ଓଡିଶା

odisha

ETV Bharat / state

କୋରାପୁଟରେ ପୁଷ୍ଟି ହୀନତା ପରାମର୍ଶ ବୈଠକ, ଅପପୃଷ୍ଟିର କାରଣ ଓ ନିରାକରଣ ସମ୍ପର୍କରେ ଚର୍ଚ୍ଚା - କୋରାପୁଟ ନ୍ୟୁଜ

Meeting on Mother and Child Nutrition in Koraput: କୋରାପୁଟ ଜିଲ୍ଲାରେ ଅପପୃଷ୍ଟି ଦୂରୀକରଣ କରିବା ଲକ୍ଷ୍ୟରେ ଏକ ଜିଲ୍ଳା ସ୍ତରୀୟ ପରାମର୍ଶ ବୈଠକ ଆୟୋଜିତ ହୋଇଛି । ବୈଠକରେ ଅପପୃଷ୍ଟିର କାରଣ ଓ ନିରାକରଣ ସମ୍ପର୍କରେ ଚର୍ଚ୍ଚା । ଅଧିକ ପଢ଼ନ୍ତୁ ।

କୋରାପୁଟରେ ଜିଲ୍ଳା ସ୍ତରୀୟ ପରାମର୍ଶ ବୈଠକ, ଜିଲ୍ଲାରେ ଅପପୃଷ୍ଟିର କାରଣ ଓ ନିରାକରଣ ସମ୍ପର୍କରେ ଚର୍ଚ୍ଚା
କୋରାପୁଟରେ ଜିଲ୍ଳା ସ୍ତରୀୟ ପରାମର୍ଶ ବୈଠକ, ଜିଲ୍ଲାରେ ଅପପୃଷ୍ଟିର କାରଣ ଓ ନିରାକରଣ ସମ୍ପର୍କରେ ଚର୍ଚ୍ଚା

By ETV Bharat Odisha Team

Published : Nov 23, 2023, 9:57 AM IST

କୋରାପୁଟରେ ଜିଲ୍ଳା ସ୍ତରୀୟ ପରାମର୍ଶ ବୈଠକ, ଜିଲ୍ଲାରେ ଅପପୃଷ୍ଟିର କାରଣ ଓ ନିରାକରଣ ସମ୍ପର୍କରେ ଚର୍ଚ୍ଚା

