ଓଡିଶା

odisha

ପୌର ଫାଇଟ: କୋରାପୁଟ ପୌରାଞ୍ଚଳ ହାତେଇବାକୁ ପ୍ରମୁଖ ଦଳ ପ୍ରସ୍ତୁତ

By

Published : Mar 15, 2022, 8:09 PM IST

ପୌର ନିର୍ବାଚନକୁ ନେଇ କୋରାପୁଟ ରାଜନୀତି ସରଗରମ ରିହିଛି । ୨୦୧୩ରେ ଶେଷ ପୌରପରିଷଦ ଗଠନ ହୋଇଥିବାବେଳେ ଏଥର ସିଧାସଳଖ ପୌରାଧ୍ୟକ୍ଷ ବାଛିବେ ଭୋଟର । ଅଧିକ ପଢ଼ନ୍ତୁ

ପୌର ଫାଇଟ: କୋରାପୁଟ ପୌରାଞ୍ଚଳ ହାତେଇବାକୁ ପ୍ରମୁଖ ଦଳ ପ୍ରସ୍ତୁତ
ପୌର ଫାଇଟ: କୋରାପୁଟ ପୌରାଞ୍ଚଳ ହାତେଇବାକୁ ପ୍ରମୁଖ ଦଳ ପ୍ରସ୍ତୁତ

କୋରାପୁଟ:ପୌର ନିର୍ବାଚନକୁ ନେଇ ସମସ୍ତ ଜିଲ୍ଲାର ପୌରାଞ୍ଚଳ ଚଳଚଞ୍ଚଳ ହୋଇ ପଡ଼ିଛି । ପୌରାଞ୍ଚଳରେ ପ୍ରାର୍ଥୀ ଭୋଟ ସାଉଁଟିବା ପାଇଁ ନାନା କସରତ କରୁଥିବା ଦେଖାଦେଇଛି । ସେପଟେ ବିକାଶର ହିସାବନିକାଶ କରି ନେତାଙ୍କୁ ପରଖିବାକୁ ପ୍ରସ୍ତୁତ ହେଲେଣି ଭୋଟର । କୋରାପୁଟ ଜିଲ୍ଲାର 4ଟି ପୌରାଞ୍ଚଳରେ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ 3 ପ୍ରମୁଖ ଦଳ ବିଜେପି ବିଜେଡି ଓ କଂଗ୍ରେସ ନିଜ ରଣନୀତି ମୁତାବକ ସଜବାଜ ଆରମ୍ଭ କରିଛନ୍ତି ।

ପୌର ଫାଇଟ: କୋରାପୁଟ ପୌରାଞ୍ଚଳ ହାତେଇବାକୁ ପ୍ରମୁଖ ଦଳ ପ୍ରସ୍ତୁତ

ପୌର ନିର୍ବାଚନକୁ ନେଇ କୋରାପୁଟ ରାଜନୀତି ସରଗରମ ରିହିଛି । ୨୦୧୩ରେ ଶେଷ ପୌରପରିଷଦ ଗଠନ ହୋଇଥିବାବେଳେ ଏଥର ସିଧାସଳଖ ପୌରାଧ୍ୟକ୍ଷ ବାଛିବେ ଭୋଟର । ଏଥି ସହିତ ନିଜ ଓ୍ବାର୍ଡର ଭଲମନ୍ଦ ବୁଝିବା ପାଇଂ କାଉନସିଲର ମଧ୍ୟ ନିର୍ବାଚିତ କରିବେ । ଏଣୁ ପ୍ରମୁଖ ତିନି ଦଳ କସରତ ଆରମ୍ଭ କରିଛନ୍ତି । ସାଙ୍ଗଠନିକ ସ୍ତରରେ ମଜଭୁତ ଥିବା ବିଜୁ ଜନତା ଦଳ ବୁଥ୍ ସ୍ତରରୁ କର୍ମୀଙ୍କୁ ଏକାଠି କରି କିଭଳି ସବୁସ୍ତରରେ ସଠିକ୍ ସହଯୋଗ ରହିବ ସେ ନେଇ ଅଧିକ ଗୁରୁତ୍ବ ଦେଇଛି । ଗତ ନିର୍ବାଚନରେ ଦଳ ବେଶ୍ ଭଲ ପ୍ରଦର୍ଶନ କରିଥିବା ବେଳେ ଏବେ ତାହର ପୁନରାବୃତ୍ତି ହେବ ବୋଲି ଦଳୀୟ ନେତା କହିଛନ୍ତି । ଭୋଟର ପୁଣି ଥରେ ବିଜେଡିକୁ କ୍ଷମତାକୁ ଆଣିବେ ବୋଲି ବିଜେଡି ପ୍ରାର୍ଥୀ ମୋହନ ସେଠୀ ଆଶାବ୍ୟକ୍ତ କରିଛନ୍ତି ।


