୀ । ଲୋକେ କିପରି ଶୁଦ୍ଧ ଆହାର ପାଇପାରିବେ ସେ ସଂକ୍ରାନ୍ତରେ ଏକ ଦୀର୍ଘ ମିୟାଦି କାର୍ଯ୍ୟ ହାତକୁ ନେଇଛନ୍ତି ସେ । କୋରାପୁଟ ସହର ନିକଟସ୍ଥ ଛାପର ଗ୍ରାମରେ ଏକ ତେଲ ଘଣା ଓ ଅଟା, ହଳଦୀ ଗୁଣ୍ଡ ପ୍ରସ୍ତୁତ କରିବା କଳ ବସାଇ ଛୋଟ ଛୋଟ ଉଦ୍ୟମରେ ଗାଁ ଗଣ୍ଡାରେ ଚାଷୀ ନିଜ ଉତ୍ପାଦର ମୂଲ୍ୟ ବୃଦ୍ଧି କରିପାରିବା ସହ ସ୍ୱଚ୍ଛ ଖାଦ୍ୟ ପାଇପାରିବେ ତାର ଏକ ଉଦାହରଣ ସାଜିଛନ୍ତି ।