କୋରାପୁଟ: ନିଜ ଧର୍ମପତ୍ନୀ ଛାଡପତ୍ର ଦେବା ଯୋଗୁଁ ଯୁବ ବୟସରେ ଆତ୍ମହତ୍ୟା କଲେ ପତି । କୋରାପୁଟ ଜିଲ୍ଲା ସେମିଳିଗୁଡାର ସରସ୍ବତୀ ନଗରରେ ରହୁଥିବା ବାଦଲ ବେହେରା ନାମକ ଜନୈକ ଯୁବକ ବର୍ଷକ ପୂର୍ବେ ସେହି ସହରର କୁକୁଡ଼ା ଫାର୍ମ ନିକଟ ଏକ ଝିଅକୁ ପ୍ରେମ ବିବାହ କରିଥିଲେ । କିନ୍ତୁ ବୈବାହିକ ଜୀବନ ଠିକ ରହୁନଥିବା ଯୋଗୁଁ ଅନ୍ତଃସତ୍ତ୍ବା ଥିବା ପତ୍ନୀ ପତିଙ୍କୁ ଛାଡି ନିଜ ବାପଘରକୁ ଚାଲିଯାଇଥିଲେ ।
ଛାଡ଼ପତ୍ର ପାଇ ସ୍ବାମୀର ଆତ୍ମହତ୍ୟା, ସୁଇସାଇଡ ନୋଟ ପଢି ଭାବବିହ୍ବଳ ପରିବେଶ - ଛାଡ଼ପତ୍ର ପାଇ ସ୍ବାମୀଙ୍କ ଆତ୍ମହତ୍ୟା
କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଠାରେ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀଙ୍କ ଠୁ ଛାଡ଼ପତ୍ର ପାଇ ଆତ୍ମହତ୍ୟା କଲା ସ୍ବାମୀ । ଅଧିକ ପଢ଼ନ୍ତୁ...

ସ୍ତ୍ରୀଙ୍କ ଛାଡ଼ପତ୍ର ପାଇ ସ୍ବାମୀଙ୍କ ଆତ୍ମହତ୍ୟା
ସ୍ତ୍ରୀଙ୍କ ଛାଡ଼ପତ୍ର ପାଇ ସ୍ବାମୀଙ୍କ ଆତ୍ମହତ୍ୟା
ସୋମବାର ପତ୍ନୀଙ୍କ ଠାରୁ ଛାଡପତ୍ର ପାଇବା ପରେ ହତୋତ୍ସାହିତ ହୋଇ ବାଦଲ ଆତ୍ମହତ୍ୟା କରିଥବା ଜଣାପଡିଛି । ନିଜ ସୁଇସାଇଡ଼ ନୋଟରେ ତାଙ୍କ ମୃତଦେହ ପାଖକୁ ପତ୍ନୀଙ୍କୁ ଆଣିବା ପାଇଁ ଅନୁରୋଧ କରିଥିବା ଯୋଗୁଁ ତାଙ୍କ ସାଙ୍ଗସାଥୀ ବାଦଲଙ୍କ ଶ୍ବଶୁର ଘର ସାମନାରେ ମୃତଦେହ ରଖି ତାଙ୍କ ଶେଷ ଇଚ୍ଛାପୂରଣ ପାଇଁ ଅଡି ବସିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରି ପରିସ୍ଥିତିକୁ ଆୟତ୍ତ କରିଥିବା ଜଣାପଡିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