ଓଡିଶା

odisha

ETV Bharat / state

ନେରେଡିବାଲାସାକୁ କେବ ଗଡିବ ଲକ୍ଷ୍ମୀ ବସ୍ ? ଯୋଜନା ନେଇ ସ୍ଥାନୀୟ ବାସିନ୍ଦାଙ୍କ କ୍ଷୋଭ - ଲକ୍ଷ୍ମୀ ବସ୍

Laccmi Bus Yojana Controversy: ନେରେଡିବାଲାସାକୁ କେବ ଗଡିବ ଲକ୍ଷ୍ମୀ ବସ୍ ? କୋରାପୁଟରେ ଲକ୍ଷ୍ମୀ ବସ ଚଳାଚଳ ଆରମ୍ଭ ହୋଇଥିବା ବେଳେ ନେରେଡିବାଲାସାକୁ କେବେ ଗଡିବ ସେନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା। ଅଧିକ ପଢନ୍ତୁ

Laccmi Bus Yojana
Laccmi Bus Yojana

By ETV Bharat Odisha Team

Published : Jan 4, 2024, 6:05 PM IST

Laccmi Bus Yojana Controversy

କୋରାପୁଟ:କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଅନୁପ୍ରବେଶ ନେଇ ସବୁବେଳେ ଚର୍ଚ୍ଚାରେ ରହିିଥାଏ। ଆନ୍ଧ୍ର ଏବଂ ଓଡିଶା ବୋର୍ଡରେ ରହିଥିବା କାରଣରୁ ଅନେକ ସମୟରେ ବିବାଦ ଦେଖାଯାଇଥାଏ। ତେବେ କୋଟିଆ ଓଡିଶାର ବୋଲି ଦାବି କରାଯାଉଥିବା ବେଳେ ଏବଂ ସରକାରୀ ସୁବିଧାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଞ୍ଚାୟତବାସୀ। ଗତମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିଥିବା ବେଳେ ଏଥିରୁ ବଞ୍ଚିତ ହୋଇଛନ୍ତି କୋଟିଆ ପଞ୍ଚାୟତବାସୀ। କେବେ ସ୍ଥାନୀୟ ଅଞ୍ଚଳରେ ଲକ୍ଷ୍ମୀ ବସ୍ ଚଳାଚଳ କରିବ ସେନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା।

କୋଟିଆ ପଞ୍ଚାୟତର ଏକ ଗୁରୁତ୍ବପୁର୍ଣ ଗାଁ ନେରେଡିବାଲାସା । ଏହି ଗ୍ରାମଟି ଆନ୍ଧ୍ରପ୍ରଦେଶର ଶେଷ ଗ୍ରାମ ସାରିକି ସହ ଓଡ଼ିଶାର ସୀମାକୁ ସ୍ପର୍ଶ କରୁଥିବା ଯୋଗୁଁ କୋଟିଆର ମାଲିକାନାକୁ ନେଇ ଆନ୍ଧ୍ରପ୍ରଦେଶ ଠିଆ କରିଥିବା ଆଇନଗତ ବିବାଦ ମୁକସାକ୍ଷୀ ଭାବେ ଉଭା ହୋଇଛି। କୋଟିଆ ସଦର ମହକୁମା ଠାରୁ ପଟ୍ଟାଙ୍ଗୀ ଓ କୁନ୍ଦୁଲି ଯିବା ପାଇଁ ପକ୍କା ରାସ୍ତା ଥିବା ବେଳେ ନେରେଡିବାଲାସା ଓ ପଟ୍ଟାଙ୍ଗୀ ମଧ୍ୟରେ ଦୂରତା କେବଳ 19 କିଲୋମିଟର। ତଥାପି ଲୋକେ ପଟ୍ଟାଙ୍ଗୀ ବ୍ଲକକୁ ଯିବାକୁ ହେଲେ ଆନ୍ଧ୍ରପ୍ରଦେଶର ସାଲୁର ବାଟ ଦେଇ ପ୍ରାୟ 70 କିଲୋମିଟର ବାଟ ବୁଲି ଯିବାକୁ ପଡୁଥିଲା ।

ଏହା ମଧ୍ୟ ପଢନ୍ତୁ: କୋରାପୁଟରେ ଗଡିଲା ଲକ୍ଷ୍ମୀ; ଯୋଡିହେବ ୨୩୪ ପଞ୍ଚାୟତ, ଉପକୃତ ହେବେ ୧୩ ଲକ୍ଷ

