ଓଡିଶା

odisha

By

Published : Jan 10, 2022, 10:26 PM IST

ETV Bharat / state

କୋଟିଆ ବିବାଦରେ ଇତିହାସର ହେଲା ପୁନରାବୃତ୍ତି

କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ଅନଧିକାର ଅନୁପ୍ରବେଶକୁ ବିରୋଧ କରି ଓଡିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

କୋଟିଆ ବିବାଦରେ ଇତିହାସର ହେଲା ପୁନରାବୃତ୍ତି
କୋଟିଆ ବିବାଦରେ ଇତିହାସର ହେଲା ପୁନରାବୃତ୍ତି

କୋରାପୁଟ:କୋଟିଆକୁ ନେଇ ସୁପ୍ରିମକୋର୍ଟରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ଆଇନଗତ ଲଢେଇରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି । କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ଅନଧିକାର ଅନୁପ୍ରବେଶକୁ ବିରୋଧ କରି ଓଡିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

କୋଟିଆ ବିବାଦରେ ଇତିହାସର ହେଲା ପୁନରାବୃତ୍ତି

ଦୁଇ ରାଜ୍ୟ ମଧ୍ୟରେ 131 ଧାରାକୁ ପ୍ରୟୋଗ କରି ସୁପ୍ରିମକୋର୍ଟ ନିଜର ବିଶେଷ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଓଡିଶା ସରକାରଙ୍କ ତରଫରୁ ନିବେଦନ କରାଯାଇଛି । ଏହି ବିଶେଷ ଅଧିକାର ବଳରେ ସୁପ୍ରିମକୋର୍ଟ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ସୀମା ବିବାଦ ଉପରେ କୌଣସି ଏକ ନିର୍ଦେଶ ଦେଇପାରିବେ ବୋଲି କୋରାପୁଟ ବାରଆସୋସିଏସନର ସଭାପତି ଅଜିତ ପାତ୍ର କହିଛନ୍ତି । ତେବେ ଗତ କିଛିମାସ ପୂର୍ବେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କୋଟିଆ ସୀମା ବିବାଦ ଉପରେ ଭୁବନେଶ୍ବରରେ ଆଲୋଚନା ଏହି ସମସ୍ୟାର ରାଜନୈତିକ ସମାଧାନ ଦିଗରେ ସକାରାତ୍ମକ ପଦକ୍ଷେପ ବୋଲି କୁହାଯାଇଥିବା ବେଳେ ତାର କିଛିଦିନ ମଧ୍ୟରେ ଓଡିଶା ସରକାରଙ୍କ ଦ୍ବାରା ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବା ଇତିହାସର ପୁନରାବୃତ୍ତି ବୋଲି ଆମ କୋଟିଆ ସଂଗଠନର ଆବାହକ ତଥା କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ମତ ରଖିଛନ୍ତି ।

କୋଟିଆ ବିବାଦରେ ଇତିହାସର ହେଲା ପୁନରାବୃତ୍ତି

ଦୁଇ ରାଜ୍ୟ ମଧ୍ୟରେ ଆପୋଷ ଚର୍ଚ୍ଚା ମାଧ୍ୟମରେ ସମାଧାନ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶର ଦୀର୍ଘ ପନ୍ଦର ବର୍ଷ ପରେ ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବା ଦ୍ବାରା ବିଳମ୍ବରେ ହେଉ ପଛେ କୋଟିଆ ସୀମା ବିବାଦ ପ୍ରତି ଓଡିଶା ସରକାର ନିଜ ସମ୍ବେଦନଶୀଳତାର ପରିଚୟ ଦେଇଥିବା ବେଳେ 1968 ରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ କୋଟିଆ ସମ୍ପର୍କରେ ଆଲୋଚନାରେ ବିଫଳ ହୋଇ ସୁପ୍ରିମ କୋର୍ଟ ଯାଇଥିବା ଭଳି ଏବେ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ହେବା ପରେ ସରକାର ସୁପ୍ରିମ କୋର୍ଟ ଯାଇଛନ୍ତି ।

କୋଟିଆ ବିବାଦରେ ଇତିହାସର ହେଲା ପୁନରାବୃତ୍ତି

ଇତିହାସର ପୁନରାବୃତ୍ତି ଘଟିଥିଲେହେଁ ଏଥର ପୂର୍ବ ସ୍ଥିତି ରୁ ମୁକ୍ତି ଦେଇ ସୁପ୍ରିମକୋର୍ଟ ଏକ ସ୍ଥାୟୀ ସମାଧାନ ଦେବେ ବୋଲି କୋଟିଆ ସଂଗଠନର ଆବାହକ ଆଶାପୋଷଣ କରିଛନ୍ତି । ତେବେ ଓଡିଶା ସରକାର ବାରମ୍ବାର ଅଦାଲତକୁ ଯାଉଥିବା ବେଳେ ଏହି ସମସ୍ୟାର ସମାଧାନ ସଂସଦରେ ହିଁ ସମ୍ଭବ ଓ ସେ ଏ ଦିଗରେ ତାଙ୍କ ସଂଗ୍ରାମ ଜାରି ରଖିବେ ବୋଲି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ABOUT THE AUTHOR

...view details