କୋରାପୁଟ: ଗଞ୍ଜେଇ ରଖିଥିବା ସନ୍ଦେହରେ ଚଢାଉ ସମୟରେ ମାଲକାନଗିରିର ପୋଲିସକୁ ମାରିବା ଘଟଣା । ମାଛକୁଣ୍ଡ ନିକଟସ୍ଥ ମାଟିକାଲ ଗାଁରେ ସର୍ଚ୍ଚ ଅପରେସନ ଆରମ୍ଭ କଲା ପୋଲିସ । ଗାଁରେ ତଲାସୀ ଚାଲିଥିବା ବେଳେ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ OSAP, IRB, ଓଡିଶା ପୋଲିସର ପାଞ୍ଚ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ମାଛକୁଣ୍ଡ ତହସିଲଦାର ତଥା ମାଜିଷ୍ଟ୍ରେଟ ମାନସ ପଟ୍ଟନାୟକଙ୍କ ଉପସ୍ଥିତିରେ ମାଟିକାଲରେ ପେଲିସ ଫୋର୍ସ ଗାଁ ର ସମସ୍ତ ଘରେ ଭିତରେ ପସି ସର୍ଚ୍ଚ କରିଥିଲେ । ପଳରେ ଗାଁ ପୁରୁଷ ଶୂନ୍ୟ ରହିଥିବା ବେଳେ ଗାଁ ଲୋକଙ୍କ ଘରୁ ଆଦିବାସୀ ସମ୍ପ୍ରଦାୟର ଅସ୍ତ୍ରଶସ୍ତ୍ର ଧନୁସର ଓ ବର୍ଚ୍ଛା ଜବତ ହୋଇଛି ।
ଏହା ମଧ୍ୟ ପଢନ୍ତୁ:-ଗଞ୍ଜେଇ ସନ୍ଦେହରେ ଚଢାଉ ବେଳେ ପୋଲିସକୁ ମାଡ ମାରିଲେ ଗ୍ରାମବାସୀ