କୋରାପୁଟ: ଛତିଶଗଡ଼ ଓ ଓଡିଶା ଅଞ୍ଚଳରେ ମାଓ ସଂଗଠନ ଅନ୍ତର୍ଗତ ଖଡ଼ଗ ଏରିଆ କମିଟିର କମାଣ୍ଡର ଭାବେ କାର୍ଯ୍ୟ କରୁଥିବା ମହିଳା ମାଓବାଦୀ ଫୁଲବତି ଉସେଣ୍ଡି, ଆଜି(ରବିବାର) ଓଡିଶା ପୋଲିସ ଡିଜି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଛି ।
ଆଜି ଡିଜି ଅଭୟ ପଟ୍ଟାଙ୍ଗି ଥାନାର ନୂତନ ଭବନକୁ ଉଦଘାଟନ କରିବା ସହ ସୁନାବେଡା ଠାରେ ଆୟୋଜିତ ଏକ ସଭାରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଏସପିଙ୍କ ସମେତ ଅନ୍ୟ ସାତ ଜଣ ଯବାନଙ୍କୁ ସମ୍ମାନିତ କରିଛନ୍ତି । ସେମାନେ କିଛିଦିନ ତଳେ ମାଓବାଦୀ ଦୁବାସୀ ଶଙ୍କରଙ୍କୁ ଆତ୍ମସମର୍ପଣ କରାଇବା କ୍ଷେତ୍ରରେ ଅଭୂତପୂର୍ବ କାର୍ଯ୍ୟ କରିଥିଲେ ।