ଓଡିଶା

odisha

ETV Bharat / state

ଦିଲ୍ଲୀରେ ହାତଧୁଆ ବାର୍ତ୍ତା ବାଣ୍ଟିବେ ଦୃଷ୍ଟିବାଧିତ ଛାତ୍ର - କୋରାପୁଟ ଖବର

ରାଜଧାନୀ ଦିଲ୍ଲୀରେ ହାତଧୁଆ ବାର୍ତ୍ତା ଦେବେ କୋରାପୁଟ ଜିଲ୍ଲାର କିଛି ଦୃଷ୍ଟିବାଧିତ ଛାତ୍ର । ଛାତ୍ରଛାତ୍ରୀଙ୍କ ମଧ୍ୟରେ ହାତଧୁଆର ଆବଶ୍ୟକତା ଓ ପ୍ରକ୍ରିୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା । ଅଧିକ ପଢନ୍ତୁ

physically challenged children to share message
ଦିଲ୍ଲୀରେ ହାତଧୁଆ ବାର୍ତ୍ତା ବାଣ୍ଟିବେ ଦୃଷ୍ଟିବାଧିତ ଛାତ୍ର

By

Published : Apr 19, 2023, 4:00 PM IST

ଦିଲ୍ଲୀରେ ହାତଧୁଆ ବାର୍ତ୍ତା ବାଣ୍ଟିବେ ଦୃଷ୍ଟିବାଧିତ ଛାତ୍ର

କୋରାପୁଟ: ଆଖିକୁ ଦେଖା ଯାଏ ନାହିଁ ସତ ହେଲେ ସେମାନେ ବି କିଛି କମ ନୁହଁନ୍ତି । ଭଗବାନ ସିନା ଦେଖିବାକୁ ଦୃଷ୍ଟିଶକ୍ତି ଦେଇନାହିଁ ହେଲେ ମନରେ ଭରି ଦେଇଛନ୍ତି ଅପୂର୍ବ ମନୋବଳ । ପ୍ରତ୍ୟେକ ଶିଶୁ ମଧ୍ୟରେ ନିଜକୁ ବ୍ୟକ୍ତ କରିବାର ସମ୍ଭାବନା ରହିଛି । ଦୃଢ ମନୋବଳ ସହିତ ଆଗକୁ ବଢି ଚାଲିଛନ୍ତି ଦୃଷ୍ଟିବାଧିତ ଛାତ୍ର । କୋରାପୁଟ ସ୍ଥିତ ଦୃଷ୍ଟି ବାଧିତ ପିଲାଙ୍କ ପାଇଁ ପ୍ରତିଷ୍ଠିତ ବିଦ୍ୟାଳୟ 'ଦୃଷ୍ଟି'ରୁ ସୁଖରାମ ମାଝି ଭଳି ଅନ୍ତର୍ଜାତୀୟ କ୍ରିକେଟ ଖେଳାଳିମାନେ ପ୍ରସ୍ତୁତ ହୋଇପାରିଥିବା ବେଳେ ବର୍ତ୍ତମାନ ଏହି ବିଦ୍ୟାଳୟରୁ ଜଣେ ଦୃଷ୍ଟିବାଧିତ ଛାତ୍ର ଶାନ୍ତନୁ ହୋୟାଲ ରାଜ୍ୟ ତଥା ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି । ଭାରତବର୍ଷର ବିଭିନ୍ନ ରାଜ୍ୟରୁ ଆସିଥିବା ଦୃଷ୍ଟି ଶକ୍ତି ସମ୍ପନ୍ନ ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ଦରବାରରେ ହାତ ଧୁଆର ଗୁରୁତ୍ବ ସମ୍ପର୍କରେ ଆଲୋଚନା କରିବେ । ଏନେଇ 'ସେଭ ଦ ଚିଲଡ୍ରେନ ସଙ୍ଗଠନ'ର ପ୍ରକଳ୍ପ ସଂଯୋଜକ ବିଦ୍ୟାଧର ମେହେର ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...କୋଟିଆ କଳି, ବିଦ୍ୟାଳୟରୁ ବିଜୁଳି ସଂଯୋଗ କାଟିଲେ ଆନ୍ଧ୍ର ସରକାର

କୋଭିଡ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାଥମିକ ସ୍ବାସ୍ଥ୍ୟ ସୁରକ୍ଷା ନିଶ୍ଚିତ କରିବାର ଏକ ପ୍ରମୁଖ ଆବଶ୍ୟକତା ରହିଛି । ଗତ କିଛି ମାସ ପୂର୍ବେ 'ସେଭ୍‌ ଦି ଚିଲଡ୍ରେନ ସଙ୍ଗଠନ' ଦ୍ବାରା ଦୃଷ୍ଟିବାଧିତ ପିଲାଙ୍କ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହାତଧୁଆର ଆବଶ୍ୟକତା ଓ ପ୍ରକ୍ରିୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ଅଭିଯାନରେ ଆୟୋଜିତ ଏକ ବକ୍ତୃତା ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରି ବିଦ୍ୟାଳୟରେ ନବମ ଶ୍ରେଣୀର ଛାତ୍ର ଶାନ୍ତନୁ ହୋୟାଲ ସଫଳ ହୋଇଥିଲେ । ସଂସ୍ଥା ପକ୍ଷରୁ ତାଙ୍କୁ ଏକ ପ୍ରମୁଖ ଚାଇଲଡ଼ ଏଡୁକେଟର ଭାବେ ଚୟନ କରାଯାଇଥିଲା । ତାପରେ ଶାନ୍ତନୁ ହାତ ଧୁଆର 10ଟି ସୋପାନ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରି ତାକୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ ।

ଏହା ବି ପଢନ୍ତୁ...ସଂସଦରେ ଭାଷଣ ଦେଲେ କୋରାପୁଟ ଝିଅ ସ୍ଵଦିତି, ମାଆ କହିଲେ 'ମୁଁ ଗର୍ବିତ'

'ସେଭ୍‌ ଦି ଚିଲଡ୍ରେନ'ର ବରିଷ୍ଠ କର୍ମକର୍ତ୍ତା ଏହି ବିଦ୍ୟାଳୟ ପରିଦର୍ଶନରେ ଆସି ଶାନ୍ତନୁଙ୍କ ପାରଦର୍ଶିତା ଓ କାର୍ଜ୍ୟକୁ ଦେଖି ସନ୍ତୋଷ ବ୍ୟକ୍ତ କରିଛନ୍ତି । ଶାନ୍ତନୁଙ୍କ ଦିଲ୍ଲୀ ଗସ୍ତ ସହପାଠୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ ସଦସ୍ୟ ତାଙ୍କ କାର୍ଯ୍ୟକୁ ନେଇ ଗର୍ବ ଅନୁଭବ କରିଛନ୍ତି । ଦିଲ୍ଲୀ ଯାତ୍ରା କରି ଏକ ନୂତନ ଅନୁଭୁତି ଦେବା ସହ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦୃଷ୍ଟି ସମ୍ପନ୍ନ ପିଲାଙ୍କ ସହ ମିଶି କୋରାପୁଟର କଥାକୁ କହିବାର ସୁଯୋଗ ମିଳିବ ବୋଲି ଶାନ୍ତନୁ କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details