କୋରାପୁଟ:ମେଡିକାଲ ପାଚେରୀ ପଡି ଯୁବ ବ୍ୟବସାୟୀଙ୍କ ମୃତ୍ୟୁ । ଏହିଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟର ସହିଦ ଲକ୍ଷ୍ନଣ ନାୟକ ମେଡିକାଲ କଲେଜ ଓ ମେଡିକାଲରେ । ମେଡିକାଲର ପାଚେରୀ ପଡି ଯୁବ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିବା ବେଳେ କାନ୍ଥ ନିକଟରେ ପାର୍କିଂ ହୋଇଥିବା ଗୋଟେ କାର ମଧ୍ୟ କ୍ଷତିଗସ୍ତ ହୋଇଛି । ତେବେ ମୃତ ଯୁବ ବ୍ୟବସାୟୀ ଜଣଙ୍କ ହେଉଛନ୍ତି ଅନିଲ ଚୌଧୁରୀ ।
ତେବେ ସୂଚନା ଅନୁଯାୟୀ, ମେଡିକାଲର ପାଚେରୀ ଭାଙ୍ଗି ଯାଇଥିବା ଯୋଗୁଁ ଯୁବ ବ୍ୟବସାୟୀ ପ୍ରଥମେ ଗୁରୁତର ହୋଇଥିଲେ ପରେ ରାତି 1ଟା ସମୟରେ ମୃତ୍ୟୁବରଣ କରିଥିଲେ । ତେବେ ମୃତ ଯୁବକ ଜଣକ ଜଣେ ହୋଟେଲ ବ୍ୟବସାୟୀ ବୋଲି ଜଣାପଡିଛି । ସେ ରାତିରେ ସେହି ବାଟ ଦେଇ ଜଣଙ୍କ ଘରେ ଖାଦ୍ୟ ପହଞ୍ଚାଇବାକୁ ଯାଉଥିବା ବେଳେ ତାଙ୍କ ଉପରେ ପାଚେରୀ ପଡି ଯିବାରୁ ସେ ମୃତ୍ୟୁବରଣ କରିଛନ୍ତି । ସେହିପରି ଅନ୍ୟପେଟ କ୍ଷତିଗ୍ରସ୍ତ ହୋଇଥିବା କାରଟି ଦିଲ୍ଲୀପ କୁମାର ଲେଙ୍କାଙ୍କର ବୋଲି ଜଣାପଡିଛି ।