ଓଡିଶା

odisha

ETV Bharat / state

କୋଟିଆ: କାହାର ଉପେକ୍ଷା, କାହାର ଅପେକ୍ଷା

କୋଟିଆ, କେନ୍ଦ୍ରୀୟ ରାଜନୀତିରେ ଏକ ଅଡ଼ୁଆ ସୂତା । ଭୌଗୋଳିକ ମାନଚିତ୍ରରେ ଏହା ଓଡ଼ିଶା ସୀମାରେ ରହିଥିବା ବେଳେ, ଜୋରଜବରଦସ୍ତ ଏହାକୁ ଅକ୍ତିଆର କରିବାକୁ ଚେଷ୍ଟା ଚଲାଇଛି ପଡୋଶୀ ଆନ୍ଧ୍ର । ଯେଉଁଠି ଓଡ଼ିଶା ଅବହେଳା କରୁଛି, ସେଇଠି ସହାୟତାର ହାତ ବଢାଇ ଭୋଟବ୍ୟାଙ୍କକୁ ମଜଭୁତ କରୁଛି ଆନ୍ଧ୍ର । ତେବେ ସେ ଯାହା ହେଉ, ଅପେକ୍ଷା-ଉପେକ୍ଷା ମଧ୍ୟରେ ଛନ୍ଦି ହୋଇପଡ଼ିଛନ୍ତି କୋଟିଆବାସୀ । ଏନେଇ ଆମର ସ୍ବତନ୍ତ୍ର ରିପୋର୍ଟ...

By

Published : Jun 9, 2019, 5:34 PM IST

ଡିଆଇନ ଫଟୋ

କୋରାପୁଟ: ପୋଲାଭରମ ଓ କୋଟିଆକୁ ନେଇ ଆନ୍ଧ୍ର ସହ ଓଡ଼ିଶାର ଜାରି ରହିଛି ତିକ୍ତତା । ଓଡ଼ିଶା ଯେଉଁଠି ଉପେକ୍ଷା କରୁଛି ଆନ୍ଧ୍ର ସେଇଠି ଅପେକ୍ଷା କରି ବସିଛି କିଭଳି ଯୋଗାଇବା ସହାୟତା । ଉଭୟ ଏବେ ନ୍ୟାୟ ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ହେଲେ କୋଟିଆର ବିକାଶ ପାଇଁ ନୂଆ ସରକାର ଗଠନ ପୂର୍ବରୁ ନବୀନ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରି ସାରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋଟିଆ କାହାର ? ଓଡିଶା ନା ଆନ୍ଧ୍ରର । ସୀମା ବିବାଦକୁ ନେଇ ଜାରି ରହିଛି ଟଣାଟଣି । ଦୀର୍ଘ 40 ବର୍ଷ ହେବ ବିବାଦ ମଧ୍ୟରେ ଧନ୍ଦି ହୋଇ ରହିଛନ୍ତି କୋଟିଆବାସୀ । ମାମଲା ଏବେ ସୁପ୍ରିମକୋର୍ଟରେ । ମାଓ ପ୍ରବଳ ଜିଲ୍ଲା ସାଙ୍ଗକୁ ଅବହେଳାର ଶିକାର ହେବାର ଫାଇଦା ମାରୁଛି ପଡୋଶୀ ଆନ୍ଧ୍ର । ସେପଟେ ଯାହା ଓଡ଼ିଶା ସରକାର ଯେଉଁଠି ଉପେକ୍ଷା କରୁଛି, ସେଇଠି ଆନ୍ଧ୍ର ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଅପେକ୍ଷା କରି ବସିଛି । ଯାହାର ପ୍ରମାଣ ବିଭିନ୍ନ ସମୟରେ ସ୍ବାସ୍ଥ୍ୟସେବା ସାଙ୍ଗକୁ ଆନ୍ଧ୍ର ସରକାରର ଯୋଜନା ଏଠି ଲାଗୁ ହେବା ।

ବିବାଦ ମଧ୍ୟରେ ଓଡ଼ିଶା ଜାରି କରିଛି କୋଟିଆର ମାନଚିତ୍ର । ଯାହାକି ଓଡ଼ିଶାର ଦାବିକୁ ବଳ ଯୋଗାଇଛି । ସାମଗ୍ରିକ ବିକାଶ ପାଇଁ ସରକାର ୧୦୦ କୋଟି ଟଙ୍କାର ଘୋଷଣା କରିସାରିଛନ୍ତି । ଏବେ ଅପେକ୍ଷା କେବେ ମିଳିବ କୋଟିଆ ବାସୀଙ୍କୁ ନ୍ୟାୟ ।


କୋରାପୁଟରୁ ସି.ଏଚ ଶାନ୍ତାକାର ଇଟିଭି ଭାରତ

For All Latest Updates

ABOUT THE AUTHOR

...view details