ଓଡିଶା

odisha

ETV Bharat / state

ଶାବର ଶ୍ରୀକ୍ଷେତ୍ରକୁ ଆସିଲା ମା' ସମଲେଇଙ୍କ ନିମନ୍ତ୍ରଣ - invites for samaleswari Project

Maa Samaleswari Temple Project: ୨୭ ତାରିଖରେ ଉଦଘାଟିତ ହେବ ବହୁ ପ୍ରତିକ୍ଷୀତ ମା' ସମଲେଶ୍ୱରୀ ପ୍ରକଳ୍ପ । କୋରାପୁଟ ଜଗନ୍ନାଥ ମନ୍ଦିରକୁ ଆସିଲା ନିମନ୍ତ୍ରଣ ପତ୍ର । ଅଧିକ ପଢନ୍ତୁ

ଶାବର ଶ୍ରୀକ୍ଷେତ୍ରକୁ ଆସିଲା ମା' ସମଲେଇଙ୍କ ନିମନ୍ତ୍ରଣ
ଶାବର ଶ୍ରୀକ୍ଷେତ୍ରକୁ ଆସିଲା ମା' ସମଲେଇଙ୍କ ନିମନ୍ତ୍ରଣ

By ETV Bharat Odisha Team

Published : Jan 17, 2024, 10:27 PM IST

ଶାବର ଶ୍ରୀକ୍ଷେତ୍ରକୁ ଆସିଲା ମା' ସମଲେଇଙ୍କ ନିମନ୍ତ୍ରଣ

କୋରାପୁଟ: ଶାରବ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିମନ୍ତ୍ରଣ ପତ୍ର । ଆସନ୍ତା ଜାନୁଆରୀ ୨୭ ତାରିଖରେ ମା' ସମଲେଶ୍ୱରୀ ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଥିବାବେଳେ କୋରାପୁଟ ଜଗନ୍ନାଥ ମନ୍ଦିରକୁ ଆସିଛି ନିମନ୍ତ୍ରଣ । ଆଜି ମା' ସମଲେଶ୍ୱରୀ ମନ୍ଦିର ଏକ ପ୍ରତିନିଧି ମଣ୍ଡଳୀ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ପହଞ୍ଚିଥିଲେ । ଶାରବ ଶ୍ରୀକ୍ଷେତ୍ରର ପରିଚାଳନା କମିଟିର ସଦସ୍ୟ ଏବଂ ଅନେକ ଜଗନ୍ନାଥ ପ୍ରେମୀଙ୍କ ଦ୍ୱାରା ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।

ଏହି ଅବସରରେ ଆଦିବାସୀ ମହିଳା ଓ ପୁରୁଷଙ୍କ ଦ୍ୱାରା ସଂକୀର୍ତ୍ତନ ଦ୍ୱାରା ମା' ସମଲେଶ୍ୱରୀଙ୍କ ନିମନ୍ତ୍ରଣ ପତ୍ର ଆଣିଥିବା ଅତିଥିଙ୍କୁ ଜଗନ୍ନାଥ ମନ୍ଦିର ଛକ ନିକଟରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ପାଛୋଟି ନେଇଥିଲେ ।ଏହି ସମୟରେ ସାରା ଅଞ୍ଚଳ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ତିନି ଠାରୁଙ୍କୁ ମା' ସମଲାଇଙ୍କ ପାଖରୁ ଆସିଥିବା ନିମନ୍ତ୍ରଣ ପତ୍ରକୁ ସ୍ୱତନ୍ତ୍ର ପୂଜାର୍ଚ୍ଚା କରାଯାଇଥିଲା ।ଏହାସହ ଆସନ୍ତା ୨୭ ତାରିଖରେ ଉଦଘାଟନି ଉତ୍ସବରେ ସାମିଲ ହେବା ପାଇଁ ମନ୍ଦିର କମିଟିକୁ ନିବେଦନ କରାଯାଇଛି । ଏହି ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ମଧ୍ୟ ପଢନ୍ତୁ ....ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ

କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଜଗବନ୍ଧୁ ସାମଲ କହିଛନ୍ତି ଯେ ଜାନୁଆରୀ 27 ତାରିଖରେ ଅନୁଷ୍ଠିତ ହେଉଥିବା ମା' ସମଲାଇ ମନ୍ଦିର ନବୀକରଣ ତଥା ମହାନଦୀରେ ସ୍ୱତନ୍ତ୍ର ସନ୍ଧ୍ୟା ଆଳତୀ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି । ଅନ୍ୟପଟେ ଶାବର ଶ୍ରୀକ୍ଷେତ୍ରର ମନୋରମ ଦୃଶ୍ୟ ,ପାରମ୍ପରିକ ନୃତ୍ୟ ପରିବେଷଣ ତଥା କୋରାପୁଟବାସୀଙ୍କ ଆତିଥ୍ୟତାରେ ସମଲେଶ୍ୱରୀ ମନ୍ଦିରରୁ ଆସିଥିବା ସେବାୟତ ବିମୋହିତ ହୋଇଯାଇଥିବା ବେଳେ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ମାହାତ୍ମ୍ୟତା ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିର ଷୋଡଶ ଶତାଦ୍ଦୀର ଏକ ପ୍ରସିଦ୍ଧ ପୀଠ । ଏହାର ଉନ୍ନତି ପାଇଁ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ସମଲେଇ ପ୍ରକଳ୍ପ ଆରମ୍ଭ କରିଥିଲେ । ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଭକ୍ତମାନଙ୍କ ପାଇଁ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ମନ୍ଦିର ସହିତ ମହାନଦୀ ଘାଟର ମଧ୍ୟ ଉନ୍ନତିକରଣ କରାଯାଇଛି । ଏହି ପ୍ରକଳ୍ପର ସଠିକ କାର୍ଯ୍ୟାନ୍ବୟନ ପାଇଁ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଅନେକ ଥର ସମ୍ବଲପୁର ଯାଇ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details