ଓଡିଶା

odisha

ETV Bharat / state

ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ: ରାତି 10ଟାରେ ଉଠିବ ମହାଦୀପ - ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି

ମହାଶିବରାତ୍ରି କୁ ନେଇ ଏବେଠୁ ଚଳଚଞ୍ଚଳ ଗାଁ ଠୁ ନଗର। ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ ଶେଷ । ଅଧିକ ପଢ଼ନ୍ତୁ

ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ୨୦୨୩ ପାଇଁ ପ୍ରସ୍ତୁତି ବୈଠକ ଶେଷ
ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ୨୦୨୩ ପାଇଁ ପ୍ରସ୍ତୁତି ବୈଠକ ଶେଷ

By

Published : Feb 15, 2023, 11:39 AM IST

ଭୁବନେଶ୍ବର : ମହାଶିବରାତ୍ରିକୁ ରହିଲା ଆଉ କେଇଟା ଦିନ । ମହାଶିବରାତ୍ରିକୁ ନେଇ ଏବେଠୁ ଚଳଚଞ୍ଚଳ ଗାଁଠୁ ସହର । ଏହାକୁ ନେଇ ରାଜ୍ୟର ବିଭିନ୍ନ ଅଧିଷ୍ଠିତ ଶିବ ମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଅନୁରୂପ ଭାବରେ ରାଜଧାନୀରେ ମଧ୍ୟ ମହାଶିବରାତ୍ରିକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ୨୦୨୩ ପାଇଁ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ପ୍ରସ୍ତୁତି ବୈଠକରେ କମିଶନରେଟ ପୋଲିସ୍, ବିଏମସି କମିଶନର, ପ୍ରମୁଖ 3 ରାଜନୈତିକ ଦଳ ପ୍ରତିନିଧି ଓ ସ୍ଥାନୀୟ କର୍ପୋରେଟର ଯୋଗ ଦେଇଥିଲେ ।

ଅଧିକ ପଢ଼ନ୍ତୁ : Pulwama attack: ଶହୀଦ ମନୋଜ ବେହେରାଙ୍କୁ ଝୁରୁଛି ନିଆଳି ମାଟି, କମ୍ ବୟସରେ ଦେଶ ପାଇଁ ଜୀବନ ଦେଇଥିଲେ

ବ୍ରାହ୍ମଣ ନିଯୋଗ, ବଡୁ ନିଯୋଗ ଓ ପୂଜା ପଣ୍ଡା ନିଯୋଗ ମଧ୍ୟ ଲିଙ୍ଗରାଜ ମନ୍ଦିର ମହାଶିବରାତ୍ରି ପ୍ରସ୍ତୁତି ବୈଠକରେ ଯୋଗ ଦେଇଥିଲେ । ବୈଠକରେ ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବା ନେଇ ଆଲୋଚନା ହୋଇଥିବା ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି । ଏହାସହ ମହାଶିବରାତ୍ରି ସମସ୍ତ ନୀତିକାନ୍ତି ସହ ଅନ୍ୟାନ କାର୍ଯ୍ୟକ୍ରମକୁ ସଠିକ ରୂପେ ପରିଚାଳନା କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛି କମିଶନରେଟ୍ ପୋଲିସ ଓ ପ୍ରଶାସନ । ଭିଡକୁ ନଜରରେ ରଖି ପାର୍କିଂ, ବାରିକେଡ, ମନ୍ଦିର ପ୍ରବେଶ ନେଇ ଗେଟ୍‌ ଓ ମୋବାଇଲ ଟଏଲେଟ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି କମିଶନରେଟ୍ ପୋଲିସ ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ । ଜନସାଧାରଣଙ୍କ ସୁବୁଧା ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି । ଜନସାଧାରଣଙ୍କ ପାଇଁ ଆଲଗା ପାର୍କିଂ ଏବଂ ସେବାୟତଙ୍କ ପାଇଁ ଅଲଗା ପାର୍କିଂ ବ୍ୟବସ୍ଥା ରହିଛି । ଏହାସହ ଶ୍ରଦ୍ଧାଳୁଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯିବ । ବିଶେଷ କରି ମହାଶିବରାତ୍ରିରେ ମୋବାଇଲ ଟଇଲେଟ୍‌ ବ୍ୟବସ୍ଥା କରାଯିବ ।

ଅଧିକ ପଢ଼ନ୍ତୁ : 8 ହଜାର ସ୍ବୟଂ ସହାୟକ ମହିଳା, ଟ୍ରାନ୍ସଜେଣ୍ଡର ଓ ଅଳିଆ ଉଠାଳିଙ୍କୁ ମିଳିବ ସାଇକେଲ

ମହାଦୀପ ଉଠିବା ପରେ ଟ୍ରାଫିକ ନିୟନ୍ତ୍ରଣ ସହ ଲୋକଙ୍କ ସୁରକ୍ଷା ଉପରେ ରହିବ ପୋଲିସର ନଜର । ସୁରକ୍ଷା ଲାଗି 35 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ତେବେ ଶିବରାତ୍ର ପୂର୍ବ ଦିନ ସୁରକ୍ଷା ଓ ପୋଲିସ କର୍ମଚାରୀଙ୍କ ଦ୍ବାୟିତ ନେଇ ପୋଲିସ ପକ୍ଷରୁ ସମୀକ୍ଷା କରାଯିବା । ଏଥିସହ ଚଳିତ ବର୍ଷ ପ୍ରବଳ ଭିଡ ହେବାକୁ ଥିବା ଅନୁମାନ କରାଯାଉଥିବା ବେଳେ ଭଜନ ସମାରୋହ ପାଇଁ ହୋଇଛି ସ୍ଵତନ୍ତ୍ର ବ୍ୟବସ୍ଥା । ବାବୁଲ ସୁପ୍ରିୟୋ ଏବଂ ଅନୁରାଧା ପଡୁୱାଲ ସୁନାମଧନ୍ୟ କଣ୍ଠଶିଳ୍ପୀ ଭଜନ ସମାରୋହର ସାଜିବେ ମୁଖ୍ୟ ଆକର୍ଷଣ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details