କୋଟିଆ ବିବାଦରେ ଧନ୍ଦି ହେଉଥିବା ନେରେଡିବାଲାସା ସମେତ ଅନ୍ୟାନ୍ୟ ଗ୍ରାମବାସୀଙ୍କ ପାଇଁ ନେରେଡିବାଲାସା ଠାରୁ ପଟ୍ଟାଙ୍ଗୀ ଯାଏଁ ଭଗ୍ନାବସ୍ଥାରେ ପଡିଥିବା ସଡକର ପୁନରୁଦ୍ଧାର ଆବଶ୍ୟକ ଥିଲା । 1873 ରେ ବ୍ରିଟିଶ ସରକାରଙ୍କ କୋରାପୁଟ ରେ ଥିବା ପ୍ରତିନିଧି ଏଚ. ଜି. ଟର୍ନରଙ୍କ ଦ୍ବାରା ନିର୍ମିତ 19 କିଲୋମିଟର ରାସ୍ତା (ଯାହାକୁ ଟର୍ନର ରୋଡ଼ ବୋଲି ମଧ୍ୟ କୁହାଯାଉଥିଲା) ସେହି ସଡ଼କକୁ ପୁନରୁଦ୍ଧାର କରିବା ପାଇଁ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀଙ୍କ ପ୍ରଚେଷ୍ଟା ଦ୍ବାରା 15.62 କୋଟି ଟଙ୍କା ବ୍ୟୟରେ 2021 ମସିହାରେ ରାସ୍ତା କାର୍ଯ୍ୟ କରାଯାଇଥିଲା।

କିନ୍ତୁ ପଟ୍ଟାଙ୍ଗୀ ଓ ନେରେଡିବାଲାସା ମଧ୍ୟରେ ପ୍ରାୟ 3000 ଫୁଟର ଉଚ୍ଚତାର ଫରକ ଥିବା ଯୋଗୁଁ ମଟରଯାନ ବିନା ଯିବା ଆସିବା କଷ୍ଟକର ହୋଇପଡ଼ିଥିବା ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି । କୌଣସି ସ୍ଥାନକୁ ଯିବାକୁ ହେଲେ ଆନ୍ଧ୍ର ବସର ସାହାଯ୍ୟ ନେବାକୁ ହେଉଥିବା କଥା ସେ କହିଛନ୍ତି। ତେବେ ଓଡ଼ିଶା ସରକାରଙ୍କ ଦ୍ବାରା ଲକ୍ଷ୍ମୀ ବସ ଯୋଜନାରେ ଗାଁ ଓ ପଞ୍ଚାୟତରୁ ବ୍ଲକ ଯାଏଁ ବସ ସେବା ଯୋଗାଇଦେଉଥିବା ଯୋଗୁଁ ଏହି ଅଞ୍ଚଳବାସୀ ମଧ୍ୟ ଓଡିଶା ସରକାରଙ୍କ ଠାରୁ ଗମନାଗମନ ସୁବିଧା ପାଇବେ ବୋଲି ଆଶା ବାନ୍ଧିଥିଲେ। କିନ୍ତୁ ସେମାନଙ୍କ ସମସ୍ତ ଆଶା ନିରାଶାରେ ପରିଣତ ହୋଇଥିବା ନେଇ ସ୍ଥାନୀୟ ବାସୀ ଅଭିଯୋଗ କରିଛନ୍ତି। ତେବେ ଲକ୍ଷ୍ମୀ ବସ୍ ଗଡିଲେ ପଟ୍ଟାଙ୍ଗୀ ଏବଂ ନେରେଡିବାଲାସା ମଧ୍ୟରେ ଥିବା ବୁଡିଆଗୁଡା , ପରଜା ଶିଉରା, ସୀମାଗୁଡା, ରାଇପାଡୁ, ତାଡିଙ୍ଗି ଗବ୍ଦର, ବଡ଼ରୁଗୁଡା, କୁମ୍ଭିଗୁଡା ଓ ତାଡିବାଲାସାରେ ବାସ କରୁଥିବା ଲୋକଙ୍କ ଜୀବନରେ ନୂତନ ଆଶା ସଞ୍ଚାର ହୋଇପାରନ୍ତା ବୋଲି ଆଶା କରାଯାଉଛି।

ଇଟିଭି ଭାରତ, କୋରୋପୁଟ

ABOUT THE AUTHOR

...view details