ଓଡିଶା

odisha

By

Published : Feb 16, 2021, 4:58 PM IST

ETV Bharat / state

ବୁଧବାର କୋଟିଆ ସମ୍ପର୍କରେ ତଥ୍ୟ ରଖିବ ଓଡିଶା, ପ୍ରସ୍ତୁତି ଜୋରସୋର

ଆସନ୍ତାକାଲି ଭିସି ଜରିଆରେ କୋଟିଆ ସମ୍ପର୍କରେ ଆଡଭୋକେଟ ଅନ ରେକର୍ଡଙ୍କ ପାଖରେ ଓଡ଼ିଶାର ତଥ୍ୟ ଦାଖଲ ହେବ। ଏନେଇ କୋରାପୁଟର ରେକର୍ଡ ରୁମରେ ଥିବା ବିଭିନ୍ନ କାଗଜ ପତ୍ର ଏକାଠି କରିବାର ପ୍ରକ୍ରିୟା ଜୋରସୋରରେ ଚାଲିଛି । ଅଧିକ ପଢନ୍ତୁ...

ଆସନ୍ତାକାଲି କୋଟିଆ ସମ୍ପର୍କରେ ତଥ୍ୟ ରଖିବ ଓଡିଶା, ପ୍ରସ୍ତୁତି ଜୋରସୋର
ଆସନ୍ତାକାଲି କୋଟିଆ ସମ୍ପର୍କରେ ତଥ୍ୟ ରଖିବ ଓଡିଶା, ପ୍ରସ୍ତୁତି ଜୋରସୋର

କୋରାପୁଟ: ବୁଧବାର ଭିସି ଜରିଆରେ କୋଟିଆ ସମ୍ପର୍କରେ ଆଡଭୋକେଟ ଅନ ରେକର୍ଡଙ୍କ ପାଖରେ ଓଡ଼ିଶାର ତଥ୍ୟ ଦାଖଲ ହେବ। ଏନେଇ କୋରାପୁଟର ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ,ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରଭୃତିରେ ଥିବା ରେକର୍ଡ ରୁମରେ ଥିବା ବିଭିନ୍ନ କାଗଜ ପତ୍ର ଏକାଠି କରିବାର ପ୍ରକ୍ରିୟା ଜୋରସୋରରେ ଚାଲିଛି ।

ଆସନ୍ତାକାଲି କୋଟିଆ ସମ୍ପର୍କରେ ତଥ୍ୟ ରଖିବ ଓଡିଶା, ପ୍ରସ୍ତୁତି ଜୋରସୋର

ଆନ୍ଧ୍ରପ୍ରଦେଶ କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ନେଇ ସୁପ୍ରିମକୋର୍ଟରେ ରାଜ୍ୟସରକାର ଅଦାଲତ ଅବମାନନା ମାମଲା ଦାଖଲ କରିଥିବାବେଳେ ଏହାର ପରବର୍ତ୍ତୀ ଶୁଣାଣି ଶୁକ୍ରବାର ହେବ ।

ଆନ୍ଧ୍ରର ଏହି ମନମାନି ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ କରିଥିବା ଅଦାଲତ ଅବମାନନା ପ୍ରସଙ୍ଗ ଯେଭଳି ଠିକଣା ଭାବେ ପରିଚାଳନା ହୁଏ, ତାକୁ ଦୃଷ୍ଟିରେ ରଖି ସବୁ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ ରଖାଯାଉଛି।

ଏହାସହ ସରକାରଙ୍କ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯିବା ପରେ ଏନେଇ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ତତ୍ପରତା ପ୍ରକାଶ କରିଛନ୍ତି । ଗତ ଶନିବାର ଦିନ ଫାଟୁସିନେରୀରେ ନିର୍ବାଚନ ଚାଲିଥିଲାବେଳେ ଉତ୍ତୋଳନ ହୋଇଥିବା ଭିଡିଓ ମଧ୍ୟ ସୁପ୍ରିମ କୋର୍ଟ ରେ ଉପସ୍ଥାପନ କରାଯିବ ବୋଲି ଜଣାପଡିଛି।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details