ଓଡିଶା

odisha

ETV Bharat / state

କୋରାପୁଟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗୁରୁଙ୍କ ହାତରେ!

ଜିଲ୍ଲାର ଜବାହାର ନବୋଦୟ ବିଦ୍ୟାଳୟରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଚାଲିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟର ଛାତ୍ରଛାତ୍ରୀ ଅବ୍ୟବସ୍ଥାର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ। ଗୁରୁବାର ଥିଲା ଗଣିତ ପରୀକ୍ଷା।

By

Published : Mar 8, 2019, 4:44 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: ଜିଲ୍ଲାର ଜବାହାର ନବୋଦୟ ବିଦ୍ୟାଳୟରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଚାଲିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟର ଛାତ୍ରଛାତ୍ରୀ ଅବ୍ୟବସ୍ଥାର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ। ଗୁରୁବାର ଥିଲା ଗଣିତ ପରୀକ୍ଷା। ଅଭିଭାବକଙ୍କ କହିବାନୁଯାୟୀ, କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ପିଲାମାନେ ପରୀକ୍ଷା ଦେଉଥିବା ଶ୍ରେଣୀ ଗୃହରେ ପ୍ରଥମେ ଦିଆଯାଇଥିବା ଉତ୍ତର ଖାତାରେ ଲେଖା ଆରମ୍ଭ କରି ଦେଢ଼ ଘଣ୍ଟା ବିତିଯିବା ପରେ କର୍ତ୍ତୃପକ୍ଷ ସେମାନଙ୍କୁ ଗ୍ରାଫ ଥିବା ଆଉ ଏକ ଉତ୍ତର ଖାତାରେ ଲେଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କିନ୍ତୁ ପରୀକ୍ଷା ସରିବା ପରେ ପ୍ରଥମେ ଦିଆଯାଇଥିବା ଖାତାରୁ ଦ୍ଵିତୀୟ ଖାତାକୁ ୧୫ ମିନିଟ ଭିତରେ ଉତାରିବାକୁ କହିବା ଫଳରେ ଦେଢ଼ ଘଣ୍ଟାର ଲେଖାକୁ ଏତେ କମ ସମୟ ଭିତରେ ପୁଣି ଲେଖିବା ଦ୍ୱାରା ପିଲାଏ କେତେଦୂର ସଠିକ କାର୍ଯ୍ୟ ତୁଲାଇ ପାରିଛନ୍ତି, ତାହା ସନ୍ଦେହ ଘେରରେ।

ତେବେ ଖାତାରୁ ଖାତାକୁ ଉତାରିବା ପାଇଁ ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଯଥେଷ୍ଟ ସମୟ ଦିଆଯାଇଥିବା ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ଅପରପକ୍ଷରେ ଅଭିଭାବକମାନେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ପାଖରେ ତାଙ୍କ ପିଲାଙ୍କ ପ୍ରତି ହୋଇଥିବା ଅନ୍ୟାୟର ଅଭିଯୋଗ କରିଛନ୍ତି। ଅଭିଭାବକଙ୍କ ଲିଖିତ ଅଭିଯୋଗ ଆସିଲେ ସେ ତାକୁ ସିବିଏସଇର ଆଞ୍ଚଳିକ କେନ୍ଦ୍ରକୁ ପଠାଇଦେବେ ବୋଲି ଅଧ୍ୟକ୍ଷଙ୍କ ଦାୟିତ୍ୱରେ ଥିବା ଅରବିନ୍ଦ ବିଶ୍ବାଳ କହିଛନ୍ତି।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details