ଓଡିଶା

odisha

ETV Bharat / state

ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ହିନ୍ଦୀ ଅନୁବାଦ ଜରୁରୀ: ପ୍ରଫେସର ମୀନା - translation of literature

କେନ୍ଦ୍ରୀୟ ବିଦ୍ୟାଳୟରେ ହିନ୍ଦୀ ଭାଷା ପକ୍ଷ ପାଳନ ତଥା ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି। ଓଡ଼ିଆ ଭାଷାର ସାହିତ୍ୟକୁ ହିନ୍ଦୀ ଭାଷାରେ ଅନୁବାଦ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଅଧିକ ପଢନ୍ତୁ

hindi pakhwada in kendriya vidyalaya
ହିନ୍ଦୀ ଭାଷା ପକ୍ଷ ପାଳିତ

By ETV Bharat Odisha Team

Published : Sep 30, 2023, 9:54 PM IST

ହିନ୍ଦୀ ଭାଷା ପକ୍ଷ ପାଳିତ

କୋରାପୁଟ:କେନ୍ଦ୍ରୀୟ ବିଦ୍ୟାଳୟରେ ହିନ୍ଦୀ ଭାଷା ପକ୍ଷ ପାଳନ ତଥା ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି। ଓଡ଼ିଆ ଭାଷାର ସାହିତ୍ୟକୁ ହିନ୍ଦୀ ଭାଷାରେ ଅନୁବାଦ କରାଯିବା ଆବଶ୍ୟକ ବୋଲି ମତ ରଖିଛନ୍ତି ପ୍ରଫେସର ହେମରାଜ ମୀନା। ଓଡ଼ିଆରେ ରଚିତ ରାମାୟଣରେ କେଉଁ ଚରିତ୍ରରେ ପ୍ରଭୁ ଶ୍ରୀରାମଙ୍କୁ ଚିତ୍ରଣ କରାଯାଇଛି ତାହା ହିନ୍ଦୀରେ ଅନୁବାଦ ହେବା ଦ୍ବାରା ସମସ୍ତେ ପଢିବାର ସୁଯୋଗ ପାଇବେ ବୋଲି ସେ ମତ ଦେଇଛନ୍ତି ।

କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଫେସର ହେମରାଜ ମୀନା ଆହୁରି ମଧ୍ୟ କହିଛନ୍ତି, "ଶବରୀ ସଂସ୍କୃତିକୁ ଅନୁଧ୍ୟାନ କଲେ ରାମାୟଣରେ ବର୍ଣ୍ଣିତ ଦଣ୍ଡକାରଣ୍ୟ ଏହି ଅଞ୍ଚଳରେ ଅବସ୍ଥିତ ବୋଲି ସ୍ପଷ୍ଟ ହେଉଛି।" ଶନିବାର ଦିନ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ହିନ୍ଦୀ ଭାଷା ପକ୍ଷ ପାଳନର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଶ୍ରୀରାମଙ୍କ କଥାକୁ ଉଭୟ ଭାଷାରେ ଅନୁବାଦ କରାଗଲେ କୋରାପୁଟ ଅଞ୍ଚଳରେ ରଘୁବଂଶର ପରଶ ତଥା ପୌରାଣିକ ମହତ୍ତ୍ବ ବିଶ୍ଵ ଦରବାରରେ ଉପସ୍ଥାପିତ ହୋଇପାରନ୍ତା ବୋଲି ପ୍ରଫେସର ମୀନା ଆଶା ପୋଷଣ କରିଛନ୍ତି । ଶବର ସଂସ୍କୃତିର ମାନବୀୟ ମୂଲ୍ୟବୋଧ ଏବଂ ଜଗନ୍ନାଥ ସଂସ୍କୃତିରେ ଥିବା ସମତାର ଭାବ ସମଗ୍ର ବିଶ୍ୱକୁ ଏକ ନୂତନ ଦିଗଦର୍ଶନ ଦେବ ବୋଲି ସେ ମତ ରଖିଛନ୍ତି।

ଏହା ବି ପଢନ୍ତୁ...ଉନ୍ମୋଚନ ହେବ ହରେକୃଷ୍ଣ ମହତାବଙ୍କ ଲିଖିତ ‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣ

ବିଶ୍ବର ସର୍ବାଧିକ କଥିତ ଭାଷାର ତାଲିକାରେ ହିନ୍ଦୀ ଚତୁର୍ଥ ସ୍ଥାନରେ ରହିଥିବାବେଳେ ଭାରତବର୍ଷରେ ସର୍ବାଧିକ ଲୋକ ବୁଝିପାରୁଥିବା ଭାଷା ଭାବେ ପରିଗଣିତ ହେଉଛି ହିନ୍ଦୀ। ତେଣୁ ହିନ୍ଦୀ ଭାଷାରେ ଲିଖିତ ଶତାଧିକ ଗଳ୍ପ , କବିତା ଓ ଉପନ୍ୟାସକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସାର କରିବାର ପ୍ରଚେଷ୍ଟା ଜାରି ରଖାଯାଇଥିବା ନେଇ କହିଛନ୍ତି କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଭମରଲାଲ । ବିଭିନ୍ନ ରାଜ୍ୟରେ ହିନ୍ଦୀ ଭାଷାର ଲେଖକ ଓ କବିଙ୍କ କୃତିକୁ ଦେଖିଲେ ସେମାନଙ୍କ ନିଜସ୍ୱ ଅଞ୍ଚଳର ଲୋକଙ୍କ କଥିତ ଭାଷାର ପ୍ରଭାବ ସେମାନଙ୍କ କୃତିରେ ଦେଖାଯାଏ । ହିନ୍ଦୀ ଭାଷାରେ ପାଠକ ଏହି ପ୍ରଭାବକୁ ସ୍ୱୀକାର କରିଥିବା ଯୋଗୁଁ ବିଶ୍ୱରେ ଏହାର ଆଦର ବଢିଛି ।

1949 ମସିହାରୁ ପ୍ରତିବର୍ଷ ହିନ୍ଦୀ ପକ୍ଷ ପାଳନ କରାଯାଉଥିବାବେଳେ ଏହି ଭାଷାକୁ ଜାଣିବା ଦ୍ୱାରା କାହାରିକୁ ଭାରତବର୍ଷର ଯେକୌଣସି ସ୍ଥାନକୁ ଯିବାରେ ଅସୁବିଧା ହେବ ନାହିଁ ବୋଲି ଛାତ୍ରଛାତ୍ରୀ ମତବ୍ୟକ୍ତ କରିଛନ୍ତି । ତେବେ ଗତ 15 ଦିନ ଧରି କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ହିନ୍ଦୀ ଭାଷାରେ ବକ୍ତୃତା, କବିତା ଆବୃତି , ଗଳ୍ପ କଥନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ମଞ୍ଚରେ ଉପସ୍ଥିତ ଅତିଥିମାନଙ୍କ ଦ୍ବାରା ପୁରଷ୍କୃତ କରାଯାଇଛି।


ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details