ଓଡିଶା

odisha

ETV Bharat / state

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ବଢିବ ସିଟ

କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ସିଟ୍ ସଂଖ୍ୟା ୧୧୦କୁ ବୃଦ୍ଧି ପାଇବ ।

By

Published : Jun 3, 2019, 5:32 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ସିଟ୍ ସଂଖ୍ୟା ବୃଦ୍ଧି ହେବ । ଆସନ୍ତା ଶିକ୍ଷା ବର୍ଷ ଠାରୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ସିଟ୍ ସଂଖ୍ୟା ୧୧୦କୁ ବୃଦ୍ଧି ପାଇବ । ଏନେଇ ସୋମବାର କଲେଜର ଅଧ୍ୟକ୍ଷ ପ୍ରଫେସର କୃଷ୍ଣଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସୂଚନା ମୂତାବକ, ଗତ କିଛିଦିନ ପୂର୍ବରୁ ମେଡିକାଲ କାଉନ୍ସିଲ ଅଫ ଇଣ୍ଡିଆ (ଏମସିଆଇ)ର ଏକ ଟିମ୍ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆସି ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ନାମଲେଖା ଦିଗରେ ମହାବିଦ୍ୟାଳୟର ସ୍ଥିତି ପରଖିଥିଲେ ।

ତେବେ ବର୍ତ୍ତମାନ ତୃତୀୟ ବର୍ଷ ପାଇଁ ପୂର୍ବ ଭଳି ୧୦୦ ଜଣ ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଇଛନ୍ତି । ଏଥିସହ ସରକାରଙ୍କ ଯୋଜନା ଅନୁଯାୟୀ ଆର୍ଥିକ ରୂପେ ଅନଗ୍ରସର ପରିବାରର ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଅଧିକ ୧୦ଟି ସିଟ୍ ଯୋଗାଇ ଦିଆଯାଇଛି । ଆସନ୍ତା ଶିକ୍ଷା ବର୍ଷଠାରୁ ୧୧୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ ।

ଏପଟେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସିଟ୍ ବଢିବା ଏକ ଉତ୍ତମ ପଦକ୍ଷେପ ବୋଲି କହିଛନ୍ତି କୋରାପୁଟର ଟାଲେଣ୍ଟସ କଲେଜର ଚେୟାରମ୍ୟାନ ମାନସ ରଞ୍ଜନ ପଟ୍ଟନାୟକ । ଅନ୍ୟପଟେ ସେ କହିଛନ୍ତି ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରଫେସରଙ୍କ ସଂଖ୍ୟା କମ ଥିବା ସହ ଅଧିକାଂଶ ସମୟରେ ସେମାନଙ୍କ ମଧ୍ୟରୁ ଅନେକ ଅନୁପସ୍ଥିତ ରହୁଛନ୍ତି । ତେଣୁ ଯଦି ସରକାର ଏହି ଦିଗରେ ଦୃଷ୍ଟି ଦେବା ସହ କଲେଜର ସମସ୍ତ ବ୍ୟବସ୍ଥାକୁ ସୂଚାର ରୂପେ ତୁଲାଇବେ ତେବେ ଯାଇ ସିଟ୍ ବଢିବା ପଦକ୍ଷେପ ଫଳପ୍ରଦ ହେବ ।

କୋରପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details