ଓଡିଶା

odisha

ETV Bharat / state

କୋଟିଆ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ବୟାନକୁ ନେଇ କୋରାପୁଟରେ ତୀବ୍ର ପ୍ରତିକ୍ରିୟା - ବିଧାନସଭାରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ବୟାନ

ରାଜ୍ୟ ବିଧାନସଭାରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ କୋଟିଆ ପ୍ରସଙ୍ଗରେ ବୟାନକୁ ନେଇ କୋରାପୁଟରେ ତୀବ୍ର ପ୍ରତିକ୍ରିୟା । ଅଧିକ ପଢନ୍ତୁ

କୋଟିଆ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ବୟାନକୁ ନେଇ କୋରାପୁଟରେ ତୀବ୍ର ପ୍ରତିକ୍ରିୟା
କୋଟିଆ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ବୟାନକୁ ନେଇ କୋରାପୁଟରେ ତୀବ୍ର ପ୍ରତିକ୍ରିୟା

By

Published : Jul 15, 2022, 5:14 PM IST

କୋରାପୁଟ :କୋଟିଆ ପ୍ରସଙ୍ଗରେ ଗୁରୁବାର ରାଜ୍ୟ ବିଧାନସଭାରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ବୟାନକୁ ନେଇ କୋରାପୁଟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପ୍ରମିଳା ମଲ୍ଲିକ କୋଟିଆରେ ଚାଲିଥିବା ବିକାଶ , ଖର୍ଚ୍ଚ ତଥା ଆନ୍ଧ୍ରର ଅନୁପ୍ରବେଶ କଥା ଜାଣି ନଥିବା ଓ ସରକାର ବର୍ତ୍ତମାନ ତଥ୍ୟ ସଂଗ୍ରହ କରୁଥିବା କହିବା ପରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେହିପରି ମନ୍ତ୍ରୀଙ୍କ ଏପରି ବୟାନକୁ ନେଇ କୋରାପୁଟର ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

କୋଟିଆ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ବୟାନକୁ ନେଇ କୋରାପୁଟରେ ତୀବ୍ର ପ୍ରତିକ୍ରିୟା

ଗତ କିଛି ବର୍ଷ ପୂର୍ବେ ସଞ୍ଜୀବ ପଣ୍ଡାଙ୍କୁ ସରକାର କୋଟିଆ ବିଷୟରେ ଅନୁଧ୍ୟାନ କରିବା ପାଇଁ ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ ନିଯୁକ୍ତ କରିଥିଲେ । ଇତି ମଧ୍ୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମଧ୍ୟ କୋଟିଆ ଅଞ୍ଚଳ ଗସ୍ତ କରିଛନ୍ତି । ଏଥି ସହିତ କୋରାପୁଟ ଜିଲ୍ଲାପାଳ ବାରମ୍ବାର ଗସ୍ତ କରି ସ୍ଥିତି ପରଖି ଥିବା ବେଳେ ଦକ୍ଷିଣାଞ୍ଚଳ ଆରଡିସି ମଧ୍ୟ କୋଟିଆରେ ଚାଲିଥିବା ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଏପରି ସ୍ଥଳେ ସରକାରଙ୍କ ପାଖରେ କୋଟିଆର ବିକାଶ ସମ୍ପର୍କରେ ତଥ୍ୟ ନ ଥିବା 5T ସରକାରଙ୍କ ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି କୋରାପୁଟ ବାର ଆସୋସିଏସନ୍ ର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଅଜିତ ପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି । ଏହାସହିତ ବିଭିନ୍ନ ଗଣମାଧ୍ୟମରେ କୋଟିଆ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରକାଶ ପାଉଥିବା ବେଳେ ସରକାର ଏ ବିଷୟରେ ଅଜ୍ଞ ରହିବା ପରିତାପର ବିଷୟ ବୋଲି ସେ କହିଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ବାରା ତୃଣମୂଳ ସ୍ତରରେ କାର୍ଯ୍ୟ କରି କୋଟିଆକୁ ଆଲୋଚନାର ଶୀର୍ଷରେ ରଖିଥିବା ଗଣମାଧ୍ୟମ ପ୍ରତି ଏହା ଘୋର ଅପମାନ ବୋଲି କୋରାପୁଟ ପ୍ରେସ କ୍ଳବର ସଭାପତି ଭବାନୀ ଶଙ୍କର ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ରାଜସ୍ବ ମନ୍ତ୍ରୀଙ୍କ ଏପରି ବୟାନ ଓଡ଼ିଶା ମାଟି ପ୍ରତି ଏକ ଅପମାନଜନକ କଥା ଏବଂ ମନ୍ତ୍ରୀ ବିଧାନସଭାରେ କ୍ଷମା ମାଗିବା ଦରକାର ବୋଲି ପୂର୍ବତନ ବିଧାୟକ ନିମାଇଁ ସରକାର ଦାବୀ କରିଛନ୍ତି ।

କୋରାପୁଟ ,ଇଟିଭି ଭାରତ

ABOUT THE AUTHOR

...view details