ଗତ ନିର୍ବାଚନରେ କୋରାପୁଟ ମ୍ୟୁନିସିପାଲଟିରେ ବିଜେଡି ଓ କଂଗ୍ରେସ ସମାନ ଆସନରେ ବିଜୟୀ ହୋଇଥିଲେ । ଜଣେ ମାତ୍ର ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନରେ କୋରାପୁଟ ପୌର ପରିଷଦର ଶେଷ ଅଢେଇ ବର୍ଷ କଂଗ୍ରେସର ଭଗବାନ ବାହିନିପତି ପୌରାଧ୍ୟକ୍ଷ ହୋଇଥିଲେ । ସେହିପରି କୋଟପାଡ NACରେ ମଧ୍ୟ ସମାନ ପରିସ୍ଥିତି ହେବାରୁ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନରେ ଉପାଧ୍ୟକ୍ଷ ପଦବୀ ହାତେଇଥିଲା କଂଗ୍ରେସ । ଉଭୟ ସ୍ଥାନରେ କଂଗ୍ରେସ କିପରି ସମ୍ପୂର୍ଣ୍ଣ ବହୁମତ ଆଣିବ ଏବଂ କୋରାପୁଟ ଓ ଜୟପୁରରେ ନିଜ ପ୍ରାର୍ଥୀଙ୍କୁ ଜିତାଇବ ସେନେଇ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ବିଶେଷ କରି ସରକାରଙ୍କ ପ୍ରତି ବିମୁୁଖ ଓ ଯୁବ ଭୋଟରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଗତ ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ବେଶ୍ ଉତ୍ସାହିତ ରହିଛି କଂଗ୍ରେସ । ଏଥର ସମସ୍ତ ପୌରାଞ୍ଚଳ ଦଖଲ କରିବ ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।


ସେହିପରି ଚଳିତ ପଞ୍ଚାୟତ ନିର୍ବାଚନରେ ନିରୁତ୍ସାହଜନକ ପ୍ରଦର୍ଶନ କରିଥିବା ବିଜେପି ପୌର ନିର୍ବାଚନକୁ ନେଇ ବେଶ ଆଶାବାଦୀ ରହିଛି । ସହରାଞ୍ଚଳରେ କେନ୍ଦ୍ର ସରକାରଙ୍କ ସଫଳ ଯୋଜନା ନାଁରେ ଭୋଟ ମାଗୁଛି ବିଜେପି । ବିଶେଷ କରି ଯୋଗାଯୋଗ କ୍ଷେତ୍ରରେ ମୋଦି ସରକାରଙ୍କ ଅବଦାନକୁ ସହରବାସୀ ବେଶ ଭଲ ଭାବେ ଜାଣିଥିବେ ବୋଲି ଆକଳନ କରୁଛି ବିଜେପି । ଏଥି ସହିତ ଯୁବ ବର୍ଗଙ୍କ ଭିତରେ ମୋଦିଙ୍କ କ୍ରେଜ୍ ରହିଛି । ତାହା ଏଥର ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ଆଶା ବାନ୍ଧିଛନ୍ତି ବିଜେପି ନେତାଏ । କୋରାପୁଟ ପୌରାଧ୍ୟକ୍ଷ ପଦ ପାଇଁ ବିଜେପି ଟିକଟରେ ସଞ୍ଜୀବ କୁମାର ଲଢ଼ୁଛନ୍ତି । ଏଣୁ ଏଥର ନିଶ୍ଚୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ସଞ୍ଜୀବ ।


ବିକାଶ ଏକ ପ୍ରକ୍ରିୟା । ଜିଲ୍ଲାର ବିଭିନ୍ନ ସହରାଞ୍ଚଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଛି । କେତେକ କ୍ଷେତ୍ରରେ ଏହା ଲୋକଙ୍କ ପାଖରେ ପହଞ୍ଚିଥିବା ବେଳେ କେତେକଙ୍କ ପାଖରେ ଏହା ବର୍ତ୍ତମାନ ସୁଦ୍ଧା ପହଞ୍ଚି ପାରିନାହିଁ । ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ସମସ୍ୟାରେ ଛନ୍ଦି ହେବାକୁ ପଡୁଛି । ଭୋଟ ପାଇ ନେତା ଲୋକଙ୍କ ପାଖକୁ ଆସୁନାହାଁନ୍ତି କି ସୁଖଦୁଃଖ ବୁଝୁ ନାହାନ୍ତି । ଏଣୁ ଏଥର ଆଉ ସେ ଭୁଲ୍ ନକରି ସଠିକ ନେତାଙ୍କୁ ବାଛିବେ ବୋଲି କହିଛନ୍ତି କିଛି ସ୍ଵାଧୀନ ପ୍ରାର୍ଥୀ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details