ଓଡିଶା

odisha

ETV Bharat / state

ବାଲ୍ ଆଧାର ରେଜିଷ୍ଟ୍ରେସରେ ସଚେତନତାର ଅଭାବ, ୩ ମାସରେ ମାତ୍ର ୬ ହଜାର ପଞ୍ଜିକୃତ - ବାଲ୍ ଆଧାର ରେଜିଷ୍ଟ୍ରେସରେ ରହିଛି ସଚେତନତାର ଅଭାବ

ବାଲ୍ ଆଧାର ରେଜିଷ୍ଟ୍ରେସନ ଉପରେ ସରକାରଙ୍କ ପ୍ରଧାନ୍ୟ । ପ୍ରତ୍ୟେକ ସରକାରୀ ହସ୍ପିଟାଲରେ ପଞ୍ଜିକରଣ ସମ୍ପୂର୍ଣ୍ଣ ନିଃଶୁକ୍ଳ । ଅଧିକ ପଢ଼ନ୍ତୁ

ବାଲ୍ ଆଧାର ରେଜିଷ୍ଟ୍ରେସନରେ ରହିଛି ସଚେତନତାର ଅଭାବ
ବାଲ୍ ଆଧାର ରେଜିଷ୍ଟ୍ରେସନରେ ରହିଛି ସଚେତନତାର ଅଭାବ

By

Published : Jul 13, 2023, 10:57 PM IST

ବାଲ୍ ଆଧାର ରେଜିଷ୍ଟ୍ରେସନରେ ରହିଛି ସଚେତନତାର ଅଭାବ

ଭୁବନେଶ୍ବର: ବାଲ୍ ଆଧାର ରେଜିଷ୍ଟ୍ରେସନରେ ରହିଛି ସଚେତନତାର ଅଭାବ। ମାର୍ଚ୍ଚ ୨୬ ତାରିଖରେ ଆରମ୍ଭ ହୋଇଥିବା ବାଲ ଆଧାର ବର୍ତ୍ତମାନ ସୁଦ୍ଧା ୬ ହଜାର ୬୩୦ ଜଣଙ୍କ ରେଜିଷ୍ଟ୍ରେସନ୍ କରାଯାଇ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ଆଗାମୀ ୩ ମାସ ମଧ୍ୟରେ ରାଜ୍ୟରେ ଥିବା ୫୪୦ଟି ଡେଲିଭରି ପଏଣ୍ଟ କରାଯିବ ସଚେତନତା । ରାଜ୍ୟରେ ଅନେକ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଲୋକମାନେ ବାଲ ଆଧାର ଜନ୍ମ ପରେ କରିବା ପାଇଁ ନାରାଜ ।

ମାତ୍ର କେନ୍ଦୁଝର, ବାଲେଶ୍ଵର, ଗଞ୍ଜାମ, ଅନୁଗୁଳ, ପୁରୀ, ଖୋର୍ଦ୍ଧା ଆଦି ଜିଲ୍ଲା ମାନଙ୍କରେ ବାଲ ଆଧାର ରେଜିଷ୍ଟ୍ରେସନର ମାତ୍ରା ଅଧିକ ରହିଛି । ଏହି ସବୁ ଜିଲ୍ଲାରେ ଥିବା ହସ୍ପିଟାଲରେ ପ୍ରସବ ହେଉଥିବା ନବଜନ୍ମିତ ପିଲାଙ୍କର ବାଲ ଆଧାର କରାଯାଇଛି । ତେବେ ବଲ୍ ଆଧାରକୁ ପ୍ରଧାନ୍ୟ ଦିଆଯାଇ ରାଜ୍ୟରେ ଥିବା ୫୪୦ ଟି ଡେଲିଭରି ପଏଣ୍ଟ କରାଯିବ ସଚେତନତା କରାଯିବ । ସିଡିଏମଓ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ସହାୟତାରେ କରାଯିବ ସଚେତନତା । ରାଜ୍ୟରେ ପ୍ରତିବର୍ଷ ୬ ଲକ୍ଷ୍ୟ ୭୦ ହଜାର ଶିଶୁ ଜନ୍ମ ଗ୍ରହଣ ହେଉଥିବା ପ୍ରତି ପିଲାଙ୍କର କିଭଳି ଭାବରେ ବାଲ ଆଧାର କରାଯିବ ସେନେଇ ପଦକ୍ଷେପ ନିଆଯାଉଛି ।

