ଓଡିଶା

odisha

ETV Bharat / state

ଆସିଲା ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ ନମ୍ବର 'ଭରସା' - ଯୁବପୀଢ଼ିଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇ ଜାରି

ଯୁବପୀଢ଼ିଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେବା ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ବୋଲି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓଡିଶା, ସିୟୁଓ ଦ୍ବାରା ପ୍ରସ୍ତୁତ 'ଭରସା' ନାମ୍ନୀ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।

helpline number for students
ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ ନମ୍ବର

By

Published : May 11, 2020, 8:34 PM IST

କୋରାପୁଟ: ବର୍ତ୍ତମାନ ସାରା ବିଶ୍ବରେ କୋରୋନା ତାର କାୟା ମେଲାଇବାରେ ଲାଗିଛି । ଯେଉଁଥିରୁ ବର୍ତ୍ତିବାକୁ ଏବେ ସାରା ଦେଶରେ ଜାରି ହୋଇଛି ଲକଡାଉନ । ଏହି ଘଡିସନ୍ଧି ମୁହୂର୍ତ୍ତରେ ଯୁବପୀଢ଼ିଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେବା ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ବୋଲି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓଡିଶା, ସିୟୁଓ ଦ୍ବାରା ପ୍ରସ୍ତୁତ 'ଭରସା' ନାମ୍ନୀ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।

ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ ନମ୍ବର

ଯାହାକୁ ଅନଲାଇନ ଯୋଗେ ସୋମବାର ଜାତି ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟଲ ମତବ୍ୟକ୍ତ କରିଛନ୍ତି । ଏହି ହେଲ୍ପଲାଇନ ନମ୍ବର ଯୋଗେଁ ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ କୋରୋନା ସମ୍ପର୍କିତ ବିଭିନ୍ନ ତଥ୍ୟ ସମ୍ପର୍କରେ ଜାଣିବା ସହିତ ଏହି ସମୟରେ ସେମାନଙ୍କ ମନରେ ଆସୁଥିବା ବିଭିନ୍ନ ଦ୍ଵନ୍ଦ, ଆଶଙ୍କା ଓ ନିରୁତ୍ସାହକାରୀ ତତ୍ତ୍ବ ସମ୍ପର୍କରେ ବିଶେଷଜ୍ଞଙ୍କ ସହ ପରାମର୍ଶ କରିପାରିବେ ବୋଲି ସିୟୁଓର କୁଳପତି ଆଇ. ରାମବ୍ରହ୍ମମ ଜଣାଇଛନ୍ତି ।

ଗତ କିଛିଦିନ ପୂର୍ବେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଦ୍ବାରା ଏହି ହେଲ୍ପଲାଇନ ନମ୍ବରର ପରୀକ୍ଷାମୂଳକ ଉଦଘାଟନ କରାଯିବା ପରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ 400 ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ନମ୍ବରକୁ ବ୍ୟବହାର କରିଥିବା ସେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details