କୋରାପୁଟ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଏବଂ ମାଲକାନଗିରି ଜିଲ୍ଲାର ମାଲକାନଗିରି ଓ କାଲିମେଳା ବ୍ଲକ ପାଇଁ ଦୁଇଗୋଟି ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଘୋଷଣା କରାଯାଇଛି । ଯାହା ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଜଣାଇବା ସହ ଏହା ଲୋକଙ୍କ ହିତରେ ରହିବ ବୋଲି କହିଛନ୍ତି ।
କୋରାପୁଟ ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ ଏହି ଯୋଜନାଦ୍ବାରା ବୈପାରିଗୁଡା ବ୍ଲକର 14ଟି ପଞ୍ଚାୟତରେ 225 ଟି ଗ୍ରାମର 1 ଲକ୍ଷ 5 ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଏହି ପାନୀୟ ଜଳ ଯୋଜନା ଦ୍ବାରା ଉପକୃତ ହୋଇପାରିବେ ବୋଲି ସେ ଜଣାଇଛନ୍ତି ।