ଓଡିଶା

odisha

ETV Bharat / state

ସାକାର ହେବ ଆଦିବାସୀ ଝିଅ ନମିତାଙ୍କ ସ୍ବପ୍ନ, ସଙ୍ଗୀତ ଶିଖିବାକୁ ଯିବେ ରାଜଧାନୀ - tribal girl gone music class in bbsr

କୋରାପୁଟ ଜିଲ୍ଲା ଉପାନ୍ତ ଅଞ୍ଚଳ ବନ୍ଧୁଗାଁର ଝିଅ ନମିତା ମେଲେକା ରାଜଧାନୀ ଭୁବନେଶ୍ବର ସଙ୍ଗୀତ ବିଦ୍ୟାଳୟରେ ପାଠ ପଢିବାକୁ ଯିବେ । ଏଥିଲାଗି କୋରାପୁଟ ଜିଲ୍ଲାପାଳ ସହାୟତା ରାଶି ପ୍ରଦାନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସଙ୍ଗୀତ ଶିଖିବାକୁ ରାଜଧାନୀ ଯିବେ ଆଦିବାସୀ ଝିଅ ନମିତା
ସଙ୍ଗୀତ ଶିଖିବାକୁ ରାଜଧାନୀ ଯିବେ ଆଦିବାସୀ ଝିଅ ନମିତା

By

Published : Sep 15, 2020, 8:37 PM IST

କୋରାପୁଟ:ଉପାନ୍ତ ଅଞ୍ଚଳ ବନ୍ଧୁଗାଁର ଝିଅ ନମିତା ମେଲେକା ସଙ୍ଗୀତ ବିଦ୍ୟାଳୟରେ ପାଠ ପଢିବେ । ଏଥିଲାଗି ସେ ରାଜଧାନୀ ଭୁବନେଶ୍ୱର ଯିବେ । ଆଦିବାସୀ ଭାଷାରେ କୋରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଗୀତ ରଚନା କରି ତାକୁ ସ୍ୱର ଦେବା ସହ ସୁଲଳିତ କଣ୍ଠରେ ସର୍ବତ୍ର ପରିବେଷଣ କରି କୋରାପୁଟ ଜିଲ୍ଲା ବନ୍ଧୁଗାଁ ଅଞ୍ଚଳରେ ସୁନାମ ଅର୍ଜନ କରିଛନ୍ତି । ଏହା ପରେ ମଙ୍ଗଳବାର କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ନମିତାକୁ ସାହାଯ୍ୟର ହାତ ବଢ଼ାଇଛନ୍ତି ।

ସଙ୍ଗୀତ ଶିଖିବାକୁ ରାଜଧାନୀ ଯିବେ ଆଦିବାସୀ ଝିଅ ନମିତା

ବନ୍ଧୁଗାଁ ବ୍ଲକର ଚିନ୍ତାଗୁଡା ଗାଁର ଏହି ଦଶମ ଶ୍ରେଣୀର ଛାତ୍ରୀ ନିଜ ବିଦ୍ୟାଳୟରୁ ଆରମ୍ଭ କରି ସରଗିଫୁଲ ଭଳି ରାଜ୍ୟସ୍ତରୀୟ ମଞ୍ଚରେ ନିଜ ସଙ୍ଗୀତ କଳାର ପ୍ରତିଭାକୁ ଉପସ୍ଥାପନ କରି ପୁରସ୍କୃତ ତଥା ପ୍ରଶଂସିତ ହୋଇଛନ୍ତି । ଆଗକୁ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିବାର ପ୍ରବଳ ଇଛା ରଖିଥିଲେ ହେଁ ସରକାରଙ୍କ ବିନା ସହଯୋଗରେ ଗରିବ ଘରର ଝିଅ ତାର ସ୍ଵପ୍ନକୁ ସାକାର କରିପାରିବ ନାହିଁ ବୋଲି ନମିତାଙ୍କ ବାପା ଚନ୍ଦନ ମେଲେକା ମତ ପ୍ରକାଶ କରିଛନ୍ତି ।

ପରିବାରର ଆର୍ଥିକ ପରିସ୍ଥିତିକୁ ଆଖିରେ ରଖି ଝିଅ ନମିତାକୁ ସଙ୍ଗୀତ ସାଧନା କରିବା କ୍ଷେତ୍ରରେ ସହଯୋଗ କରିବା ସହ ପରିବାରର ଜୀବନ ଜୀବିକାରେ ସାମୟିକ ସାହାଯ୍ୟ ଭାବରେ ଜିଲ୍ଲା ପ୍ରଶାସନ ତରଫରୁ 20ହଜାର ଟଙ୍କା ଦିଆଯାଇଥିବା ଜିଲ୍ଲାପାଳ ଜଣାଇଛନ୍ତି । ନମିତାକୁ ଭୁବନେଶ୍ୱର ସ୍ଥିତ ଆଦିବାସୀ ବିଦ୍ୟାଳୟରେ ରଖି ସଙ୍ଗୀତ ମହାବିଦ୍ୟାଳୟରେ ପାଠ ପଢ଼ିବାର ସ୍ବପ୍ନକୁ ସାକାର କରିବା ଦିଗରେ ତାକୁ ସହଯୋଗ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ହାତରେ କୋଡିଏ ହଜାର ଟଙ୍କାର ଚେକକୁ ଧରି ଉତ୍ଫୁଲ୍ଲିତ ହୋଇ ଉଠିଥିବା ନମିତା ଏହି ପଇସାରେ ଗୋଟେ ଛୋଟ ଟିଭି କିଣି ତା ମାଧ୍ୟମରେ ବିଭିନ୍ନ ଗୀତ ଗାଇବାର ଶୈଳୀ ଶୁଣି ଶିଖିବାର ପ୍ରୟାସକୁ ଜାରି ରଖିବ ବୋଲି ଜଣାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details