ଓଡିଶା

odisha

ETV Bharat / state

ଅନଲାଇନ୍ ଠକାମିର ଶିକାର ଯୁବକ, ଲଟେରୀ ଆଶାରେ ହରାଇଲେ 48 ହଜାର ଟଙ୍କା - କଫି ଉନ୍ନୟନ ବିଭାଗରେ କାର୍ଯ୍ୟରତ ଯୁବକ

କଫି ଉନ୍ନୟନ ବିଭାଗରେ କାର୍ଯ୍ୟରତ ଯୁବକ ଟୁନା ଗାଣ୍ଠା କିଛିଦିନ ପୂର୍ବେ ଅନଲାଇନରେ ଗୋଟିଏ କୋଟ୍ ଅର୍ଡର କରିଥିଲେ । ଟୁନାଙ୍କ କହିବା ଅନୁଯାୟୀ ସେ କୋଟ୍ ଅର୍ଡର କରିବାର କିଛିଦିନ ପରେ ସେହି କମ୍ପାନୀର ଏକ ନମ୍ବରରୁ ବାରମ୍ବାର ଫୋନ କଲ ଆସିଲା । ଅଧିକ ପଢନ୍ତୁ.....

ଅନଲାଇନ୍ ଠକାମୀର ଶିକାର ଯୁବକ, ଲଟେରୀ ଆଶାରେ ହରାଇଲେ 48 ହଜାର ଟଙ୍କା
ଅନଲାଇନ୍ ଠକାମୀର ଶିକାର ଯୁବକ, ଲଟେରୀ ଆଶାରେ ହରାଇଲେ 48 ହଜାର ଟଙ୍କା

By

Published : Jun 11, 2020, 10:39 PM IST

କୋରାପୁଟ: ବିଭିନ୍ନ ପ୍ରକାର ଅନଲାଇନ୍ ଠକେଇ ସମ୍ପର୍କରେ ସରକାର ସବୁବେଳେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ବାରମ୍ବାର ଲୋକଙ୍କୁ ସାବଧାନ କରୁଛନ୍ତି । ହେଲେ ଏହାର ପ୍ରଭାବ ଏବେବି ଅନେକ ଗାଁ ଗହଳି ଲୋକଙ୍କ ଉପରେ ପଡିନଥିବା ଦେଖିବାକୁ ମିଳିଛି । ଏପରିକି ସରକାରୀ ବିଭାଗରେ କାର୍ଯ୍ୟରତ ଜଣେ ଶିକ୍ଷିତ ଯୁବକ ଏହାର ଶିକାର ହୋଇଛନ୍ତି ।

ଅନଲାଇନ୍ ଠକାମୀର ଶିକାର ଯୁବକ, ଲଟେରୀ ଆଶାରେ ହରାଇଲେ 48 ହଜାର ଟଙ୍କା

ସୂଚନା ଅନୁସାରେ ଜିଲ୍ଲାର କଫି ଉନ୍ନୟନ ବିଭାଗରେ କାର୍ଯ୍ୟରତ ଯୁବକ ଟୁନା ଗାଣ୍ଠା କିଛିଦିନ ପୂର୍ବେ ଅନଲାଇନରେ ଗୋଟିଏ କୋଟ୍ ଅର୍ଡର କରିଥିଲେ । ହେଲେ ସେ କେବେ ବି ଭାବିନଥିଲେ ଯେ ଏହି କୋଟ୍ ତାଙ୍କୁ ଏକ ଠକେଇ ଜାଲ ଅଭିମୁଖେ ନେଇଯାଉଛି । ଟୁନାଙ୍କ କହିବା ଅନୁଯାୟୀ ସେ କୋଟ୍ ଅର୍ଡର କରିବାର କିଛିଦିନ ପରେ ସେହି କମ୍ପାନୀର ଏକ ନମ୍ବରରୁ ବାରମ୍ବାର ଫୋନ କଲ ଆସିଲା ।

ଏଥିରେ ସେ ଏକ ଲଟେରୀ ଜିତିଥିବା କଥା କୁହାଯାଉଥିଲା । ସେ ଅର୍ଡର କରିଥିବା ସ୍ଥାନରୁ କଲ ଆସୁଥିବା ଯୋଗୁଁ ତାର ବୈଧତାକୁ ଯାଞ୍ଚ ନକରି ବିଶ୍ବାସ କରିଯାଇଥିଲେ ଟୁନା । ଫୋନରେ ଆସୁଥିବା ନିର୍ଦ୍ଦେଶକୁ ମାନି ବିଭିନ୍ନ ପର୍ଯ୍ୟାୟରେ ସେ 48 ହଜାର ଟଙ୍କା ଦେଇଥିଲେ । ହେଲେ ଟଙ୍କା ମିଳିବା ପରେ ଅସଲ ରୂପ ଦେଖାଇଥିଲା କମ୍ପାନୀ ।

ବୁଧବାର ହଠାତ ଫୋନ ଆସୁଥିବା ନମ୍ବରଟି ବନ୍ଦ ହୋଇଯାଇଥିଲା । ଯେତେ ଲଗାଇଥିଲେ ମଧ୍ୟ ଆଉ ଲାଗିନଥିଲା । ଶେଷରେ ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ ଟୁନା । ଏନେଇ ବ୍ୟାଙ୍କ ଓ ପୋଲିସ ଥାନାରେ ଅଭିଯୋଗ କରି ନ୍ୟାୟ ପାଇବାର ଆଶା ବାନ୍ଧିଛନ୍ତି ଟୁନା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details