କୋରାପୁଟ:ଶିଶୁଙ୍କ ମଧ୍ୟରେ ଅପପୃଷ୍ଟି ନିୟନ୍ତ୍ରଣ ପାଇଁ କୋରାପୁଟ ଜିଲ୍ଲାରେ ବହୁବିଧ ପ୍ରଚେଷ୍ଟା ଚାଲିଥିବା ବେଳେ କିଛି କ୍ଷେତ୍ରରେ ସଫଳତା ମଧ୍ୟ ହାସଲ ହୋଇଛି । ବୁଧବାର କୋରାପୁଟରେ ଫୋରମ ଫର୍‌ ଇଣ୍ଟିଗ୍ରେଟେଡ୍‌ ଡେଭେଲପମେଣ୍ଟ ଏଣ୍ଡ ରିସର୍ଚ୍ଚ, ଏଫଆଇଡିଆର ଏବଂ ଜିଲ୍ଲା ଯୋଜନା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ବୈଠକ ଆୟୋଜିତ ହୋଇଥିଲା । ଏଥିରେ ଅପପୃଷ୍ଟି ଦୂରୀକରଣ ସହ ଏହାର କାରଣ ଓ ନିରାକରଣ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦେଶକ ଡ. ନୀଳମାଧଵ ଶତପଥୀ ଜଣାଇଛନ୍ତି ଯେ ବିଦ୍ୟାଳୟ ହେଉ ବା ଅଙ୍ଗନବାଡି କେନ୍ଦ୍ର , ସବୁଠାରେ ଅପପୃଷ୍ଟି ଶିଶୁଙ୍କୁ ଅଙ୍ଗନବାଡି କର୍ମୀ ଓ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସେମାନଙ୍କ ଉପଯୋଗୀ ଖାଦ୍ୟ ତଥା ଔଷଧ ଦିଆଯାଇ ଅନେକ ଶିଶୁଙ୍କୁ ଅପପୃଷ୍ଟିର ସ୍ଥିତିରୁ ସାଧାରଣ ସ୍ଥିତିକୁ ଅଣାଯାଇପାରିଛି । ତେବେ ଗର୍ଭବତୀ, ନବଜାତ ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମହିଳା ଓ ଶିଶୁଙ୍କ ମଧ୍ୟରେ ପୁଷ୍ଟିସାର ବୃଦ୍ଧି କରିବା ପାଇଁ ଦିଆଯାଉଥିବା ଅଣ୍ଡାକୁ ମଧ୍ୟ ପରିବାରରେ ଅନ୍ୟମାନେ ଖାଇଦେଉଥିବା ଯୋଗୁଁ ଅନେକ କ୍ଷେତ୍ରରେ ଇପ୍ସିତ ଲକ୍ଷ୍ୟ ହାସଲ କରିହେଉନଥିବା ଡାକ୍ତର ଶତପଥୀ ଜଣାଇଛନ୍ତି । ଏବେ ଏଥିରେ ମଧ୍ୟ ସୁଧାର ଆଣିବା ପାଇଁ ଜିଲ୍ଲାରେ ଏକ ପୋଷ୍ୟ ପରିବାର ଯୋଜନା ଆରମ୍ଭ କରାଯାଇ ପୋଷଣ ଆବଶ୍ୟକ କରୁଥିବା ପରିବାର କୁ ଅଙ୍ଗନବାଡି କର୍ମୀ ଦାୟତ୍ୱ ନେଇ ପୁଷ୍ଟିକର ଖାଦ୍ୟ ସେବନ କରିବା ପାଇଁ ପ୍ରୋତ୍ସାହିତ କରୁଥିବା ସେ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ...୨୩୦ ବର୍ଷର ଜଗନ୍ନାଥ ସାଗରର ହେବ ପୁନରୁଦ୍ଧାର, ଜୟପୁରବାସୀଙ୍କ ମଧ୍ୟରେ ଉତ୍ସାହ

ସେହିପରି ପୂର୍ବରୁ ଅପପୁଷ୍ଟି ପାଇଁ ସମଗ୍ର କେବିକେ ଜିଲ୍ଲାଗୁଡିକ ଚର୍ଚ୍ଚାର କେନ୍ଦ୍ର ପାଲଟି ଥିବା ବେଳେ ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ କୋରାପୁଟ ଜିଲ୍ଲାରେ ପ୍ରତି ଚାରୋଟି ଶିଶୁରେ ଜଣେ ଅପପୃଷ୍ଟିର ଶିକାର ହେଉଛନ୍ତି ବୋଲି ଏହି ଅଭିଯାନରେ ଯୋଗଦେଇଥିବା ଏଫଆଇଡିଆରର ସହଯୋଗୀ ଡାକ୍ତର ବିପ୍ଳବ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି । ଜିଲ୍ଲା ସ୍ତରର ଏକ ରିପୋର୍ଟ ଅନୁଯାୟୀ ଏହା 18 ପ୍ରତିଶତ ରହିଥିବା ସେ ଜଣାଇଛନ୍ତି । ତେବେ ଅର୍ଥାଭାବ ଜନିତ ଖାଦ୍ୟାଭାବ କୁ ଏହାର ଏକମାତ୍ର କାରଣ ବୋଲି ଭାବି ନେବା ଠିକ ହେବ ନାହିଁ । ବରଂ ଏହି ଗୁରୁତର ସମସ୍ୟାକୁ ବହୁବିଧ ଦିଗରୁ ଆଲୋଚନା କଲେ ଏହାର ବାସ୍ତବ ନିରାକରଣ ଦିଗରେ ପଥ ପରିଷ୍କାର ହୋଇପାରିବ ବୋଲି ଡାକ୍ତର ବିଶ୍ୱାଳ ଆଶାପୋଷଣ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details