କୋରାପୁଟ: ଜିଲ୍ଲାରେ ବଢିଚାଲିଛି ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା । କୋରାପୁଟର ବିଭିନ୍ନ ଅଞ୍ଚଳରେ ଗତ ପାଞ୍ଚବର୍ଷ ମଧ୍ୟରେ ସମୁଦାୟ ୬୫ ଜଣ ମଣିଷ ତଥା ୨୪୨ଟି ଗୋରୁଗାଈ ବଜ୍ରପାତ ଯୋଗୁଁ ମୃତ୍ୟୁ ହୋଇଥିବା ଜିଲ୍ଲା ଆପାତକାଳୀନ ଅଧିକାରୀ ସିଦ୍ଧାନ୍ତ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।
ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୫-୧୬ ଆର୍ଥିକ ବର୍ଷରେ ୯ ଜଣ ବ୍ୟକ୍ତି ଓ ୬୨ଟି ଗୋରୁଗାଈଙ୍କ ମୃତ୍ୟୁ ହୋଇଛି । ଚଳିତବର୍ଷ ଏପର୍ଯ୍ୟନ୍ତ ୧୬ ଜଣ ବ୍ୟକ୍ତିଙ୍କ ସମେତ ୮୩ଟି ଗୋରୁଗାଈ ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ବଜ୍ରପାତ ସମୟରେ ନେବାକୁ ଥିବା ପଦକ୍ଷେପ ସମ୍ପର୍କରେ ବାର୍ତ୍ତା ଆହୁରି ଅଧିକ ମାତ୍ରାରେ ସାଧାରଣ ଲୋକଙ୍କ ପାଖରେ କିପରି ପହଞ୍ଚି ପାରିବ ସେଥିପ୍ରତି ପ୍ରୟାସ କରାଯିବ ବୋଲି ଜିଲ୍ଲା ଆପାତ୍ତଳୀନ ଅଧିକାରୀ ସିଦ୍ଧାନ୍ତ ପଟ୍ଟନାୟକ ଜଣାଇଛନ୍ତି ।