ଓଡିଶା

odisha

ETV Bharat / state

କୋଟିଆ ପଞ୍ଚାୟତ ନିର୍ବାଚନ: ଦୁଇଟି ଗାଁରେ ନାହାନ୍ତି ପ୍ରତିଦ୍ବନ୍ଦୀ

ଗତମାସ 31 ତାରିଖରେ ଆନ୍ଧ୍ରପ୍ରଦେଶର ସାଲୁର ମଣ୍ଡଳମ ଅନ୍ତର୍ଗତ 9 ଟି ପଞ୍ଚାୟତରେ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସୋମବାର ଥିଲା ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ । ଅଧିକ ପଢନ୍ତୁ...

କୋଟିଆ ପଞ୍ଚାୟତ ନିର୍ବାଚନ: ଦୁଇଟି ଗାଁରେ ନାହିଁ ପ୍ରତିଦ୍ବନ୍ଦୀ
କୋଟିଆ ପଞ୍ଚାୟତ ନିର୍ବାଚନ: ଦୁଇଟି ଗାଁରେ ନାହିଁ ପ୍ରତିଦ୍ବନ୍ଦୀ

By

Published : Feb 8, 2021, 10:57 PM IST

କୋରାପୁଟ: ପ୍ରତିଥର ଭଳି ଏଥର ମଧ୍ୟ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଲା । ଗତମାସ 31 ତାରିଖରେ ଆନ୍ଧ୍ରପ୍ରଦେଶର ସାଲୁର ମଣ୍ଡଳମ ଅନ୍ତର୍ଗତ 9 ଟି ପଞ୍ଚାୟତରେ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସୋମବାର ଥିଲା ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ । ଆନ୍ଧ୍ରର ଏହି 9 ଟି ପଞ୍ଚାୟତ ମଧ୍ୟରେ ଓଡ଼ିଶାର କୋଟିଆ ପଞ୍ଚାୟତର ତିନୋଟି ଗାଁ ତଳଗଞ୍ଜେଇପଦର, ଫାଟୁସିନେରୀ, ଫଗୁଣ ସିନେରୀରେ ନିର୍ବାଚନ ହେଉଥିବା ଯୋଗୁଁ କୋରାପୁଟରେ ଏହା ଆଲୋଡନ ସୃଷ୍ଟି କରିଛି ।

ପ୍ରତିଥର ଏହି ନିର୍ବାଚନରେ ପ୍ରତିଦ୍ବନ୍ଦୀ ଅଭାବରୁ ନିର୍ଦ୍ୱନ୍ଦରେ ଜଣେ ନିର୍ବାଚିତ ହୋଇଯାଉଥିଲେ । କିନ୍ତୁ, ଏଥର ଏକରୁ ଅଧିକ ଦଳ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଯୋଗୁଁ ଏହି ଗାଁ ଗୁଡିକରେ ପ୍ରତ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆସନ୍ତା 13 ତାରିଖରେ ହେବାକୁ ଥିବା ଏହି ନିର୍ବାଚନରେ କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦରରୁ ତିନୋଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ସୋମବାର ଦିନ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନରେ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ବେଳେ ଜଣେ ପ୍ରାର୍ଥୀ ନିର୍ବାଚନରୁ ଓହରି ଆସିଥିବା ଯୋଗୁଁ କେବଳ ଜଣେ ପ୍ରାର୍ଥୀ ରଣାଙ୍ଗନରେ ରହିଛନ୍ତି ।

ସେହିପରି ଫଗୁଣସିନେରୀରେ କେବଳ ଜଣେ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିବା ଯୋଗୁଁ ସେଠାରେ ମଧ୍ୟ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଯିବେ । ତେବେ ଫାଟୁସିନେରୀରେ ଦୁଇଜଣ ପ୍ରାର୍ଥୀ ରଣାଙ୍ଗନରେ ରହିଥିବା ଯୋଗୁଁ ସମସ୍ତଙ୍କ ନଜର ବର୍ତ୍ତମାନ ତାରି ଉପରେ ରହିଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details