ଓଡିଶା

odisha

By

Published : Jul 18, 2020, 4:43 PM IST

ETV Bharat / state

5 ପୋଲିସ କର୍ମଚାରୀ ପଜିଟିଭ ଚିହ୍ନଟ, କୋରାପୁଟ ଟାଉନ ଥାନା ସିଲ

କୋରାପୁଟ ଟାଉନ ଥାନାରେ କାର୍ଯ୍ୟରତ 5 ଜଣ ପୋଲିସ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଟାଉନ ଥାନାକୁ ପରବର୍ତ୍ତୀ ସୂଚନା ଦେବା ପର୍ଯ୍ୟନ୍ତ ଶନିବାରଠାରୁ ସିଲ କରାଯାଇଛି । ଏନେଇ କୋରାପୁଟ ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ଟ୍ବିଟ କରି ସୂଚନା ଦେଇଛନ୍ତି ।

5 ଜଣ ପୋଲିସ କର୍ମଚାରୀ ପଜିଟିଭ ଚିହ୍ନଟ, କୋରାପୁଟ ଟାଉନ ଥାନା ସିଲ
5 ଜଣ ପୋଲିସ କର୍ମଚାରୀ ପଜିଟିଭ ଚିହ୍ନଟ, କୋରାପୁଟ ଟାଉନ ଥାନା ସିଲ

କୋରାପୁଟ:ଟାଉନ ଥାନା ସିଲ । ଶୁକ୍ରବାର କୋରାପୁଟ ଟାଉନ ଥାନାରେ କାର୍ଯ୍ୟରତ 5 ଜଣ ପୋଲିସ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ । ଏହା ପରେ ଟାଉନ ଥାନାକୁ ପରବର୍ତ୍ତୀ ସୂଚନା ଦେବା ପର୍ଯ୍ୟନ୍ତ ଶନିବାରଠାରୁ ସିଲ କରାଯାଇଥିବା ନେଇ କୋରାପୁଟ ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ଟ୍ବିଟ କରି ସୂଚନା ଦେଇଛନ୍ତି ।

5 ଜଣ ପୋଲିସ କର୍ମଚାରୀ ପଜିଟିଭ ଚିହ୍ନଟ, କୋରାପୁଟ ଟାଉନ ଥାନା ସିଲ

କୋରାପୁଟ ଟାଉନ ଥାନାରେ କୋରୋନା ପଜିଟିଭ ଚିହ୍ନଟ ପରେ ଏଠାକାର କାର୍ଯ୍ୟ ବର୍ତ୍ତମାନ କୋରାପୁଟ ସଦର ଥାନାରେ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି । ଶୁକ୍ରବାର ଜିଲ୍ଲାରେ 27 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଶନିବାର ଜିଲ୍ଲାର କୁନ୍ଦୁରା ବ୍ଲକରେ 4 ଜଣ ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି । ଶନିବାର ଚିହ୍ନଟ ହୋଇଥିବା ସମସ୍ତେ ଗଞ୍ଜାମ ଫେରନ୍ତା ସେମାନଙ୍କ ମଧ୍ୟରୁ ତିନିଜଣ ମହିଳା ଥିବାବେଳେ ଜଣେ ପୁରୁଷ ରହିଛନ୍ତି । ସେମାନେ ସରକାରଙ୍କ କ୍ବାରେଣ୍ଟାଇନ ସେଣ୍ଟରେ ଥିଲେ ବୋଲି ଜିଲ୍ଲାପାଳ କହିଛନ୍ତି । ପଜିଟିଭି ଚିହ୍ନଟ ହୋଇଥିବା ସମସ୍ତଙ୍କୁ କୋଭିଡ କେୟାର ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଥାଉକି ବର୍ତ୍ତମାନ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାରେ 225 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 154ଜଣ ସକ୍ରିୟ ରହିଛନ୍ତି ଏବଂ 71 ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜିଲ୍ଲାର କୋରୋନା ସଂକ୍ରମିତ ଚିହ୍ନଟ ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।

କୋରାପୁଟରୁ ସି ଏଚ ଶାନ୍ତାକାର,ଇଟିଭି ଭାରତ

ABOUT THE AUTHOR

...view details