ଓଡିଶା

odisha

ETV Bharat / state

ସରକାରଙ୍କ ଏ କି ନ୍ୟାୟ: ନିର୍ବାଚନ ପାଇଁ ନିୟୋଜନ କଲେ, ପରେ ଭୁଲି ଗଲେ - ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ

ଗତବର୍ଷ ନିର୍ବାଚନ ହେବା ପୂର୍ବରୁ ସରକାର ସାମାଜିକ ସୁରକ୍ଷା ବିଭାଗକୁ ସହଯୋଗ କରିବା ପାଇଁ ଏକ ସ୍ବେଚ୍ଛାସେବୀ ସଂଗଠନ ଅଧୀନରେ କୋରାପୁଟ ଜିଲ୍ଲାରେ 233 ଜଣ କ୍ଲଷ୍ଟର କୋର୍ଡିନେଟରଙ୍କୁ ନିଯୁକ୍ତି ଦେଇଥିଲେ । କିନ୍ତୁ ନିର୍ବାଚନ ସରିବା ପରେ ସରକାର ସେମାନଙ୍କୁ କାର୍ଯ୍ୟରୁ ବିରତି କରିଦେଇଥିବା କୋରାପୁଟ ଉପଖଣ୍ଡର ସାମାଜିକ ସୁରକ୍ଷା ଅଧିକାରି ଜଣାଇଛନ୍ତି ।

ନିର୍ବାଚନ ପୂର୍ବରୁ ନିୟୋଜନ କରି ନିର୍ବାଚନ ପରେ କଲେ ବାହାର
ନିର୍ବାଚନ ପୂର୍ବରୁ ନିୟୋଜନ କରି ନିର୍ବାଚନ ପରେ କଲେ ବାହାର

By

Published : Oct 7, 2020, 8:40 AM IST

କୋରାପୁଟ: ବକେୟା 12 ମାସର ଦରମା ଦାବି କରି କ୍ଲଷ୍ଟର କୋର୍ଡିନେଟରଙ୍କ ଦ୍ୱାରା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯାଇଛି । ଗତବର୍ଷ ନିର୍ବାଚନ ହେବା ପୂର୍ବରୁ ସରକାର ସାମାଜିକ ସୁରକ୍ଷା ବିଭାଗକୁ ସହଯୋଗ କରିବା ପାଇଁ ଏକ ସ୍ବେଚ୍ଛାସେବୀ ସଂଗଠନ ଅଧୀନରେ କୋରାପୁଟ ଜିଲ୍ଲାରେ 233 ଜଣ କ୍ଲଷ୍ଟର କୋର୍ଡିନେଟରଙ୍କୁ ନିଯୁକ୍ତି ଦେଇଥିଲେ । ଏମାନେ ପ୍ରତି ପଞ୍ଚାୟତରେ ସାମାଜିକ ସୁରକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।

ନିର୍ବାଚନ ପୂର୍ବରୁ ନିୟୋଜନ କରି ନିର୍ବାଚନ ପରେ କଲେ ବାହାର

ଲୋକେ ସାମାଜିକ ସୁରକ୍ଷା କ୍ଷେତ୍ରର ସେବା ପାଇଲେ ଓ ଯୁବକ ଯୁବତୀ ନିଯୁକ୍ତି ପାଇ ଆନନ୍ଦିତ ହୋଇଯାଇଥିଲେ । କିନ୍ତୁ ନିର୍ବାଚନ ସରିବା ପରେ ସରକାର ସେମାନଙ୍କୁ କାର୍ଯ୍ୟରୁ ବିରତି କରିଦେଇଥିବା କୋରାପୁଟ ଉପଖଣ୍ଡର ସାମାଜିକ ସୁରକ୍ଷା ଅଧିକାରୀ ଜଣାଇଛନ୍ତି । ଏ ସମସ୍ତଙ୍କୁ ଗତବର୍ଷ ଡିସେମ୍ବର ମାସଠାରୁ କାର୍ଯ୍ୟରୁ ବାହାର କରିଦିଆଯାଇଥିବା ଯୋଗୁଁ ଗତ ବର୍ଷ ସେପ୍ଟେମ୍ବର ମାସଠାରୁ ଡିସେମ୍ବର ପର୍ଯ୍ୟନ୍ତ ତିନି ମାସରେ ଦରମା ପଇଠ କରିବାପାଇଁ ସରକାରଙ୍କ ପାଖରେ 24.33 ଲକ୍ଷ ଟଙ୍କା ପଠାଇବା ପାଇଁ ପତ୍ର ଲେଖାଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ସେମାନଙ୍କୁ ନିଲମ୍ବନ କରାଯାଇଥିବା କଥା ଅବଗତ କରାନଯାଇ ଗତମାସ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିଥିବା ଯୋଗୁଁ ଗତ ବର୍ଷର ସେପ୍ଟେମ୍ବର ଠାରୁ ଚଳିତ ବର୍ଷ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବକେୟା ଦରମା ଦେବା ପାଇଁ କ୍ଲଷ୍ଟର କୋର୍ଡିନେଟର ମାନେ ଦାବି ଜଣାଇଛନ୍ତି ।

କୋରାପୁଟରୁ ସି ଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details