ଓଡିଶା

odisha

ETV Bharat / state

ମନ୍ଦିରରେ ଲକଡାଉନ ଝଡ: ଆସୁନାହାନ୍ତି ଭକ୍ତ, ଆୟ ପ୍ରଭାବିତ - ଲକଡାଉନରେ ଫିକା ପୂଜା ପର୍ବାଣୀ

ଲକଡାଉନ ପାଇଁ ମନ୍ଦିର ଖାଁ ଖାଁ । ନା ଆସୁଛି ଭକ୍ତ ନା ହେଉଛି ମନ୍ଦିର ଆୟ । ହେଲେ ଲକଡାଉନ ପାଇଁ କେବଳ ଯେ ମନ୍ଦିର ଆୟ ପ୍ରଭାବିତ ହେଉଛି ତାହା ନୁହେଁ, ବିଭିନ୍ନ ବ୍ୟବସାୟୀ ଯଥା ଖଲି ପତ୍ର ବ୍ୟବସାୟୀ, କୁମ୍ଭୀର, ଫୁଲ ବ୍ୟବସାୟୀ, ପୂଜା ସାମଗ୍ରୀ ଦୋକାନୀ ମଧ୍ୟ ହୋଇଛନ୍ତି ବିଶେଷ ପ୍ରଭାବିତ । ଅଧିକ ପଢନ୍ତୁ ...

lockdown effect in koraput, koraput latest news, lockdown, lockdown effect on temples, lockdown made festivals fade, କୋରାପୁଟରେ ଲକଡାଉନ ପ୍ରଭାବ, ଲକଡାଉନ, ମନ୍ଦିର ଉପରେ ଲକଡାଉନ ପ୍ରଭାବ, ଲକଡାଉନରେ ଫିକା ପୂଜା ପର୍ବାଣୀ, କୋରାପୁଟ ଲାଟେଷ୍ଟ ନ୍ୟୁଜ୍‌
ବାଜୁନି ଘଣ୍ଟ, ଜଳୁନି ଦୀପ; ବିନା ଭକ୍ତରେ ଫିକା କୋରାପୁଟ ମନ୍ଦିର

By

Published : May 25, 2020, 9:53 AM IST

Updated : May 25, 2020, 6:58 PM IST

କୋରାପୁଟ: ମନ୍ଦିର ଖୋଲିଲେ ଗାଁ ଗହଳିର ଲୋକେ ପତ୍ର ଗୋଟାଇ ତିଆରି କରିଥିବା ଖଲିରେ ପ୍ରସାଦ ବନ୍ଧା ଯାଇଥାନ୍ତା । ଗାଁଗଣ୍ଡାରୁ ମହିଳାମାନେ ଫୁଲ ଆଣି ପ୍ରତିମୂର୍ତ୍ତିରେ ପୂଜା କରିଥାଆନ୍ତେ । କୁମ୍ଭାର ତିଆରି କରିଥିବା ଦୀପରେ ଘିଅ ସଳିତା ଦେଇ ଭକ୍ତ ପୂଜା କରିଥାନ୍ତେ । ମନ୍ଦିରର ଘଣ୍ଟି ସାଙ୍ଗକୁ ଗାଁରୁ ଆସିଥିବା ବାଦ୍ୟ ବାଜି ଉଠିଥାନ୍ତା । କିନ୍ତୁ କୋରୋନା ଜନିତ ଲକଡାଉନ ଯୋଗୁଁ ମନ୍ଦିରରେ ପଡିଛି ତାଲା ।

ମନ୍ଦିରରେ ଲକଡାଉନ ଝଡ: ଆସୁନାହାନ୍ତି ଭକ୍ତ, ଆୟ ପ୍ରଭାବିତ

ପୂଜକ କେବଳ ନୀତିକାନ୍ତିକୁ ସମ୍ମାନ ଜଣାଇ ନିଜେ, ନିଜ ସାଧ୍ୟମତେ ମନ୍ଦିରରେ ପୂଜା ସମ୍ପନ୍ନ କରୁଛନ୍ତି । ଖଲି ଯୋଗାଇ ଦେଉଥିବା ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ଫୁଲ ଆଣି ଦେଉଥିବା ମହିଳା, ଦୀପ ଯୋଗାଇ ଦେଉଥିବା କୁମ୍ଭାର, ବାଜାବାଲା ଓ ବିଶେଷ କରି ମନ୍ଦିରର ଭକ୍ତଙ୍କ ଆସିବାକୁ ଆଧାର କରି ମନ୍ଦିର ନିକଟରେ ପୂଜା ସାମଗ୍ରୀ ପ୍ରଭୃତିକୁ ନେଇ ବ୍ୟବସାୟ କରୁଥିବା ଦୋକାନୀମାନେ ଏହି ଲକଡାଉନ ପାଇଁ ଏବେ ବିଶେଷ ପ୍ରଭାବିତ ।

ସେ ଏକଡେଲି ଭଳି ଗ୍ରାମାଞ୍ଚଳର ଶିବ ମନ୍ଦିର ହେଉ ବା କୋରାପୁଟ ସହରରେ ଥିବା ସର୍ବ ପୁରାତନ ମୁତ୍ୟାଲୁମା ମନ୍ଦିର, ସବୁଠି ଏକ ପ୍ରକାରର ଅବସ୍ଥା । କୋରାପୁଟର ଶ୍ରୀଜଗନ୍ନାଥ ମନ୍ଦିର ଭଳି ବଡ ମନ୍ଦିରରେ ଆଦାୟ ନଥିଲେ ମଧ୍ୟ ସେବକମାନଙ୍କ ପେଟପାଟଣା ପ୍ରତି ସଜାଗ ରହିଥିବା ଯୋଗୁଁ ସେମାନଙ୍କ ଭଲ ମନ୍ଦ ବୁଝିବାକୁ ମନ୍ଦିର ପରିଚାଳନା କମିଟି ଆଗେଇ ଆସିଛି । ହେଲେ ଛୋଟ ଛୋଟ ମନ୍ଦିରରେ ଯେଉଁଠି ଭକ୍ତଙ୍କ ଦକ୍ଷିଣା ଉପରେ ମନ୍ଦିରର ଆୟ ବ୍ୟୟ ନିର୍ଭର କରିଥାଏ ସେଠାରେ ପୂଜକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଜଣାଇଛନ୍ତି ।

ତେବେ ଶତାଧିକ ବର୍ଷ ପୁରୁଣା ମୁତ୍ୟାଲୁମା ମନ୍ଦିରର ପୂଜକଙ୍କ କହିବା ଅନୁଯାୟୀ 1918 ମସିହାରେ ସ୍ପାନିଶ ଫ୍ଲୁରେ ସମଗ୍ର ବିଶ୍ବ ଆକ୍ରାନ୍ତ ହୋଇଥିବା ସମୟରେ ମଧ୍ୟ କୋରାପୁଟରେ ବର୍ତମାନ ଭଳି ମନ୍ଦିରଗୁଡିକ ବନ୍ଦ ହୋଇଥିଲା । କିନ୍ତୁ ସଙ୍କଟ ଟଳି ଯିବା ପରେ ପୁଣି ଥରେ ମାନବ ସମାଜ ନିଜକୁ ସେତେବେଳେ ଯେମିତି ସମ୍ଭାଳି ନେଇଥିଲା ଆଜି ମଧ୍ୟ କୋରୋନାର ସଙ୍କଟ ଉପରେ ବିଜୟ ହାସଲ କରି ମଣିଷ ସମାଜ ପୁଣି ଠିଆ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : May 25, 2020, 6:58 PM IST

ABOUT THE AUTHOR

...view details