ଓଡିଶା

odisha

ETV Bharat / state

ରାମୋଜୀ ଫିଲ୍ମସିଟିରେ ବୃକ୍ଷରୋପଣ କଲେ କୋରାପୁଟର ଟ୍ରି ମ୍ୟାନ - କୋରାପୁଟ ଟ୍ରି ମ୍ୟାନ

ରାମୋଜୀ ଫିଲ୍ମ ସିଟିରେ କୋରାପୁଟର ଜଙ୍ଗଲି ବୃକ୍ଷ ଲଗାଇଲେ ପ୍ରକୃତିପ୍ରେମୀ ରବୀନ୍ଦ୍ର କୁମାର ରଣା । ଅଧିକ ପଢନ୍ତୁ

ରାମୋଜୀ ଫିଲ୍ମସିଟିରେ ବୃକ୍ଷରୋପଣ କୋରାପୁଟର ପ୍ରକୃତିପ୍ରେମୀ
ରାମୋଜୀ ଫିଲ୍ମସିଟିରେ ବୃକ୍ଷରୋପଣ କୋରାପୁଟର ପ୍ରକୃତିପ୍ରେମୀ

By ETV Bharat Odisha Team

Published : Sep 15, 2023, 3:18 PM IST

Updated : Sep 15, 2023, 6:45 PM IST

ବି. ଚନ୍ଦ୍ରଶେଖର ରେଡ୍ଡୀ

ହାଇଦ୍ରାବାଦ: ବିଶ୍ବର ସର୍ବବୃହତ ଫିଲ୍ମ ସିଟି ରାମୋଜୀରେ ଲାଗିଲା କୋରାପୁଟର ଜଙ୍ଗଲି ବୃକ୍ଷ । ପ୍ରକୃତିପ୍ରେମୀ ତଥା କୋରାପୁଟର ଟ୍ରି ମ୍ୟାନ ଭାବେ ପରିଚିତ ରବୀନ୍ଦ୍ର କୁମାର ରଣା ଆଜି(ଶୁକ୍ରବାର) ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିକୁ ଆସି ନିଜ ସାଙ୍ଗରେ ଆଣିଥିବା ୨୦୦ରୁ ଊର୍ଦ୍ଧ୍ବ ବୃକ୍ଷ ଚାରା ରୋପଣ କରିଛନ୍ତି । ଅଳାଁ, ଅର୍ଜୁନ, ବାହାଡ଼ା, ଜାମୁକୋଳି, କରଞ୍ଜ, କୁମ୍ଭୀ, ନିମ୍ବ, ପାହାଡ଼ି, ଶିଶୁ, ପଣସ, ରକ୍ତ ଚନ୍ଦନ ଓ ତେନ୍ତୁଳି ପ୍ରଭୃତି ଗଛ ଲଗାଇଛନ୍ତି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ରାମୋଜୀ ଫିଲ୍ମ ସିଟି ଉଦ୍ୟାନ କୃଷି ବିଭାଗର ଉପସଭାପତି ଡକ୍ଟର ରବିଚନ୍ଦ୍ର ଶେଖର ସାମିଲ ହୋଇଥିଲେ ।

କୋରାପୁଟର ଜଙ୍ଗଲି ବୃକ୍ଷରୋପଣ କରି ଜୈବ ବିବିଧତା ସଂରକ୍ଷଣର ବାର୍ତ୍ତା ପହଞ୍ଚାଇବା ପ୍ରକୃତିପ୍ରେମୀ ରବୀନ୍ଦ୍ର ରଣାଙ୍କ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଫିଲ୍ମି ସିଟିରେ ବୃକ୍ଷରୋପଣ କରିବାର ସୁଯୋଗ ପାଇ ଖୁବ୍ ଖୁସି ଅନୁଭବ କରୁଥିବା ରବୀନ୍ଦ୍ର କହିଛନ୍ତି ଏବଂ ଏହି ଅବସର ପ୍ରଦାନ କରିଥିବାରୁ ରାମୋଜୀ ଗ୍ରୁପର ଚେୟାରମ୍ୟାନ ରାମୋଜୀ ରାଓଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି । ତେବେ ରାମୋଜୀ ଫିଲ୍ମ ସିଟିରେ ବୃକ୍ଷରୋପଣ ସହିତ ଟଲିଉଡ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଭେଟି କାଠରେ ନିର୍ମିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ଦାରୁବ୍ରହ୍ମ ପ୍ରତିମୂର୍ତ୍ତି ଉପହାର ଦେବାକୁ ମଧ୍ୟ ସେ ଇଚ୍ଛା ରଖିଛନ୍ତି ।

ଏହାମଧ୍ୟ ପଢନ୍ତୁ: ରାମୋଜୀ ଫିଲ୍ମ ସିଟିରେ ଶୋଭା ପାଇବ କୋରାପୁଟ ଗଛ, ଶାବର ଶ୍ରୀକ୍ଷେତ୍ରରୁ ଟ୍ରି-ମ୍ୟାନଙ୍କ ହାଇଦ୍ରାବାଦ ଯାତ୍ରା

ସୂଚନା ଥାଉକି, ରବୀନ୍ଦ୍ର ରଣା ରାମୋଜୀ ଫିଲ୍ମ ସିଟିରେ ବୃକ୍ଷରୋପଣ ପାଇଁ ମନ ବଳାଇଥିଲେ । ଏଥିପାଇଁ ସେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓଙ୍କୁ ଏକ ପତ୍ର ପ୍ରେରଣ କରିଥିଲେ । ତାଙ୍କୁ ଅନୁମତି ମିଳିବା ପରେ ଗତ ୧୩ ତାରିଖ ଦିନ ସେ କୋରାପୁଟରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ମାତ୍ର ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଓ ମଟୁ ମଝିରେ ଏକ ବ୍ରିଜ ଉପରେ ପାଣି ଚାଲିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଯେଉଁ କାରଣରୁ ରବୀନ୍ଦ୍ରଙ୍କୁ ବାଟରେ ଅଟକିବାକୁ ପଡିଥିଲା । ଏଥିପାଇଁ ସେ ହାଇଦ୍ରାବାଦରେ ବିଳମ୍ବରେ ପହଞ୍ଚିଥିଲେ । ଆଜି ସେ ରାମୋଜୀ ଫିଲ୍ମ ସିଟିରେ ପହଞ୍ଚି ଏହାର ଉଦ୍ୟାନ କୃଷି ବିଭାଗର ଉପସଭାପତି ଡକ୍ଟର ରବିଚନ୍ଦ୍ର ଶେଖର ସହିତ ବୃକ୍ଷରୋପଣ କରିଛନ୍ତି ।

ଏହାପୂର୍ବରୁ ରବୀନ୍ଦ୍ର ଶୈବପୀଠ ଗୁପ୍ତେଶ୍ବରରୁ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରକୁ ଓ ଶାବର ଶ୍ରୀକ୍ଷେତ୍ରରୁ ଶ୍ରୀକ୍ଷେତ୍ରରେ ବୃକ୍ଷ ସଚେତନତା ଯାତ୍ରା ଆୟୋଜନ କରିଥିଲେ । କୋରାପୁଟ, ଭୁବନେଶ୍ବର ଓ ପୁରୀ ମଧ୍ୟରେ ଥିବା ଅନେକ ଗ୍ରାମରେ କୋରାପୁଟର ଜଙ୍ଗଲୀ ଗଛ ଲଗାଇ ଜୈବ ବିବିଧରା ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ।

Last Updated : Sep 15, 2023, 6:45 PM IST

ABOUT THE AUTHOR

...view details