କୋରାପୁଟ: ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଭକ୍ତ ଢାଳିଥିବା ଶ୍ରଦ୍ଧାର ଜଳକୁ ମନା କରିନପାରି ମହାପ୍ରଭୁ । ଆଉ ଏବେ ମହାସ୍ନାନ ପରେ ଜ୍ବରରେ ପଡିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସୋମବାର ରାତିଠାରୁ ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁର ଆଦିବାସୀ ସେବକଙ୍କ ଗୁପ୍ତ ସେବା ପାଉଛନ୍ତି ।
ଶାବର ଶ୍ରୀକ୍ଷେତ୍ର: ଜ୍ବରରେ ଆକ୍ରାନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବାରେ ଆଦିବାସୀ ସେବକ - koraput
ମହାସ୍ନାନ ପରେ ଜ୍ବରରେ ପଡିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶାବର ଶ୍ରୀକ୍ଷେତ୍ରରେ ଜଙ୍ଗଲର ଫଳ ,ଫୁଲ, ଚେରମୁଳିକୁ ବ୍ୟବହାର କରି ତିନି ଠାକୁରଙ୍କ ଉପଚାର ଆରମ୍ଭ କରିଛନ୍ତି ଆଦିବାସୀ ସେବକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
ପୂର୍ବ ପୁରୁଷଠାରୁ ପରମ୍ପରାରେ ପାଇଥିବା ଚିକିତ୍ସା ପଦ୍ଧତିକୁ ଆଧାର କରି ଆଦିବାସୀ ସେବକ ରାମଚନ୍ଦ୍ର ଗେମେଲ ବଣ ଜଙ୍ଗଲର ଫଳ ,ଫୁଲ, ଚେରମୁଳିକୁ ବ୍ୟବହାର କରି ତିନି ଠାକୁରଙ୍କ ଉପଚାର ଆରମ୍ଭ କରିଛନ୍ତି । ଆସନ୍ତା 15 ଦିନ ତିନି ଠାକୁର ଅଣସରରେ ରହୁଥିବା ଯୋଗୁଁ ମନ୍ଦିରର ପ୍ରବେଶ ଦ୍ବାର ନିକଟରେ ଭକ୍ତମାନେ ପଟିଦିଅଁରେ ଠାକୁରଙ୍କ ଦର୍ଶନ କରୁଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