କୋରାପୁଟ: ବୁଧବାର ଓଡିଶା-ଆନ୍ଧ୍ର ସୀମାନ୍ତରେ ଥିବା କୋଟିଆ ପଞ୍ଚାୟତର ଦୁଇ ପଟେ ପହଞ୍ଚିଥିଲେ ଓଡିଶା ଓ ଆନ୍ଧ୍ରପ୍ରଦେଶର ସ୍ବାସ୍ଥ୍ୟକର୍ମୀ । କୋଟିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସ୍ୱାସ୍ଥ୍ୟକର୍ମୀ କୋଟିଆରୁ ନେରେଡିବାଲାସା ଯିବା ରାସ୍ତାରେ ଧୂଳିପଦର, ତଳ ସେମ୍ବୀ ଓ ଉପର ସେମ୍ବୀ ଯାଇ ଲୋକଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝି ସେବା ପହଞ୍ଚାଇଥିଲେ । ଆନ୍ଧ୍ରପ୍ରଦେଶର ସ୍ବାସ୍ଥ୍ୟ କର୍ମକାରୀମାନେ କୋଟିଆର ଅପର ଦିଗରେ ଥିବା ଫାଟୁସିନେରୀ ଠାରେ ପହଞ୍ଚି ବିଭିନ୍ନ ପରୀକ୍ଷା ଯନ୍ତ୍ର ସହ ସଜ୍ଜିତ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସେ ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବିତରଣ କରିଥିବା ଜଣାପଡ଼ିଛି ।
ଏକା ଦିନରେ ଦୁଇ ରାଜ୍ୟର ସ୍ୱାସ୍ଥ୍ୟ ସେବା ପାଇଲେ କୋଟିଆ ପଞ୍ଚାୟତବାସୀ - Kotia panchayat people get health serviece
ବୁଧବାର ଓଡିଶା-ଆନ୍ଧ୍ର ସୀମାନ୍ତରେ ଥିବା କୋଟିଆ ପଞ୍ଚାୟତର ଦୁଇ ପଟେ ପହଞ୍ଚିଥିଲେ ଓଡିଶା ଓ ଆନ୍ଧ୍ରପ୍ରଦେଶର ସ୍ବାସ୍ଥ୍ୟକର୍ମୀ । ଅଧିକ ପଢନ୍ତୁ...
ଏକା ଦିନରେ ଦୁଇ ରାଜ୍ୟର ସ୍ୱାସ୍ଥ୍ୟ ସେବା ପାଇଲେ କୋଟିଆ ପଞ୍ଚାୟତବାସୀ
ଏକା ଦିନରେ ଦୁଇ ରାଜ୍ୟର ସ୍ୱାସ୍ଥ୍ୟ ସେବା ପାଇଲେ କୋଟିଆ ପଞ୍ଚାୟତବାସୀ
ଏଥି ସହିତ ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ ଅଧିକାରୀ ଫାଟୁସିନେରୀ ଠାରେ ଫାଟୁସିନେରୀ ସମେରା ତାର ନିକଟବର୍ତ୍ତୀ ଫଗୁଣସିନେରୀ, ମାଡ଼କାର ଓ ହରମାଣ୍ଡିଂଗୀ ଗ୍ରାମରେ ଆନ୍ଧ୍ରପ୍ରଦେଶ ଦ୍ୱାରା ନିୟୋଜିତ ଆଶାକର୍ମୀଙ୍କ ସହ ବୈଠକ କରିଥିଲେ । ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟସେବା ପହଞ୍ଚିବାର ଆବଶ୍ୟକ ଥିବାବେଳେ ଦୁଇ ରାଜ୍ୟର ସେବାକାରୀଙ୍କ ମଧ୍ୟରେ ତାଳମେଳ ରହିପାରିଲେ ଅଞ୍ଚଳବାସୀ ଉପକୃତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଇଛି ।
କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ
TAGGED:
କୋଟିଆ ପଞ୍ଚାୟତବାସୀ