କୋରାପୁଟ: ଜିଲ୍ଲାସ୍ଥିତ ଲମତାପୁଟରେ ସିଭିଲ୍ ଜଜ୍(ଜୁନିଅର ଡିଭିଜନ) କୋର୍ଟର ଉଦଘାଟନ କରାଯାଇଛି । ରାଜ୍ୟ ଉଚ୍ଚ ନ୍ୟାୟାଳୟର ବିଚାରପତି କେ ଆର ମହାପାତ୍ର କୋର୍ଟକୁ ଉଦଘାଟିତ କରିଛନ୍ତି ।
କୋରାପୁଟ କୋର୍ଟରେ ଖୋଲିଲା ଲମତାପୁଟ ନ୍ୟାୟାଳୟ - କୋରାପୁଟ ଲମତାପୁଟ ନ୍ୟାୟାଳୟ
କୋରାପୁଟରେ ଲମତାପୁଟ ସିଭିଲ୍ ଜଜ୍ କୋର୍ଟ ଉଦଘାଟିତ । ହାଇକୋର୍ଟ ଜଷ୍ଟିସ କେ ଆର ମହାପାତ୍ର କଲେ ଉଦଘାଟନ । ଅଧିକ ପଢନ୍ତୁ...
କୋରାପୁଟ କୋର୍ଟରେ ଖୋଲିଲା ଲମତାପୁଟ ନ୍ୟାୟାଳୟ
ତେବେ କୋରାପୁଟ ଜିଲ୍ଲା ଲମତାପୁଟରେ ସିଭିଲ୍ ଜଜ୍ କୋର୍ଟ ଜିଲ୍ଲା କୋର୍ଟ ପରିସରରେ ଉଦଘାଟିତ ହୋଇଛି । ସିଭିଲ୍ ଜଜ୍ କୋର୍ଟ କାର୍ଯ୍ୟକାରୀ ହେବା ପାଇଁ ଆବଶ୍ୟକୀୟ ଭବନ ନିର୍ମାଣ ହେବା ପର୍ଯ୍ୟନ୍ତ ଏହି କୋର୍ଟ କୋରାପୁଟ କୋର୍ଟ ପରିସର ମଧ୍ୟରେ କାର୍ଯ୍ୟକାରୀ ହେବ । ଏନେଇ କୋରାପୁଟ ବାର ଆସୋସିଏସନ ସମ୍ପାଦକ ମନୋରଞ୍ଜନ ରାଉତରାୟ ସୂଚନା ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