କୋରାପୁଟ: ଗତ ମଙ୍ଗଳବାର କୋରାପୁଟରେ ଲାଗି ରହିଥିଲା ଭୀଷଣ ବର୍ଷା । ଆଉ କୋରାପୁଟର ମାଛକୁଣ୍ଡକୁ ବୁଲିବାକୁ ଆସିଥିଲେ ସୂଦୁର ଲଣ୍ଡନରୁ 70 ବର୍ଷୀୟ ଅନନ୍ତ କୁମାର ଓ ତାଙ୍କ ପରିବାର । ପ୍ରବଳ ବର୍ଷା ଯୋଗୁଁ ଅନନ୍ତ କୁମାର ପରିବାର ସହ କେଉଁଆଡେ ନିଖୋଜ ହୋଇଗଲେ । ଲଣ୍ଡନରେ ଥିବା ଝିଅ ସୁଚିସ୍ମିତା କୋରାପୁଟ ଏସପିଙ୍କୁ ଯୋଗାଯୋଗ କରିଥିଲେ । ଶେଷରେ ବହୁ ଖୋଜାଖୋଜି ପରେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ପୋଲିସ । ପରେ ସେମାନଙ୍କୁ ଲଣ୍ଡନକୁ ପଠାଇ ଦିଆଯାଇଛି । ତେବେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ କୋରାପୁଟ ପୋଲିସ ପ୍ରଶଂସାର ପାତ୍ର ହୋଇଛି ।
କୋରାପୁଟ ବର୍ଷାରେ ନିଖୋଜ ଲଣ୍ଡନ ପର୍ଯ୍ୟଟକଙ୍କୁ କେମିତି ଖୋଜିଥିଲା ପୋଲିସ, ଦେଖନ୍ତୁ ଭିଡିଓ - କୋରାପୁଟ ଏସପି
କୋରାପୁଟ ଭୀଷଣ ବର୍ଷାରେ ନିଖୋଜ ହୋଇଥିବା ଲଣ୍ଡନ ପର୍ଯ୍ୟଟକଙ୍କୁ ଖୋଜିଥିଲା ପୋଲିସ । ଆଉ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ତେବେ କିଭଳି ହୋଇଥିଲା ପର୍ଯ୍ୟଟକ ରେସକ୍ୟୁ ଅପରେସନ ଦେଖନ୍ତୁ କୋରାପୁଟ ଏସପିଙ୍କ ସହ ସ୍ବତନ୍ତ୍ର ଆଲୋଚନା ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
ତେବେ କିଭଳି ଚାଲିଥିଲା ରେସକ୍ୟୁ ଅପରେସନ । ମାଓ ପ୍ରବଣ ଜିଲ୍ଲା ଭାବେ ପରିଚିତ କୋରାପୁଟ କିଭଳି ଉଦ୍ଧାର ହୋଇଥିଲେ ବିଦେଶୀ ପର୍ଯ୍ୟଟକ । ଏନେଇ ଜିଲ୍ଲା ଏସପି କନୱର ବିଶାଲ ସିଂଙ୍କ ସହ ବିସ୍ତୁତ ଆଲୋଚନା କରିଛନ୍ତି ଆମ କୋରାପୁଟ ସମ୍ବାଦଦାତା ।
କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