ଓଡିଶା

odisha

ETV Bharat / state

ଘରୋଇ ଦାନାକୁ ନାହିଁ ଭରଷା, ବାହାରୁ ପଡୁଛି ମହଙ୍ଗା - koraput news

କୋରାପୁଟ ଗୋପାଳକଙ୍କ ଉପରେ ଲକଡାଉନରେ ବିଶେଷ ପ୍ରଭାବ ପଡିଛି । ସରକାର ବୁଲା ଗାଈ ଗୋରୁଙ୍କ ପାଇଁ ଆବଶ୍ୟକ ହେଉଥିବା ପରିମାଣର ଖାଦ୍ୟ ପାଇଁ କିଛି ବ୍ୟବସ୍ଥା କରିଥିଲେ । କିନ୍ତୁ ଘରେ ଗୋପାଳନ କରୁଥିବା ଚାଷୀ ଦାନା ଅଭାବରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଉ ଏବେ ଲକଡାଉନରେ କିଛି କୋହଳ ହେବା ପରେ ରାୟପୁରରୁ ଯୋଗାଉଛି ଦାନା । କିନ୍ତୁ ସେମାନେ ଚଢା ଦରରେ ଦାନା ବିକ୍ରି କରୁଥିବା ହେତୁ ଠାକମୀର ଶିକାର ହେଉଛନ୍ତି ଗୋ ପାଳକ । ଦେଖନ୍ତୁ ଇଟିଭି ଭାରତର ସ୍ପେଶିଆଲ ରିପୋର୍ଟ...

ଘରୋଇ ଦାନାକୁ ନାହିଁ ଭରଷା, ବାହାରୁ ପଡୁଛି ମହଙ୍ଗା
ଘରୋଇ ଦାନାକୁ ନାହିଁ ଭରଷା, ବାହାରୁ ପଡୁଛି ମହଙ୍ଗା

By

Published : Jun 4, 2020, 2:03 PM IST

କୋରାପୁଟ: କୋରୋନା ଆତଙ୍କରେ ସମସ୍ତେ ଆଉଟୁ ପାଉଟୁ ହେଉଛନ୍ତି । ଖାଲି ମଣିଷ ନୁହନ୍ତି ପଶୁପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ଏହି ସମାନ ଅବସ୍ଥା ଦେଖିବାକୁ ମିଳିଛି । ଲକଡାଉନରେ ସରକାର ବୁଲା ଗାଈ ଗୋରୁଙ୍କ ପାଇଁ ଆବଶ୍ୟକ ହେଉଥିବା ପରିମାଣର ଖାଦ୍ୟ ପାଇଁ କିଛି ବ୍ୟବସ୍ଥା କରିଥିଲେ । କିନ୍ତୁ ଘରେ ଗୋଚାଳନ କରୁଥିବା ଚାଷୀ ଦାନା ଅଭାବରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଘରୋଇ ଦାନାକୁ ନାହିଁ ଭରଷା, ବାହାରୁ ପଡୁଛି ମହଙ୍ଗା

ବୁଲା ଗାଈଗୋରୁଙ୍କୁ କେହି ସହୃଦୟ ବ୍ୟକ୍ତି ବଳକା ଖାଦ୍ୟ ଦେଉଥିବା ବେଳେ ପନିପରିବା ବିକିବାକୁ ଆସୁଥିବା ଚାଷୀମାନେ ଯେଉଁ ପରିବା ଛାଡି ଯାଉଥିଲେ ତାକୁ ଖାଇ ଗାଈଗୋରୁମାନେ ନିଜ ଅଧା ପେଟ ପୁରା କରୁଥିଲେ । କିନ୍ତୁ ଗୋପାଳନ କରୁଥିବା ଚାଷୀମାନେ ଗାଈମାନଙ୍କ ପାଇଁ ଦାନା ଯୋଗାଡ କରିବାରେ ଅସୁବିଧା ଭୋଗୁଥିଲେ । ଲକଡାଉନ ଆରମ୍ଭରୁ ପ୍ରାଥମିକ ପର୍ଯ୍ୟାୟରେ ଗାଡିଚଳାଚଳ ସମ୍ପୂର୍ଣ୍ଣ ଭାବରେ ଠପ ହୋଇଯାଇଥିଲା । ଯାହା ଦ୍ବାରା ଗାଈଙ୍କ ଦାନା ଆସି ପାରୁ ନଥିଲା ।

ସେପଟେ ଗୋଖାଦ୍ୟ ପ୍ରସ୍ତୁତିରେ ଆମ ରାଜ୍ୟ ଚାଷୀଙ୍କ ଭରଷା ଜିଣି ପାରୁନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଆଦର୍ଶ ମହିଳା ଗୋ ଚାଷୀ ନମିତା ପାଟଯୋଶୀ । ସେପଟେ ଲକଡାଉନରେ କିଛି କୋହଳ ହେବା ପରେ କୋରାପୁଟକୁ ଦାନା ଯୋଗାଇବା ଆରମ୍ଭ କରିଛି ରାୟପୁର । ଆଉ ନେଉଛି ମନଇଚ୍ଛା ଦର । ଫଳରେ ଚାଷୀମାନେ ଠକାମୀର ଶିକାର ହେଉଛନ୍ତି ।

ବର୍ତ୍ତମାନ ଦାନାର ବର୍ଦ୍ଧିତ ଦର କମିବାର ସମ୍ଭାବନା ନଥିବା ବେଳେ ସରକାରଙ୍କ ତରଫରୁ ଗୋ ଚାଷୀଙ୍କୁ ସୁବିଧା ଯୋଗାଇଦେବା ପାଇଁ ରାଜ୍ୟ ଫାର୍ମର୍ସ କମିଶନର ପୂର୍ବତନ ସମ୍ପାଦକ ଗଦାଧର ପରିଡା ଅନୁରୋଧ କରିଛନ୍ତି । ସେପଟେ ଲକଡାଉନରେ ଯାହା ବି ସମସ୍ୟା ଥିଲା ଯଥା ସମ୍ଭବ ସରକାର ଏହାକୁ ସମାଧାନ କରୁଛନ୍ତି ଏବଂ ଗାଈଙ୍କୁ ଦାନା ଯୋଗାଇ ଦିଆଯାଉଛ ବୋଲି କହିଛନ୍ତି କୋରାପୁଟର ଗୋଖାଦ୍ୟ ବ୍ୟବସାୟୀ ଦେବୀପ୍ରସାଦ ମିଶ୍ର ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details