ସ୍ୱାସ୍ଥ୍ୟ ବିଭାଗ ଇଣ୍ଟିଲଜେନ୍ସି ନିର୍ଦ୍ଦେଶକ ସଂଯୁକ୍ତା ସାହୁ କହିଛନ୍ତି, ‘‘ଶିଶୁଙ୍କ ଜନ୍ମ ପରେ ପରେ ଆଧାର କାର୍ଡ ସଂଯୁକ୍ତ ସହ ଜନ୍ମ ପଞ୍ଜିକରଣ କରାଯିବାର ସରକାର ଏକ ନୂଆ ଯୋଜନା କରିଛନ୍ତି । ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ବାଲ୍ ଆଧାର ପ୍ରାପ୍ତ ହୋଇପାରିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଲୋକମାନେ ସଚେତନତା ଆବଶ୍ୟକ ରହିଛି । ଜନ୍ମ ପଞ୍ଜିକରଣ ଓ ଜନ୍ମ ସାର୍ଟିଫିକେଟ ଶିଶୁର ପ୍ରଥମ ଅଧିକାର। ଆଧାର ପଞ୍ଜିକରଣ ପାଇଁ ମା ବାପା କୌଣସି ଜଣଙ୍କ ନମ୍ବର ଆବଶ୍ୟକ। ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁର ବାୟୋମେଟ୍ରିକ ଅବଶ୍ୟକ ନୁହେଁ । ବାପା ଓ ମାଙ୍କ ଜଣଙ୍କ ପାଖରେ ଆଧାର କାର୍ଡ ଥିବା ଜରୁରୀ । ଶିଶୁ ଜନ୍ମର 21 ଦିନ ମଧ୍ୟରେ ପଞ୍ଜିକରଣ ସମ୍ପୂର୍ଣ୍ଣ ନିଃଶୁକ୍ଳ ।’’

ସେ ଅହୁରୀ ମଧ୍ୟ କହିଛନ୍ତି, ‘‘ ଶିଶୁ ଜନ୍ମ ହେବାର 21 ଦିନ ମଧ୍ୟରେ ଆଧାର କାର୍ଡ କରିବାକୁ ନିଷ୍ପତି ନିଆଯାଇଛି। ସେନେଇ ରାଜ୍ୟ ସରକାରଙ୍କର ଗୋଟେ ଆପ୍ ରହିଛି । ଯାହା ଓଡ଼ିଶା ବାର୍ଥ ଆଣ୍ଡ ଡେଥ ରେଜିଷ୍ଟ୍ରେସନ ସିଷ୍ଟମ୍ ଆପ୍ । ଏହା ଦ୍ବାରା ପିଲାଙ୍କର ଆଧାର କାର୍ଡ ହୋଇପାରିବ। ସରକାରୀ ହସ୍ପିଟାଲରେ ଅଧିକ ପିଲାମାନେ ଜନ୍ମ ଗ୍ରହଣ କରୁଛନ୍ତି ତେଣୁ ହସ୍ପିଟାଲରେ ଏହି ଜନ୍ମ ପଞ୍ଜିକରଣ କରାଯାଇ ଆଧାର କାର୍ଡ କରାଯିବ। ତେବେ ସରକାରୀ ହସ୍ପିଟାଲରେ ପ୍ରାୟ 96% ଶିଶୁ ଜନ୍ମ ଗ୍ରହଣ କରୁଛନ୍ତି ।’’

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details