କୋରାପୁଟ:କୋଟିଆ ପ୍ରସଙ୍ଗରେ (Kotia Issue) ସର୍ବୋଚ୍ଚ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ପଟାଙ୍ଗୀ ବିଧାୟକ । ଶୁକ୍ରବାର କୋଟିଆର ସୀମା (Kotia dispute) ବିବାଦକୁ ନେଇ ଆନ୍ଧ୍ରର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ କୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ମାସକୁ ଘୁଞ୍ଚାଯାଇଛି । ତେବେ ସର୍ବୋଚ୍ଚ ନ୍ୟାୟାଳୟର ଏହି ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ (Kotia Potangi MLA Pritam Padhi) ।
ଓଡିଶା ଓ ଆନ୍ଧ୍ର ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ଆନ୍ଧ୍ର ସରକାର ବାରମ୍ବାର ଅନୁପ୍ରବେଶ ଓ ଏପରିକି ଫାଟୁସିନେରୀରେ ପଞ୍ଚାୟତ ନିର୍ବାଚନ କରିବାକୁ ପଛାଇନଥିଲେ । ଏନେଇ ଓଡ଼ିଶା ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆନ୍ଧ୍ର ସରକାରଙ୍କ ବିରୁଦ୍ଧରେ ଏକ ଅଦାଲତ ଅବମାନନା ମାମଲା ଦାଏର କରିଥିଲେ । କିନ୍ତୁ ଆନ୍ଧ୍ର ସରକାର ଓଡିଶା ସରକାରଙ୍କ ଏହି କେଶ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଅପିଲ କରିଥିଲେ । ତେବେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ଆନ୍ଧ୍ରର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ସେମାନଙ୍କ ବିରୁଦ୍ଧରେ ଅଦାଲତ ଅବମାନନାର କେଶ ବଳବତ୍ତର ରହିବ ଓ ଆସନ୍ତା ଜାନୁଆରୀ ମାସରେ ପୁଣିଥରେ ଶୁଣାଣି କରାଯିବ ବୋଲି ରାୟ ଦେଇଛନ୍ତି।