ଓଡିଶା

odisha

ETV Bharat / state

କମ୍‌ ବର୍ଷା କୋଲାବ ଜଳଭଣ୍ଡାର ପାଇଁ ଆଣିଛି ସମସ୍ୟା - କୋରାପୁଟ ଖବର

କମୁଛି ବୃଷ୍ଟିପାତ। ଭୂତଳ ଜଳସ୍ତର କମୁଥିବା ଅଭିଯୋଗ ଆଣିଲେ କୋରାପୁଟବାସୀ । ଭବିଷ୍ୟତରେ ଉପୁଜିପାରେ ଜଳସଙ୍କଟ । ଅଧିକ ପଢନ୍ତୁ...

Low rainfall has caused problems for the Kolab dam
କମ ବର୍ଷା କୋଲାବ ଜଳଭଣ୍ଡାର ପାଇଁ ଆଣିଛି ସମସ୍ୟା

By

Published : Jul 19, 2021, 12:41 PM IST

କୋରାପୁଟ:ଦିନ ଥିଲା କୋରାପୁଟ ଅଞ୍ଚଳକୁ ଓଡ଼ିଶାର ଚେରାପୁଞ୍ଜି କୁହାଯାଉଥିଲା । ବର୍ଷକୁ ଛଅ ମାସ ଝିପିରି ଝିପିରି ବର୍ଷା ଲାଗିରହୁଥିଲା । ପାହାଡ ପର୍ବତରୁ ବୋହିଯାଉଥିବା ଅନେକ ଝରଣା ଅଞ୍ଚଳବାସୀଙ୍କ ଜଳ ଆବଶ୍ୟକତାକୁ ପୂରଣ କରୁଥିଲେ । ସହଜରେ ଲୋକେ ଭୂତଳ ଜଳ ପାଇହେଉଥିଲା । କିନ୍ତୁ ଗତ କିଛି ବର୍ଷ ଧରି ବୃଷ୍ଟିପାତର ପରିମାଣ ଅପେକ୍ଷାକୃତ ଭାବେ କମୁଥିବା ଅଭିଯୋଗ କରିଛନ୍ତି ଜିଲ୍ଲାବାସୀ ।

କମ ବର୍ଷା କୋଲାବ ଜଳଭଣ୍ଡାର ପାଇଁ ଆଣିଛି ସମସ୍ୟା

ଫଳରେ ଭୂତଳ ଜଳର ସ୍ତର ମଧ୍ୟ ଦୂରକୁ ଦୂରକୁ ଚାଲିଗଲାଣି । ଏହିପରି ପରିସ୍ଥିତି ଲାଗି ରହିଲେ ଭବିଷ୍ୟତରେ ଜଳ ସଙ୍କଟ ଏକ ଭୟଙ୍କର ସମସ୍ୟା ଭାବେ ଦେଖାଯାଇପାରେ ବୋଲି ବିଶେଷଜ୍ଞ ମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଜିଲ୍ଲାରେ ଚଳିତ ବର୍ଷ ଗତ ବର୍ଷ ଅପେକ୍ଷା କମ ବୃଷ୍ଟିପାତ ହୋଇଛି । କୋଲାବ ଜଳଭଣ୍ଡାର ଚାରିପାଖେ ଥିବା କୋରାପୁଟ, ସେମିଳିଗୁଡା, ନନ୍ଦପୁର ଓ ଲମତାପୂଟ ବ୍ଲକ ଅଞ୍ଚଳରେରେ ମଧ୍ୟ ବର୍ଷାର ପରିମାଣ କମ ରହିଥିବା ଜିଲ୍ଲା ଜରୁରୀକାଳିନ ଅଧିକାରୀ ଜଣାଇଛନ୍ତି ।

ପାରିପାର୍ଶ୍ଵିକ ଅବସ୍ଥା ଏପରି ଥିବା ଯୋଗୁଁ କୋଲାବ ଜଳଭଣ୍ଡାର ପ୍ରତି ବିପଦ ଦ୍ଵିଗୁଣିତ ହୋଇପଡିଛି । 1240 ବର୍ଗ କିଲୋମିଟରରେ ବ୍ୟାପ୍ତ କୋଲାବ ଜଳଭଣ୍ଡାରକୁ ପାଣି ଆସିବା କମି ଯାଇଛି । ନାଲକୋ ଏବଂ ହାଲ ଭଳି ଶିଳ୍ପ ସଂସ୍ଥା ଗଢି ଉଠିବା ସହ ଜନ ସଂଖ୍ୟା ବୃଦ୍ଧି ପାଇଥିବାରୁ ଜଳ ସଙ୍କଟ ଆହୁରି ତିବ୍ର ରୂପ ଧାରଣ କରିବ ।

ଜଳବାୟୁ ପରିବର୍ତ୍ତନ ସହ ବ୍ୟାପକ ମୃତ୍ତିକା କ୍ଷୟ ଘଟୁଥିବା ଯୋଗୁଁ ସରକାରଙ୍କ ତରଫରୁ ମୃତ୍ତିକା ସଂରକ୍ଷଣ ରୋକାଯିବା ଭଳି ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ସମୟ ଥାଉ ଥାଉ ଯଦି ଏହାର ଉଚିତ ପଦକ୍ଷେପ ନ ନିଆଯିବ ତେବେ, କୋଲାବ ଜଳଭଣ୍ଡାରରୁ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ.ଶାନ୍ତାକାର , ଇଟିଭି ଭାରତ

ABOUT THE AUTHOR

...view details