ETV Bharat Odisha

ଓଡିଶା

odisha

ETV Bharat / state

କୋଟିଆକୁ ବିକାଶର ରୋଲ ମଡେଲ ଭାବେ ଗଢ଼ାଯାଉ: ଓଡିଶା ବିକାଶ ପରିଷଦ - ଓଡିଶା ବିକାଶ ପରିଷଦ ଖବର

କୋଟିଆରେ ଓଡିଶା ବିକାଶ ପରିଷଦର ଟିମ । ଏହା ସହ କୋଟିଆ ଗ୍ରାମପୁଞ୍ଜକୁ ବିକାଶର ରୋଲ ମଡେଲ ଭାବେ ଗଢ଼ାଯିବା ପାଇଁ ଓଡିଶା ବିକାଶ ପରିଷଦ ଦାବି କରିଛି । ଅଧିକ ପଢନ୍ତୁ...

Kotia visit by odisha bikash parishad team
କୋଟିଆକୁ ବିକାଶର ରୋଲ ମଡେଲ ଭାବେ ଗଢ଼ାଯାଉ
author img

By

Published : Nov 3, 2021, 10:31 PM IST

କୋରାପୁଟ: ଓଡିଶା-ଆନ୍ଧ୍ର ସୀମାନ୍ତ କୋଟିଆ ଗସ୍ତ କରିଛି ଓଡିଶା ବିକାଶ ପରିଷଦର ଟିମ । କୋଟିଆ ଗ୍ରାମପୁଞ୍ଜକୁ ବିକାଶର ରୋଲ ମଡେଲ ଭାବେ ଗଢ଼ାଯିବା ପାଇଁ ଓଡିଶା ବିକାଶ ପରିଷଦ ଦାବି କରିଛି ।

କୋଟିଆ ଗସ୍ତ କରିଛି ଓଡିଶା ବିକାଶ ପରିଷଦର ଟିମ । ଭୁବନେଶ୍ବରରୁ ଆସିଥିବା ଏହି ସଂଗଠନର ସଦସ୍ୟମାନେ ଗତ ଦୁଇଦିନ ଧରି କୋଟିଆରେ ଲୋକଙ୍କ ସହ ଆଲୋଚନା କରିବା ସହ କଥାବାର୍ତ୍ତା କରିଛନ୍ତି । କୋରାପୁଟରେ ଆଜି ସାମ୍ବାଦିକଙ୍କ ସହିତ ଆଲୋଚନାବେଳେ ଓଡିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢୀ କହିଛନ୍ତି ଯେ କୋଟିଆରେ ଓଡିଶା ସରକାର ବିକାଶର ଧାରା ଆରମ୍ଭ କରିଥିଲେ । ବର୍ତ୍ତମାନ କୋଟିଆରେ ଓଡିଶା ସରକାର ଲୋକଙ୍କ ବିକାଶ ଧାରାରେ ସାମିଲ କରିବାରେ ବିଫଳ ହୋଇଛି । ଲୋକଙ୍କ ପାଖରେ ସଠିକ ଭାବରେ ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ସୁବିଧା ପହଞ୍ଚି ପାରିନାହିଁ । ଯାହା ଫଳରେ ସେମାନେ ଅନ୍ୟ ରାଜ୍ୟ ପ୍ରତି ଆକର୍ଷିତ ହେଉଛନ୍ତି ।

କୋଟିଆକୁ ବିକାଶର ରୋଲ ମଡେଲ ଭାବେ ଗଢ଼ାଯାଉ

ଏହା ସହ ସ୍ଥାନୀୟ ଅଧିବାସୀଙ୍କ ହୃଦୟ ଜିଣିବା ପାଇଁ ଜୀବନ ଜୀବିକାର ରାସ୍ତା ସୁଗମ କରିବା, ଆଦିବାସୀ ଜନଜାତିର ମାନ୍ୟତା ପ୍ରଦାନ ପାଇଁ ପଦକ୍ଷେପ ନେବା ପ୍ରଶାସନ ବିଫଳ ହୋଇଛି । ଏହା ସହ ପ୍ରତି ଗ୍ରାମରେ ଓଡିଶା ପ୍ରଶାସନର ପ୍ରତିନିଧି ଭାବେ ଯୁବକଙ୍କୁ ନିଯୁକ୍ତ କରିବା । ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରସାର କରିବା ଭଳି ସେମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ବିଷୟ ପ୍ରତି ସରକାର ଦୃଷ୍ଟି ଦେଲେ ସୀମାନ୍ତ ଅଞ୍ଚଳରେ ଦେଖାଦେଇଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ଓଡିଶା ବିକାଶ ପରିଷଦର ସଭାପତି କହିଛନ୍ତି। ସେହିପରି କୋଟିଆରେ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିବା ପାଇଁ ମଧ୍ୟ ଦାବି କରିଛନ୍ତି।

ତେବେ କୋଟିଆରେ ଥିବା ସମସ୍ୟା ବିଷୟରେ ଓଡିଶା ବିକାଶ ପରିଷଦ ଲଢେଇ ଜାରି ରଖିବ । କୋଟିଆ ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରି ସମସ୍ୟାର ଦୂରୀକରଣ ପାଇଁ ଚାପ ପ୍ରୟୋଗ କରିବେ ବୋଲି ଓଡିଶା ବିକାଶ ପରିଷଦର ସଭାପତି କହିଛନ୍ତି । ଏହା ସହ ଆଗାମୀ ଦିନରେ କୋଟିଆ ବିକାଶକୁ ନେଇ ଆଇନର ଲଢେଇ ମଧ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି।

ସୂଚନାଥାଉକି କୋଟିଆରେ ଆନ୍ଧ୍ର ଓ ଓଡିଶାର ପ୍ରଶାସନିକ ଅଧିକାରୀମାନେ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । କୋଟିଆରେ ଆନ୍ଧ୍ରପ୍ରଦେଶ ଜିଲ୍ଲା ପଞ୍ଚାୟତନ ନିର୍ବାଚନ କରିଥିବାବେଳେ ଦିନକୁ ଦିନ ଅନ୍ୟ ଗ୍ରାମରେ ମଧ୍ୟ ଅନୁପ୍ରବେଶ କରିବା ଚେଷ୍ଟା ଜାରି ରଖିଛି ଆନ୍ଧ୍ର ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିିଭି ଭାରତ

ABOUT THE AUTHOR

...view details